‘କରୋନାର ଦ୍ୱିତୀୟ ଲହରି ଆଶଙ୍କା ଓଡ଼ିଶାରେ ନାହିଁ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନାର ଦ୍ୱିତୀୟ ଲହରି ଆଶଙ୍କା ଓଡ଼ିଶାରେ ନାହିଁ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ବୈଷୟିକ କମିଟି ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା। କଟକ ଏସ୍‌ସିବି ମେଡିକାଲ କଲେଜର ୱେବସାଇଟ୍‌ ଉନ୍ମୋଚନ ଅବସରରେ ସେ ଏହା କହିଛନ୍ତି। ସେ କହିଛନ୍ତି-“ରାଜ୍ୟରେ କରୋନା ଗ୍ରାଫ୍‌ ଢେର ହ୍ରାସ ପାଇଛି। କରୋନାକୁ ହରାଇବା ପାଇଁ ସାଧାରଣ ଲୋକେ ଓ କରୋନା ଯୋଦ୍ଧା ବହୁ ତ୍ୟାଗ କରିଛନ୍ତି। ତେବେ ଶୀତ ଦିନ ଡିସେମ୍ୱର ମାସରେ କରୋନାର […]

jayant-panda

jayant-panda

Manoranjan Sial
  • Published: Saturday, 05 December 2020
  • Updated: 05 December 2020, 07:58 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନାର ଦ୍ୱିତୀୟ ଲହରି ଆଶଙ୍କା ଓଡ଼ିଶାରେ ନାହିଁ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ବୈଷୟିକ କମିଟି ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା। କଟକ ଏସ୍‌ସିବି ମେଡିକାଲ କଲେଜର ୱେବସାଇଟ୍‌ ଉନ୍ମୋଚନ ଅବସରରେ ସେ ଏହା କହିଛନ୍ତି।

ସେ କହିଛନ୍ତି-“ରାଜ୍ୟରେ କରୋନା ଗ୍ରାଫ୍‌ ଢେର ହ୍ରାସ ପାଇଛି। କରୋନାକୁ ହରାଇବା ପାଇଁ ସାଧାରଣ ଲୋକେ ଓ କରୋନା ଯୋଦ୍ଧା ବହୁ ତ୍ୟାଗ କରିଛନ୍ତି। ତେବେ ଶୀତ ଦିନ ଡିସେମ୍ୱର ମାସରେ କରୋନାର ଦ୍ୱିତୀୟ ଲହରି ଆସିବ ବୋଲି ଆଶଙ୍କା କରାଯାଉଥିଲା। ତାହା ଆଉ ଆସିନପାରେ। ଏହା ସତ୍ତ୍ୱେ ଫେବ୍ରୁଆରୀ ଯାଏଁ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ। ଆଉ କିଛି ସପ୍ତାହ ମଧ୍ୟରେ ଟିକା ଆସିବ ଏବଂ ଟିକାକରଣ ପରେ ହର୍ଡ ଇମ୍ୟୁନିଟି ହାସଲ କରିହେବ।”

ସୂଚନାଯୋଗ୍ୟ, ରାଜ୍ୟରେ ଆଜି ୫ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ଓ ଏହାସହିତ କରୋନାଜନିତ ମୃତ୍ୟୁସଂଖ୍ୟା ୧୭୬୫କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨ଜଣ, ଜଗତସିଂହପୁର,ନୟାଗଡ଼ ଓ ପୁରୀ ଜିଲ୍ଲାକୁ ଜଣେ ଲେଖାଏଁ କରୋନାରେ ପ୍ରାଣ ହରାଇଛନ୍ତି। ରାଜ୍ୟରେ ଆଜି ମୋଟ ୪୦୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩୪ଜଣ କ୍ୱାରେଣ୍ଟାଇନରେ ଓ ୧୭୫ଜଣ ଲୋକାଲ୍ କେସ୍ ଚିହ୍ନଟ ହୋଇଛି। ଏହାସହିତ ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩ଲକ୍ଷ ୨୦ହଜାର ୮୦୩କୁ ବୃଦ୍ଧି ପାଇଛି ଓ ସେମାନଙ୍କ ମଧ୍ୟରୁ ୩ଲକ୍ଷ ୧୪ହଜାର ୬୬୫ଜଣ ସୁସ୍ଥ ହୋଇଥିବାବେଳେ ଏବେବି ୪୩୨୦ଜଣ ସଂକ୍ରିୟ ସଂକ୍ରମିତ ଅଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୫୩ଜଣ ଓ ଖୋର୍ଦ୍ଧା ଜିଲ୍ଲାରେ ୪୪ଜଣ, କଟକରେ ୩୪ଜଣ ଓ ବଲାଙ୍ଗିର ଜିଲ୍ଲାରେ ୩୨ଜଣ ସଂକ୍ରମିତ ଚିହ୍ନଟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story