Advertisment

ମେ’ ପ୍ରଥମ ସପ୍ତାହରେ ହିଟ୍ ୱେଭ୍‌ରେ ଲାଗିବ ବ୍ରେକ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡହ ଡହ ଖରାରେ ସିଝୁଛି ପୂରା ଓଡ଼ିଶା। ଅଧିକାଂଶ ପ୍ରମୁଖ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ସେଥିରୁ ଅନେକରେ ତାପମାତ୍ରା ୪୨, ୪୩ ଓ ୪୪ ଡିଗ୍ରୀ ପାର କରିଯାଉଛି। ଏକ ସପ୍ତାହରୁ ଅଧିକ ଦିନ ହୋଇଗଲାଣି ପ୍ରଚଣ୍ଡ ଖରା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଆଜି ଆସିଥିବା ଖବର ଲୋକଙ୍କୁ ଟିକେ ଆଶ୍ୱସ୍ତ କରିବ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ […]

ମେ’ ପ୍ରଥମ ସପ୍ତାହରେ ହିଟ୍ ୱେଭ୍‌ରେ ଲାଗିବ ବ୍ରେକ୍‌

heat-wave

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡହ ଡହ ଖରାରେ ସିଝୁଛି ପୂରା ଓଡ଼ିଶା। ଅଧିକାଂଶ ପ୍ରମୁଖ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ସେଥିରୁ ଅନେକରେ ତାପମାତ୍ରା ୪୨, ୪୩ ଓ ୪୪ ଡିଗ୍ରୀ ପାର କରିଯାଉଛି। ଏକ ସପ୍ତାହରୁ ଅଧିକ ଦିନ ହୋଇଗଲାଣି ପ୍ରଚଣ୍ଡ ଖରା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଆଜି ଆସିଥିବା ଖବର ଲୋକଙ୍କୁ ଟିକେ ଆଶ୍ୱସ୍ତ କରିବ।

Advertisment

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଜାରି ରହିଥିବା ହିଟ୍‌ ୱେଭ୍‌ରେ ବ୍ରେକ୍ ଲାଗିବ। ମେ’ ପ୍ରଥମ ସପ୍ତାହରୁ ତାପମାତ୍ରା କମିବା ସମ୍ଭାବନା ରହିଛି। ମେ’ ୧ରୁ ୨ ମଧ୍ୟରେ ତାପମାତ୍ରା ଖସିପାରେ। ଦିନର ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ଖସିବ।

ଅନ୍ୟପକ୍ଷରେ ସେତେବେଳ ପର୍ଯ୍ୟନ୍ତ କିନ୍ତୁ ରାଜ୍ୟବାସୀଙ୍କୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ନିସ୍ତାର ମିଳିବ ନାହିଁ। ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିବାର ସମ୍ଭାବନା ରହିଛି। ସେହିପରି ଉପକୂଳ ଓଡ଼ିଶାର କିଛି ସ୍ଥାନରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି।

Advertisment

ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ୧୧ଟି ଜିଲ୍ଲାରେ ହିଟ୍ ୱେଭ୍ ନେଇ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛନ୍ତି- ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂଭଭଞ୍ଜ, ଅନୁଗୋଳ, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ ଓ ବଲାଙ୍ଗିର।

ଗତକାଲି ରାଜ୍ୟର ୨୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ସେଥିରୁ ୧୧ଟିରେ ତାପମାତ୍ରା ୪୩ ଡିଗ୍ରୀ ବା ଏହାଠୁ ଅଧିକ ରେକର୍ଡ କରାଯାଇଥିଲା। ସୋନପୁରର ତାପମାତ୍ରା ୪୪.୫ ଡିଗ୍ରୀ ଛୁଇଁଥିଲା। ଆଜି ଦିନ ଅଢ଼େଇଟା ସୁଦ୍ଧା ଝାରସୁଗୁଡ଼ା ଓ ସମ୍ବଲପୁରରେ ତାପମାତ୍ରା ସର୍ବାଧିକ ୪୩.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ହୀରାକୁଦରେ ୪୨.୪, କେନ୍ଦୁଝରରେ ୪୧, ଚାନ୍ଦବାଲିରେ ୩୯.୪ ଓ ଭୁବନେଶ୍ୱରରେ ୩୯ ଡିଗ୍ରୀ ରହିଥିଲା।

Heat Wave Heat Wave In Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe