Advertisment

ଆଜିଠୁ ୭୨ ଘଣ୍ଟା ପର୍ଯ୍ୟନ୍ତ ଶଟଡାଉନ୍‌ ହେଲା ଏହି ସହର

ବିନିକା(ଓଡ଼ିଶା ରିପୋର୍ଟର): ଆଜି ସକାଳ ୬ଟାରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ବିନିକା ସହରକୁ ଶଟଡାଉନ୍‌ ଘୋଷଣା କରାଯାଇଛି  । ଶଟଡାଉନ୍‌ ସମୟରେ ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ପାଇଁ ନିଷ୍ପତି ନିଆଯାଇଛି । ଗତ କିଛି ଦିନ ହେଲା ବିନିକା ସହରରେ କରୋନା ପଜିଟିଭ ସଂଖ୍ୟା ମଧ୍ୟ ବଢିଚାଲିଛି।  ତେବେ କରୋନାକୁ ରୋକିବା ପାଇଁ ବିନିକା ସହରର ବଣିକ ସଂଘ, ଗ୍ୟାରେଜ ସଂଘ, ଡେଲି ମାର୍କେଟ ସଂଘ, ଲାୟନ୍ସ କ୍ଲବ, […]

author-image
Niharika Rout
ଏହି ଜିଲ୍ଲାପାଳଙ୍କ ଅଫିସ୍ ୩ ଦିନ ଶଟଡାଉନ୍‌

shut-bdown-1

ବିନିକା(ଓଡ଼ିଶା ରିପୋର୍ଟର): ଆଜି ସକାଳ ୬ଟାରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ବିନିକା ସହରକୁ ଶଟଡାଉନ୍‌ ଘୋଷଣା କରାଯାଇଛି  । ଶଟଡାଉନ୍‌ ସମୟରେ ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ପାଇଁ ନିଷ୍ପତି ନିଆଯାଇଛି ।

Advertisment

ଗତ କିଛି ଦିନ ହେଲା ବିନିକା ସହରରେ କରୋନା ପଜିଟିଭ ସଂଖ୍ୟା ମଧ୍ୟ ବଢିଚାଲିଛି।  ତେବେ କରୋନାକୁ ରୋକିବା ପାଇଁ ବିନିକା ସହରର ବଣିକ ସଂଘ, ଗ୍ୟାରେଜ ସଂଘ, ଡେଲି ମାର୍କେଟ ସଂଘ, ଲାୟନ୍ସ କ୍ଲବ, ନୂଆ ବସଷ୍ଟାଣ୍ଡ ସଂଘ ପକ୍ଷରୁ ଏକ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଥିରେ ବିନିକା ତହସିଲଦାର, ଥାନା ଅଧିକାରୀ, ଏନଏସି କର୍ମଚାରୀ, ବ୍ଲକ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ସୁବର୍ଣ୍ଣପୁର ଜିଲ୍ଲାରେ ଦିନକୁ ଦିନ କାୟା ବିସ୍ତାର କରିଚାଲିଛି ମହାମାରୀ କରୋନା । ଜିଲ୍ଲାରେ  କରୋନା ପଜିଟିଭଙ୍କ ସଂଖ୍ୟା ୧୪୮୯ରେ ପହଞ୍ଚି ସାରିଥିବା ବେଳେ ଆକ୍ଟିଭ କେସ୍‌ ରହିଛି  ୭୬୦ । ଜିଲ୍ଲାରେ ୭୨୬ କରୋନା ସଂକ୍ରମିତ ସୁସ୍ଥ ହୋଇ ସାରିଥିବା ବେଳେ ଆଖି ବୁଜି ସାରିଲେଣି ୩ ଜଣ।

Advertisment
Shut Down