Advertisment

ଓଡ଼ିଶାରେ ହେବ ବିଜେପି ସରକାର: ଅମିତ ଶାହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ହେବ ବିଜେପି ସରକାର। ରାଜ୍ୟରେ ଆମ ସରକାର ହେବାକୁ ଯାଉଛି। ସେହିଭଳି ନରେନ୍ଦ୍ର ମୋଦି ୨୦୨୪ରେ ଦୁଇ ତୃତୀୟାଂଶ ବହୁମତ ଭୋଟ୍‌ରେ ଜିତିବେ। ଆଜି ଏମିତି ଭବିଷ୍ୟବାଣୀ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଭୁବନେଶ୍ୱରରେ ଆୟୋଜିତ ମୋଦି@୨୦-ଡ୍ରିମ୍ସ ମିଟ୍‌ ଡେଲିଭରି ପୁସ୍ତକର ଲୋକାର୍ପଣ ଉତ୍ସବରେ ଶାହ କହିଛନ୍ତି, ଦିନେ ଆମ ପାର୍ଟିକୁ ହିନ୍ଦୀ ଭାଷୀ ପାର୍ଟି ବୋଲି କୁହାଯାଉଥିଲା। ଏବେ ସାରା ଉତ୍ତର ପୂର୍ବାଞ୍ଚଳରେ ଆମ ପାର୍ଟିର ସରକାର ଚାଲିଛି। ଗୁଜରାଟ, […]

author-image
Manoranjan Sial
ଅଦ୍ୟତନ ହୋଇଛି
ଓଡ଼ିଶାରେ ହେବ ବିଜେପି ସରକାର: ଅମିତ ଶାହ

Union-Home-Minister-Amit-Sh

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ହେବ ବିଜେପି ସରକାର। ରାଜ୍ୟରେ ଆମ ସରକାର ହେବାକୁ ଯାଉଛି। ସେହିଭଳି ନରେନ୍ଦ୍ର ମୋଦି ୨୦୨୪ରେ ଦୁଇ ତୃତୀୟାଂଶ ବହୁମତ ଭୋଟ୍‌ରେ ଜିତିବେ। ଆଜି ଏମିତି ଭବିଷ୍ୟବାଣୀ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

Advertisment

ଭୁବନେଶ୍ୱରରେ ଆୟୋଜିତ ମୋଦି@୨୦-ଡ୍ରିମ୍ସ ମିଟ୍‌ ଡେଲିଭରି ପୁସ୍ତକର ଲୋକାର୍ପଣ ଉତ୍ସବରେ ଶାହ କହିଛନ୍ତି, ଦିନେ ଆମ ପାର୍ଟିକୁ ହିନ୍ଦୀ ଭାଷୀ ପାର୍ଟି ବୋଲି କୁହାଯାଉଥିଲା। ଏବେ ସାରା ଉତ୍ତର ପୂର୍ବାଞ୍ଚଳରେ ଆମ ପାର୍ଟିର ସରକାର ଚାଲିଛି। ଗୁଜରାଟ, କର୍ଣ୍ଣାଟକ, ମହାରାଷ୍ଟ୍ରରେ ମଧ୍ୟ ଆମ ପାର୍ଟି ସରକାର ଶାସନ କରୁଛି। ଆଗକୁ ଓଡ଼ିଶାରେ ବି ବିଜେପି ସରକାର ହେବାକୁ ଯାଉଛି ବୋଲି ଶାହ କହିଛନ୍ତି।

ସେ ଆହୁରି କହିଛନ୍ତି, ଆମ ପାର୍ଟିକୁ ବେପାରୀ ଓ ବଣିଆଙ୍କ ପାର୍ଟି କୁହାଯାଉଥିଲା। କିନ୍ତୁ ଏବେ ସବୁଠାରୁ ଅଧିକ ଦଳିତ ସାଂସଦ ଆମ ପାର୍ଟିରେ ଅଛନ୍ତି। ଲଗାତାର ୨ ଥର ପ୍ରଧାନମନ୍ତ୍ରୀ ହୋଇଥିବା ନରେନ୍ଦ୍ର ମୋଦି ୨୦୨୪ରେ ଦୁଇ ତୃତୀୟାଂଶ ଭୋଟ୍‌ରେ ଜିତିବେ ଭବିଷ୍ୟବାଣୀ କରିଛନ୍ତି ଶାହ।

Advertisment

ସ୍ୱରାଷ୍ଟ୍ରମନ୍ତ୍ରୀ ଶାହ କହିଛନ୍ତି, ନିଜ ପରିବାର ଛାଡ଼ି ୧୩୦ କୋଟି ଲୋକଙ୍କ କଥା ଚିନ୍ତା କଲେ ଜଣେ ମୋଦି ହୋଇପାରିବ। ଜଣେ ବ୍ୟକ୍ତି ଯିଏ ୱାର୍ଡମେମ୍ବର ଓ ସରପଞ୍ଚ ନିର୍ବାଚନ ଲଢ଼ି ନଥିଲେ। ସେଭଳି ବ୍ୟକ୍ତିଙ୍କୁ ସିଧା ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଗଲା। ଅତ୍ୟନ୍ତ ସଫଳତାର ସହ ମୁଖ୍ୟମନ୍ତ୍ରୀ ଓ ପରେ ପ୍ରଧାନମନ୍ତ୍ରୀ ହେଲେ। ଲୋକଙ୍କ ବିଶ୍ୱାସକୁ ଚରିତାର୍ଥ କରି ସର୍ବାଧିକ ଲୋକପ୍ରିୟ ହୋଇପାରିଲେ ମୋଦି। ପରିବାରବାଦ, ତୁଷ୍ଟୀକରଣ ରାଜନୀତି ଓ ଭ୍ରଷ୍ଟାଚାରକୁ ସମାପ୍ତ କରାଯାଇଛି। ପ୍ରଥମ ଦଫାରେ ଜଣେ ଗରିବ ଦଳିତ ଓକିଲଙ୍କୁ ରାଷ୍ଟ୍ରପତି କରାଇଲେ ପରେ ଆଦିବାସୀ ମହିଳାଙ୍କୁ ମହାମହିମ କରାଇଲେ। ତାଙ୍କ ଚିନ୍ତାଧାରା ସର୍ବଦା ଊର୍ଦ୍ଧ୍ୱଗାମୀ ହୋଇଥିବାରୁ ସେ ସଫଳ ବୋଲି ଶାହ କହିଛନ୍ତି।