Advertisment

ରାତି ଅଧରେ ଘରେ ପଶିଲେ, ଲୁଟିବା ସହ ହାଣି ପଳାଇଲେ

ଆନନ୍ଦପୁର(ମୁନା ସିଂ): ରାତି ଅଧରେ ଘରେ ପଶି ସବୁ ସୁନାଅଳଙ୍କାର  ଲୁଟି ନେଲେ । ଏଥିସହ ମାରଣାସ୍ତ୍ରରେ ପରିବାରର ୩ ଜଣଙ୍କୁ ଆକ୍ରମଣ କରି ଫେରାର ହୋଇଗଲେ। ଏବେ ଗୁରୁତର ୩ ଜଣ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ବାରିଗାଁଠାରେ ଗତକାଲି ବିଳମ୍ବିତ ରାତିରେ ଘଟିଛି। ଆକ୍ରମଣର ଶିକାର ହୋଇଥିବା ୩ ଜଣ ହେଲେ ଗୋଲକ ପାଢୀ, ତାଙ୍କ ପତ୍ନୀ […]

author-image
Niharika Rout
ଅଦ୍ୟତନ ହୋଇଛି
ମହିଳାଙ୍କୁ ସର୍ବସମ୍ମୁଖରେ ଧାରୁଆ ଅସ୍ତ୍ରରେ ଲଗାତାର ଆକ୍ରମଣ

Knife-attack

ଆନନ୍ଦପୁର(ମୁନା ସିଂ): ରାତି ଅଧରେ ଘରେ ପଶି ସବୁ ସୁନାଅଳଙ୍କାର  ଲୁଟି ନେଲେ । ଏଥିସହ ମାରଣାସ୍ତ୍ରରେ ପରିବାରର ୩ ଜଣଙ୍କୁ ଆକ୍ରମଣ କରି ଫେରାର ହୋଇଗଲେ। ଏବେ ଗୁରୁତର ୩ ଜଣ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ବାରିଗାଁଠାରେ ଗତକାଲି ବିଳମ୍ବିତ ରାତିରେ ଘଟିଛି। ଆକ୍ରମଣର ଶିକାର ହୋଇଥିବା ୩ ଜଣ ହେଲେ ଗୋଲକ ପାଢୀ, ତାଙ୍କ ପତ୍ନୀ ଜୟନ୍ତୀ ଓ ଝିଅ ପ୍ରୀତିମୟୀ ।

Advertisment

ସୂଚନା ଅନୁଯାୟୀ,  ଗତକାଲି ରାତି ପ୍ରାୟ ୨ଟା ପରେ ବାରିଗାଁର ଗୋଲକ ପାଢୀଙ୍କ ଘର କବାଟ ଭାଙ୍ଗି କେତେକ ମୁଖା ପିନ୍ଧା ଦୁର୍ବୃତ୍ତ ପଶିଥିଲେ। ଏହାପରେ ସେମାନେ ଆଲମାରି ତାଡ଼ି ୧ଲକ୍ଷ ୮୦ ହଜାର ଟଙ୍କା , ସୁନା ଓ ୨ଟି ମୋବାଇଲ୍  ଲୁଟିନେଇଥିଲେ ।  ଏହି ସମୟରେ ଗୋଲକଙ୍କ ପରିବାର ଲୋକେ ଉଠି ପଡ଼ିବାରୁ ସେମାନେ ତାଙ୍କୁ    ଲୁହାରଡ ଓ ଭୁଜାଲିରେ ଆକ୍ରମଣ କରିଥିଲେ। ଫଳରେ ସେମାନଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ଏହାପରେ ଦୁର୍ବୃତ୍ତମାନେ ବାହାରୁ କବାଟ ବନ୍ଦ କରି ଫେରାର ହୋଇଯାଇଥିଲେ।

[caption id="attachment_763017" align="aligncenter" width="1099"]attack ଆକ୍ରମଣର ଶିକାର ହୋଇଥିବା ଗୋଲକଙ୍କ ଘର ସମ୍ମୁଖରେ ଲୋକ ଗହଳି ।[/caption]

Advertisment

ଗୋଲକଙ୍କ ପରିବାର ଲୋକଙ୍କ ଚିତ୍କାର ଶୁଣି  ପାଖ ପଡୋଶୀ ପହଞ୍ଚି  ଗୁରୁତର ୩ ଜଣଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।  ଖବରପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଚୋରି ହୋଇଥିବା ମୋବାଇଲକୁ ଟ୍ରାକ୍‌  କରିବା ସହିତ ତଦନ୍ତ ଆରମ୍ଭ କରିଛି ।

ଏନେଇ ଗୋଲକ କହିଛନ୍ତି, ରାତି ୨ଟା ଅଢେଇଟା ବେଳେ ଆଲମିରା ଭାଙ୍ଗିବା ଶବ୍ଦ ହେଲା।  ଚିତ୍କାର କରିବାକୁ  କେହି ଜଣେ ଏକ ବାଡ଼ିରେ ମୋତେ ପିଟିଦେଲେ। ଫଳରେ ମୁଁ ଅଚେତ ହୋଇପଡ଼ିଲି। ଚେତେ ଫେରିବା ବେଳକୁ ପତ୍ନୀ ଓ ଝିଅକୁ ସେମାନେ ମାରଣାସ୍ତ୍ରରେ ଆକ୍ରମଣ କରି ସାରିଥିଲେ। ଏଥିସହ ଘରୁ  ସବୁ ଜିନିଷ ନେଇ ବାହାରୁ କବାଟ ଦେଇ ପଳାଇଲେ।