Advertisment

ଆସନ୍ତାକାଲିଠୁ ଏହି ଜିଲ୍ଲା ୪୧ ଘଣ୍ଟା ଶଟ୍‌ଡାଉନ୍

ନବରଙ୍ଗପୁର (ନବଘନ ବିଶୋୟୀ): ଆସନ୍ତାକାଲିଠୁ ନବରଙ୍ଗପୁର ଜିଲ୍ଲା ୪୧ ଘଣ୍ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶଟ୍‌ଡାଉନ୍ ରହିବ। ଆସନ୍ତାକାଲି ମଧ୍ୟାହ୍ନ ୧୨ଟାରୁ ୧୭ ତାରିଖ ସକାଳ ୫ଟା ଯାଏ ସମ୍ପୂର୍ଣ୍ଣ ଜିଲ୍ଲାକୁ ଶଟଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଏହି ସମୟରେ ଘରେ ରହିବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଜିଲ୍ଲାରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।  ଶଟ୍‌ଡାଉନ୍‌ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ସେବା ବ୍ୟତୀତ ଅନ୍ୟ […]

ଅଦ୍ୟତନ ହୋଇଛି
୩ ଦିନ ଶଟଡାଉନ୍‌ ହେଲା ଏହି ଜିଲ୍ଲା

market closed

Advertisment

ନବରଙ୍ଗପୁର (ନବଘନ ବିଶୋୟୀ): ଆସନ୍ତାକାଲିଠୁ ନବରଙ୍ଗପୁର ଜିଲ୍ଲା ୪୧ ଘଣ୍ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶଟ୍‌ଡାଉନ୍ ରହିବ। ଆସନ୍ତାକାଲି ମଧ୍ୟାହ୍ନ ୧୨ଟାରୁ ୧୭ ତାରିଖ ସକାଳ ୫ଟା ଯାଏ ସମ୍ପୂର୍ଣ୍ଣ ଜିଲ୍ଲାକୁ ଶଟଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଏହି ସମୟରେ ଘରେ ରହିବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

Advertisment

ଜିଲ୍ଲାରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।  ଶଟ୍‌ଡାଉନ୍‌ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ସେବା ବ୍ୟତୀତ ଅନ୍ୟ ସେବା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ। ମେଡିକାଲ ସେବା, ସମସ୍ତ ସରକାରୀ ଅଫିସ, ପେଟ୍ରୋଲ ପମ୍ପ, ଏଟିଏମ୍, ବିଦ୍ୟୁତ୍‌ ସେବା, ଟେଲିକମ୍ ସେବା ସହ ଅନ୍ୟ ଅତ୍ୟାବଶ୍ୟକ ସେବା ବନ୍ଦ ରହିବ ନାହିଁ ।  ଶଟ୍‌ଡାଉନ୍‌ ସମୟରେ ସ୍ୱାସ୍ଥ୍ୟକର୍ମୀ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ।

ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୪୩୭ ଜଣ କରୋନା ସଂକ୍ରମିତ ହୋଇଛନ୍ତି।  ୩୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧୭ ଜଣ ଏବେ ଚିକିତ୍ସିତ ହେଉଛନ୍ତି । ସେହିପରି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଜିଲ୍ଲାରେ ଆଉ ୨ କରୋନା ଆକ୍ରାନ୍ତଙ୍କର ବି ମୃତ୍ୟୁ ଘଟିଛି। ତେବେ ଅନ୍ୟାନ୍ୟ କାରଣରୁ ସେମାନଙ୍କ ମୃତ୍ୟୁ ଘଟିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

Advertisment
Shut Down
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe