ବନ୍ଧୁକ ଦେଖାଇ ୩୦ ଲକ୍ଷ ଲୁଟି ନେଲେ

ଭଦ୍ରକ (ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା କୁଆପଦାରେ ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ କିଛି ଦୁର୍ବୃତ୍ତ ୩୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଭଦ୍ରକରୁ ଟଙ୍କା ନେଇ ବ୍ୟାଙ୍କ କର୍ମଚାରୀ ଜଣଙ୍କ ଜଳଙ୍ଗ ୟୁକୋ ବ୍ୟାଙ୍କ ଶାଖାକୁ ଯାଉଥିବା ବେଳେ ଏହି ଲୁଟ ହୋଇଛି। କୁଆପଦା ଛକ ନିକଟରେ ଏକ କଳା ପଲ୍‌ସରରେ ଆସି ୩ ଦୁର୍ବୃତ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରିଥିଲେ। ଏହାପରେ ଟଙ୍କା ଲୁଟି […]

loot

Rakesh Mallick
  • Published: Monday, 24 September 2018
  • , Updated: 24 September 2018, 10:07 PM IST

ଭଦ୍ରକ (ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା କୁଆପଦାରେ ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ କିଛି ଦୁର୍ବୃତ୍ତ ୩୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଭଦ୍ରକରୁ ଟଙ୍କା ନେଇ ବ୍ୟାଙ୍କ କର୍ମଚାରୀ ଜଣଙ୍କ ଜଳଙ୍ଗ ୟୁକୋ ବ୍ୟାଙ୍କ ଶାଖାକୁ ଯାଉଥିବା ବେଳେ ଏହି ଲୁଟ ହୋଇଛି।

କୁଆପଦା ଛକ ନିକଟରେ ଏକ କଳା ପଲ୍‌ସରରେ ଆସି ୩ ଦୁର୍ବୃତ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରିଥିଲେ। ଏହାପରେ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ।

ଦୁର୍ବୃତ୍ତମାନେ ଚଢ଼େଇଆ ରାସ୍ତା ଦେଇ ବାଲେଶ୍ୱର ଆଡ଼େ ପଳାଇ ଯାଇଥିବା ଅନୁମାନ କରାଯାଉଛି। ଗ୍ରାମାଞ୍ଚଳ ଓ ଟାଉନ୍‌ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

https://youtu.be/8zPV8NG475I

Related story