କରୋନା କାଳରେ ଏମାନେ ଦେବଦୂତ: ମାଗଣାରେ ଯୋଗାଉଛନ୍ତି ଅକ୍ସିଜେନ୍‌

ଭୁବନେଶ୍ୱର/ ରାଉରକେଲା(ଓଡ଼ିଶା ରିପୋର୍ଟର): କରୋନା କାଳରେ ମେଡିକାଲ ଅକ୍ସିଜେନ୍ ପାଇଁ ସବୁଠି ହାହାକାର ସ୍ଥିତି । ସାଧାରଣ ରୋଗୀଙ୍କ କଥା ଛାଡ଼ନ୍ତୁ ଦେଶ ସାରା ଏବେ ମେଡିକାଲରେ ଥିବା ଗୁରୁତର କୋଭିଡ୍ ଆକ୍ରାନ୍ତଙ୍କୁ ବି ମିଳିପାରୁନି । ଫଳରେ ଅକାଳରେ ଚାଲିଯାଉଛି ବହୁ ଅମୂଲ୍ୟ ଜୀବନ। କରୋନାରେ ଦ୍ୱିତୀୟ ଲହର ବେଳେ ମେଡିକାଲ ଅକ୍ସିଜେନ୍ ସବୁଠୁ ବଡ଼ ଆବଶ୍ୟକତା ପାଲଟି ଥିବା ବେଳେ ଭୁବନେଶ୍ୱରର କିଛି ଶିଖ୍ ଯୁବକ ଓ ରାଉରକେଲାରେ ରୋଟାରୀ କ୍ଲବ୍ ସଦସ୍ୟ ଦେବଦୂତ […]

6789

Tapas Behera
  • Published: Sunday, 25 April 2021
  • , Updated: 25 April 2021, 09:45 PM IST

ଭୁବନେଶ୍ୱର/ ରାଉରକେଲା(ଓଡ଼ିଶା ରିପୋର୍ଟର): କରୋନା କାଳରେ ମେଡିକାଲ ଅକ୍ସିଜେନ୍ ପାଇଁ ସବୁଠି ହାହାକାର ସ୍ଥିତି । ସାଧାରଣ ରୋଗୀଙ୍କ କଥା ଛାଡ଼ନ୍ତୁ ଦେଶ ସାରା ଏବେ ମେଡିକାଲରେ ଥିବା ଗୁରୁତର କୋଭିଡ୍ ଆକ୍ରାନ୍ତଙ୍କୁ ବି ମିଳିପାରୁନି । ଫଳରେ ଅକାଳରେ ଚାଲିଯାଉଛି ବହୁ ଅମୂଲ୍ୟ ଜୀବନ। କରୋନାରେ ଦ୍ୱିତୀୟ ଲହର ବେଳେ ମେଡିକାଲ ଅକ୍ସିଜେନ୍ ସବୁଠୁ ବଡ଼ ଆବଶ୍ୟକତା ପାଲଟି ଥିବା ବେଳେ ଭୁବନେଶ୍ୱରର କିଛି ଶିଖ୍ ଯୁବକ ଓ ରାଉରକେଲାରେ ରୋଟାରୀ କ୍ଲବ୍ ସଦସ୍ୟ ଦେବଦୂତ ସାଜି ରୋଗୀଙ୍କ ଘରେ ପହଞ୍ଚାଉଛନ୍ତି ମୃତ୍ୟୁ ସଞ୍ଜୀବନୀ ଅକ୍ସିଜେନ୍।

କଟକ ଓ ଭୁବନେଶ୍ୱରରେ ହୋମ୍ ଆଇସୋଲେସନରେ ରହୁଥିବା କରୋନା ଆକ୍ରାନ୍ତଙ୍କୁ ବିନା ମୂଲ୍ୟରେ ଯୋଗାଇ ଦେଉଛନ୍ତି ଅକ୍ସିଜେନ୍ । ସେବା ଶିଖ୍ ଏଡ୍ ନାମକ ଏହି ଦାତବ୍ୟ ସଂସ୍ଥାର ସଦସ୍ୟ ରୋଗୀ ସମ୍ପର୍କୀୟଙ୍କ ଫୋନ୍ କଲ ପାଇବା ମାତ୍ରେ, ସେମାନଙ୍କ ଘରେ ପହଞ୍ଚାଇ ଦେଉଛନ୍ତି ଜୀବନ ରକ୍ଷାକାରୀ ଅକ୍ସିଜେନ୍ । ଏବେ ସାଧାରଣ ରୋଗୀଟିଏ ମେଡିକାଲ ଅକ୍ସିଜେନ୍ ପାଇବା ଦୂରହ ବ୍ୟାପାର ହୋଇଥିବା ବେଳେ ଶିଖ୍ ଏଡ୍‌ର ସ୍ୱେଚ୍ଛାସେବୀମାନେ କିନ୍ତୁ ସହଜରେ ଯୋଗାଇ ଦେଉଛନ୍ତି ଏ ବହୁମୂଲ୍ୟ ସେବା।

କୋଭିଡ୍ ମହାମାରୀ ବେଳେ ଅକ୍ସିଜେନ୍ ପାଇଁ ଚାରିଆଡ଼େ ହା ହା କାର ବେଳେ ସମାନ ଢଙ୍ଗରେ ରାଉରକେଲା ସହରରେ ବି  ଅକ୍ସିଜେନ୍ ସଞ୍ଜୀବନୀ ସେବା ଯୋଗାଉଛନ୍ତି କିଛି ରୋଟାରୀ କ୍ଲବ୍‌ ସ୍ୱେଚ୍ଛାସେବୀ । ଫୋନ୍ କଲ ପାଇବା ମାତ୍ରେ ବଢାଇ ଦେଉଛନ୍ତି ସହାୟତାର ହାତ । ରୋଟାରୀଆନଙ୍କ ଏ ମହତ କାର୍ଯ୍ୟରେ ସହଯୋଗ କରୁଛି ସ୍ଥାନୀୟ ବାସନ୍ତୀ କଲୋନୀର ଘରୋଇ ହସ୍ପିଟାଲ ରାଜସ୍ଥାନ ସେବା ସଦନ।  ହୋମ୍ ଆଇସୋଲେସନରେ ରହୁଥିବା ଆକ୍ରାନ୍ତଙ୍କୁ ଏମାନେ ଯୋଗାଇ ଦେଉଛନ୍ତି ୨୪ ଘଣ୍ଟିଆ ଅକ୍ସିଜେନ୍ ସେବା।

Related story