Advertisment

ଆଜି ସନ୍ଧ୍ୟା ଭିତରେ ଲ୍ୟାଣ୍ଡଫଲ୍‌ କରିବ ଅମ୍ଫାନ୍‌, ଘଣ୍ଟାପ୍ରତି ୨୦ କିମି ବେଗରେ ମାଡ଼ିଆସୁଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଅର୍ଥାତ ବୁଧବାର ଅପରାହ୍ଣରୁ ସନ୍ଧ୍ୟା ଭିତରେ ଅମ୍ଫାନ୍‌ ଲ୍ୟାଣ୍ଡଫଲ୍‌ କରିବ। ଏଭଳି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ବା ଆଇଏମ୍‌ଡି। ଏହି ସୂଚନା କ୍ରମେ କୁହାଯାଇଛି, ଆଜି ସକାଳଠାରୁ ପବନର ବେଗ ବଢ଼ିବାରେ ଲାଗିବ। ଭୋଗରାଇ ଓ ତାଳସାରୀ ଅଞ୍ଚଳରେ ଅଧିକ ପବନ ରହିବ। ଏହି ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୫ କିଲୋମିଟର ରହିବ। ବୁଲବୁଲ୍‌ ତାଣ୍ଡବ ରଚିଥିବା ଅଞ୍ଚଳ ପ୍ରଭାବିତ ହେବ। କିନ୍ତୁ ବୁଲ୍‌ବୁଲ୍‌ଠାରୁ […]

ଆଜି ସନ୍ଧ୍ୟା ଭିତରେ ଲ୍ୟାଣ୍ଡଫଲ୍‌ କରିବ ଅମ୍ଫାନ୍‌, ଘଣ୍ଟାପ୍ରତି ୨୦ କିମି ବେଗରେ ମାଡ଼ିଆସୁଛି

cy

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଅର୍ଥାତ ବୁଧବାର ଅପରାହ୍ଣରୁ ସନ୍ଧ୍ୟା ଭିତରେ ଅମ୍ଫାନ୍‌ ଲ୍ୟାଣ୍ଡଫଲ୍‌ କରିବ। ଏଭଳି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ବା ଆଇଏମ୍‌ଡି। ଏହି ସୂଚନା କ୍ରମେ କୁହାଯାଇଛି, ଆଜି ସକାଳଠାରୁ ପବନର ବେଗ ବଢ଼ିବାରେ ଲାଗିବ। ଭୋଗରାଇ ଓ ତାଳସାରୀ ଅଞ୍ଚଳରେ ଅଧିକ ପବନ ରହିବ। ଏହି ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୫ କିଲୋମିଟର ରହିବ।

Advertisment

ବୁଲବୁଲ୍‌ ତାଣ୍ଡବ ରଚିଥିବା ଅଞ୍ଚଳ ପ୍ରଭାବିତ ହେବ। କିନ୍ତୁ ବୁଲ୍‌ବୁଲ୍‌ଠାରୁ ଅଧିକ ରହିବ ପବନ ବେଗ। ଅଧିକ କ୍ଷତି ମଧ୍ୟ କରିବ ବୋଲି କୁହାଯାଇଛି।

ଶେଷ ଖବର ସୁଦ୍ଧା ଅମ୍ଫାନ୍‌ ପାରାଦୀପଠାରୁ ୨୫୦ କିଲୋମିଟର ଦୂରରେ ରହିଛି। ଅନ୍ୟପକ୍ଷରେ ଦୀଘାଠାରୁ ଏହି ବାତ୍ୟା ୩୯୦ କିଲୋମିଟର ଦୂରରେ ରହିଛି। ସମୁଦ୍ର ଭିତରେ ଏହି ବାତ୍ୟାର ବେଗ ଘଣ୍ଟା ପ୍ରତି ୨୦ କିଲୋମିଟର ରହିଛି।

Advertisment

ଏହି ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳସବୁରେ ଓଡ଼ିଶାରେ ସ୍ଥାନାନ୍ତର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି। ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନାଙ୍କ ସୂଚନା ଅନୁଯାୟୀ ଏଯାଏ ଲକ୍ଷେ ୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇସାରିଲାଣି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe