Advertisment

ଏମାନେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେବେ!

ଭୁବନେଶ୍ଵର (ଓଡ଼ିଶା ରିପୋର୍ଟର): ନବୀନଙ୍କ ମନ୍ତ୍ରିମଣ୍ଡଳରେ କିଏ ହେବେ ମନ୍ତ୍ରୀ? ଏହାକୁ ନେଇ ନାନା ଚର୍ଚ୍ଚା ଚାଲିଥିବା ବେଳେ ଆଜି ନବୀନ ନିବାସରୁ ଜଣଙ୍କ ପରେ ଜଣେ ବିଧାୟକଙ୍କ ପାଖକୁ ଫୋନ୍ କଲ୍‌ ଯାଉଥିବା ସୂଚନା ମିଳିଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ- ଭଟଲି ବିଧାୟକ ସୁଶାନ୍ତ ସିଂ, ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ, ଭୁବନେଶ୍ୱର ଏକାମ୍ର ବିଧାୟକ ଅଶୋକ ପଣ୍ଡା, ଝାରସୁଗୁଡ଼ା ବିଧାୟକ ନବ ଦାସ, ମାହାଙ୍ଗା ବିଧାୟକ ପ୍ରତାପ ଜେନା, ନିମାପଡ଼ା ବିଧାୟକ […]

ଅଦ୍ୟତନ ହୋଇଛି
ଏମାନେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେବେ!

phon-call

Advertisment

ଭୁବନେଶ୍ଵର (ଓଡ଼ିଶା ରିପୋର୍ଟର): ନବୀନଙ୍କ ମନ୍ତ୍ରିମଣ୍ଡଳରେ କିଏ ହେବେ ମନ୍ତ୍ରୀ? ଏହାକୁ ନେଇ ନାନା ଚର୍ଚ୍ଚା ଚାଲିଥିବା ବେଳେ ଆଜି ନବୀନ ନିବାସରୁ ଜଣଙ୍କ ପରେ ଜଣେ ବିଧାୟକଙ୍କ ପାଖକୁ ଫୋନ୍ କଲ୍‌ ଯାଉଥିବା ସୂଚନା ମିଳିଛି।

Advertisment

publive-imageବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ- ଭଟଲି ବିଧାୟକ ସୁଶାନ୍ତ ସିଂ, ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ, ଭୁବନେଶ୍ୱର ଏକାମ୍ର ବିଧାୟକ ଅଶୋକ ପଣ୍ଡା, ଝାରସୁଗୁଡ଼ା ବିଧାୟକ ନବ ଦାସ, ମାହାଙ୍ଗା ବିଧାୟକ ପ୍ରତାପ ଜେନା, ନିମାପଡ଼ା ବିଧାୟକ ସମୀର ଦାଶ, ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ, ଜୋନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାଶ, ଜଗନ୍ନାଥ ସାରକା, ନିରଞ୍ଜନ ପୂଜାରୀ ମନ୍ତ୍ରୀ ହୋଇପାରନ୍ତି। ଏମାନଙ୍କ ପାଖକୁ ନବୀନ ନିବାସରୁ ଫୋନ୍‌ କଲ୍‌ ଯାଇଛି। ତେବେ କାଲି ସ୍ପଷ୍ଟ ହେବ କିଏ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି।

ଚଳିତ ବିଧାନସଭାର ବାଚସ୍ପତି ହୋଇପାରନ୍ତି ସୂର୍ଯ୍ୟନାରାୟଣ ପାତ୍ର ଓ ବିଞ୍ଝାରପୁର ବିଧାୟକ ପ୍ରମିଳା ମଲ୍ଲିକଙ୍କୁ ନବୀନ ଶାସକ ଦଳର ମୁଖ୍ୟ ସଚେତକ କରିପାରନ୍ତି। ଏମାନଙ୍କ ପାଖକୁ ମଧ୍ୟ ନବୀନ ନିବାସରୁ ଫୋନ୍‌ କଲ ଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe