Advertisment

୧୦୦ ଡେଇଁଲେ ପ୍ରବେଶ ମନା

ପୁରୀ(ଓଡ଼ିଶା ରିପୋର୍ଟର): କାଲିଠାରୁ ନିର୍ବିଘ୍ନରେ କରିହେବ କାଳିଆ ଦର୍ଶନ। ବିନା କରୋନା ରିପୋର୍ଟରେ ଭକ୍ତମାନ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ। ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପୁରୀ ଜିଲ୍ଲାପାଳ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ ସମେତ ପୁରୀ ଏସ୍ପି, ଡିଆଇଜି ସମୀକ୍ଷା କରି କିଭଳି ଦର୍ଶନକୁ ସୁବ୍ୟବସ୍ଥିତ କରାଯାଇ ପାରିବ ସେ ଉପରେ ଆଲୋଚନା କରିଛନ୍ତି। ପୁରୀ ବାସିନ୍ଦାଙ୍କ ପାଇଁ ସକାଳ୬ରୁ ୭ଟା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଛି। ସକାଳ […]

ଅଦ୍ୟତନ ହୋଇଛି
ଖୁବଶୀଘ୍ର ଅପେକ୍ଷାର ଅନ୍ତ, ୪ ଦିନ ପରେ ଖୋଲିବ ଶ୍ରୀମନ୍ଦିର

puri-temple-1

Advertisment

ପୁରୀ(ଓଡ଼ିଶା ରିପୋର୍ଟର): କାଲିଠାରୁ ନିର୍ବିଘ୍ନରେ କରିହେବ କାଳିଆ ଦର୍ଶନ। ବିନା କରୋନା ରିପୋର୍ଟରେ ଭକ୍ତମାନ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ। ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପୁରୀ ଜିଲ୍ଲାପାଳ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ ସମେତ ପୁରୀ ଏସ୍ପି, ଡିଆଇଜି ସମୀକ୍ଷା କରି କିଭଳି ଦର୍ଶନକୁ ସୁବ୍ୟବସ୍ଥିତ କରାଯାଇ ପାରିବ ସେ ଉପରେ ଆଲୋଚନା କରିଛନ୍ତି।

Advertisment

ପୁରୀ ବାସିନ୍ଦାଙ୍କ ପାଇଁ ସକାଳ୬ରୁ ୭ଟା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଛି। ସକାଳ ୭ଟା ପରେ ସାଧାରଣ ଭକ୍ତମାନେ ମନ୍ଦିରକୁ ଯାଇ ଦର୍ଶନ କରିପାରିବେ। ଏଥିଲାଗି ସେବାୟତଙ୍କ ସହ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଥର୍ମାଲ ସ୍କାନିଂ ଏବଂ ସାନିଟାଇଜ୍ କରିବା ପରେ ସମସ୍ତ ଭକ୍ତ ଦର୍ଶନ କରିବା ପାଇଁ ସିଂହଦ୍ୱାର ଦେଇ ପ୍ରବେଶ କରିବେ। ଥର୍ମାଲ ସ୍କାନିଂରେ ଯାହାର ତାପମାତ୍ରା ୧୦୦ ଫାରାନାଇଟ ଉପରେ ରହିବ ସେମାନେ ଦର୍ଶନ ପାଇଁ ଯାଇପାରିବେ ନାହିଁ। ସେହିପରି ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ପୁରୀରେ ୨୬ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ୨ ଆଡିସନାଲ ଏସ୍ପି, ୭ ଡିଏସ୍ପି ଏବଂ ୨୦ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିବେ।

Advertisment
Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe