Advertisment

ଅଖଣ୍ଡ ଶିକାର ପାଇଁ ଶିମିଳିପାଳରେ ପଶିଥିଲେ, ଧରିଲା AI କ୍ୟାମେରା; ବନ କର୍ମଚାରୀ ଘେରିଯିବା ପରେ ଆତ୍ମସମର୍ପଣ କଲେ ୩୯ ଶିକାରୀ

ଶିମିଳିପାଳ ଅଭୟାରଣ୍ୟର ସାଉଥ୍ ଡିଭିଜନରେ ଗତକାଲି ରାତିରେ ଏହି ଶିକାରୀମାନେ ଶିକାର କରିବା ଉଦ୍ଦେଶ୍ୟରେ ପଶିଥିବା ବେଳେ ଏଆଇ କ୍ୟାମେରାରେ ସେମାନେ ଧରାପଡ଼ିଥିଲେ। ଏହା ପରେ ଶିମିଳିପାଳର ସ୍ପେଶାଲ ଟାଇଗର ପ୍ରୋଟେକ୍ସନ ଫୋର୍ସ ସହିତ ଅନ୍ୟ ବନ କର୍ମଚାରୀ ମିଳିତ ଭାବେ ଶିକାରୀଙ୍କୁ ଘେରି ଯାଇଥିଲେ।

Arrest
Advertisment

ଶିମିଳିପାଳରେ ୩୯ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ। ଆଉ ବନ ବିଭାଗକୁ ଏହି ସଫଳତା ମିଳିଛି AI କ୍ୟାମରେ ଯୋଗୁ। 

Advertisment

ଶିମିଳିପାଳ ଅଭୟାରଣ୍ୟର ସାଉଥ୍ ଡିଭିଜନରେ ଗତକାଲି ରାତିରେ ଏହି ଶିକାରୀମାନେ ଶିକାର କରିବା ଉଦ୍ଦେଶ୍ୟରେ ପଶିଥିବା ବେଳେ ଏଆଇ କ୍ୟାମେରାରେ ସେମାନେ ଧରାପଡ଼ିଥିଲେ। ଏହି ସୂଚନା ପାଇବା ପରେ ଶିମିଳିପାଳର ସ୍ପେଶାଲ ଟାଇଗର ପ୍ରୋଟେକ୍ସନ ଫୋର୍ସ ସହିତ ଅନ୍ୟ ବନ କର୍ମଚାରୀ ମିଳିତ ଭାବେ ଶିକାରୀଙ୍କୁ ଘେରି ଯାଇଥିଲେ। ଫଳରେ ଶିକାରୀମାନେ ବାଧ୍ୟ ହୋଇ ବନ ବିଭାଗ ପାଖରେ ଆତ୍ମସମର୍ପଣ କରିଥିଲେ। 

ଧରାପଡ଼ିଥିବା ଶିକାରୀମାନଙ୍କ ଠାରୁ ୯ଟି ଦେଶୀ ବନ୍ଧୁକ, ୨୦ଟି ଧନୁ ଓ ବିପୁଳ ପରିମାଣର ବିସ୍ଫୋରକ ସହ ଶିକାରରେ ବ୍ୟବହୃତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

Advertisment

ଶିମିଳିପାଳ କର୍ତ୍ତୃପକ୍ଷ କହିଛନ୍ତି ଯେ ଏହି ଶିକାରୀମାନଙ୍କ ନାମରେ ବନ୍ଧୁକ ରଖିଥିବାରୁ ଆର୍ମସ ଆକ୍ଟରେ ଏକ ମାମଲା ପୁଲିସ୍ ପାଖରେ କରାଯିବ। 

ଗିରଫ ଶିକାରୀମାନେ ଶିମିଳିପାଳ ଅଭୟାରଣ୍ୟ ନିକଟସ୍ଥ ଉଦଳା ଥାନା ଅନ୍ତର୍ଗତ ଅମ୍ବିକା ଦେଇପୁର, ମହାଲି ସାହି, ଜିତୁ ସାହି, ଖଲାଡ଼ି ଓ ଲଙ୍ଗାଡି ଆଦି ଗାଁର। ଏଆଇ କ୍ୟାମେରା ଯୋଗୁ ଏହି ଶିକାରୀମାନଙ୍କର ଏକ ସଂଘବଦ୍ଧ ଶିକାରକୁ ରୋକା ଯାଇପାରିଲା ବୋଲି ଶିମିଳିପାଳ କର୍ତ୍ତୃପକ୍ଷ କହିଛନ୍ତି। 

ଅଖଣ୍ଡ ଶିକାର

ଶିମିଳିପାଳ ଅଭୟାରଣ୍ୟରେ ଏହି ପରି ସଂଘବଦ୍ଧ ଶିକାରକୁ ଅଖଣ୍ଡ ଶିକାର କୁହାଯାଏ। ଶହ ଶହ ଲୋକ ଗାଁରୁ ଏକତ୍ରିତ ହୋଇ ଜଙ୍ଗଲକୁ ଏକ ସଙ୍ଗେ ପଶି ଯାହା ସାମ୍ନାରେ ପଡ଼େ ତାକୁ ଶିକାର କରି ଥାଆନ୍ତି।

ପରମ୍ପରା ନାଁରେ ଏହି ଶିକାର ପାଇଁ ଶିମିଳିପାଳ ବେଶ୍‌ ଦୁର୍ନାମ ପାଇଛି। ଗତ କିଛି ବର୍ଷ ଏହିପରି ଅଖଣ୍ଡ ଶିକାର ବନ୍ଦ ରହିଥିବା ବେଳେ ପୁଣି ଏହି ଅଖଣ୍ଡ ଶିକାର ଉଦ୍ୟମ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe