Advertisment

ତେଲ ଲଗାଇ ଲୁଟ୍ କରୁଥିଲେ, ଧରିଲା ପୁଲିସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଦୁଇଟି ବଡ଼ ଧରଣର ଲୁଟେରା ଗ୍ୟାଙ୍ଗ ଧରାପଡ଼ିଛନ୍ତି। ଏକ ସ୍ପେଶାଲ ସ୍କ୍ୱାଡ୍ ୮ ଜଣ ଲୁଟେରାକୁ ଗିରଫ କରିଛି। ସେମାନଙ୍କୁ ଠାରୁ ବିପୁଳ ପରିମାଣର ଚୋରା ମାଲ୍ ଜବତ କରିଛି। ୭୦ଟି ମୋବାଇଲ, ୨୩ଟି ଲାପଟପ୍ ଓ ୯ଟି ଚୋରା ବାଇକ ଜବତ କରାଯାଇଛି। ଗୋଟିଏ ଗ୍ୟାଙ୍ଗର ସଦସ୍ୟମାନେ ହାଇୱେରୁ ଲୁଟ୍‌ କରୁଥିଲେ। ଆଉ ଗୋଟିଏ ଗ୍ୟାଙ୍ଗ୍‌ ଘରେ ଓ ହଷ୍ଟେଲରେ ପଶି ଲୁଟ୍ କରୁଥିଲେ। ଏହି ଦୁଇଟି ଗ୍ୟାଙ୍ଗ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ତେଲ ଲଗାଇ ଲୁଟ୍ କରୁଥିଲେ, ଧରିଲା ପୁଲିସ୍‌

bbsr

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଦୁଇଟି ବଡ଼ ଧରଣର ଲୁଟେରା ଗ୍ୟାଙ୍ଗ ଧରାପଡ଼ିଛନ୍ତି। ଏକ ସ୍ପେଶାଲ ସ୍କ୍ୱାଡ୍ ୮ ଜଣ ଲୁଟେରାକୁ ଗିରଫ କରିଛି। ସେମାନଙ୍କୁ ଠାରୁ ବିପୁଳ ପରିମାଣର ଚୋରା ମାଲ୍ ଜବତ କରିଛି। ୭୦ଟି ମୋବାଇଲ, ୨୩ଟି ଲାପଟପ୍ ଓ ୯ଟି ଚୋରା ବାଇକ ଜବତ କରାଯାଇଛି।

Advertisment

ଗୋଟିଏ ଗ୍ୟାଙ୍ଗର ସଦସ୍ୟମାନେ ହାଇୱେରୁ ଲୁଟ୍‌ କରୁଥିଲେ। ଆଉ ଗୋଟିଏ ଗ୍ୟାଙ୍ଗ୍‌ ଘରେ ଓ ହଷ୍ଟେଲରେ ପଶି ଲୁଟ୍ କରୁଥିଲେ। ଏହି ଦୁଇଟି ଗ୍ୟାଙ୍ଗ ଭିତରୁ ଗୋଟିଏ ଗ୍ୟାଙ୍ଗର ଲୁଟେରାମାନେ ଦେହରେ ତେଲ ଲଗାଇ ଲୁଟ୍ କରୁଥିଲେ। ଫଳରେ ସେମାନେ ଯେପରି ଲୋକଙ୍କ କବଳରୁ ସହଜରେ ଖସି ପଳାଇ ପାରିବେ। ଏହି ଲୁଟେରାମାନେ ଲକ୍‌ଡାଉନ୍‌ ସମୟରେ ଲୁଟ୍‌ କରୁଥିଲେ।

ଏନେଇ ଡିସିପି କହିଛନ୍ତି, “ଗତ କିଛି ମାସ ହେବ ଭୁବନେଶ୍ୱର ସହରରୁ ମୋବାଇଲ, ଲାପଟପ୍ ଓ ବାଇକ୍ ଚୋରି ହେଉଥିଲା। ତେଣୁ ଏକ ଜଏଣ୍ଟ ଟିମ୍‌ କରି ଚଢ଼ଉ କରାଯାଇଥିଲା। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ।”

Advertisment