Advertisment

ବାଜପେୟୀଙ୍କ ପ୍ରତି ବିଜେଡି ମନ୍ତ୍ରୀଙ୍କର ଏମିତି ସମ୍ମାନ ! ସେପଟେ ଜୁଇ ଜଳୁଥିଲା, ଏପଟେ ଛୁଟିରେ ବି ସରକାରୀ କାମ କରୁଥିଲେ

ସାଲେପୁର (ମନୋଜ ଆଚାର୍ଯ୍ୟ): ମହାନ ଜନନାୟକ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶେଷକୃତ୍ୟ ପାଇଁ ଗତ ଶୁକ୍ରବାର ଓଡ଼ିଶାରେ, ରାଜ୍ୟ ସରକାର ସରକାରୀ ଛୁଟି ଘୋଷଣା କରିବା ସହ ସବୁପ୍ରକାର ସରକାରୀ କାର୍ଯ୍ୟକ୍ରମ ବାତିଲ କରିଥିଲେ। ଅଟଳଜୀଙ୍କୁ ସମ୍ମାନ ଜଣାଇ ସବୁ ସ୍କୁଲ୍‌ କଲେଜ ଓ ସରକାରୀ ଅଫିସ୍‌ ବନ୍ଦ ରହିଥିଲା। ପୂର୍ବରୁ ଠିକ୍ ହୋଇଥିବା ସଭାସମିତି ଓ କାର୍ଯ୍ୟକ୍ରମକୁ ବାତିଲ୍ କରାଯାଇଥିଲା। କିନ୍ତୁ ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ମନ୍ତ୍ରୀ ଏହି […]

author-image
Amaresh Biswal
ଅଦ୍ୟତନ ହୋଇଛି
ବାଜପେୟୀଙ୍କ ପ୍ରତି ବିଜେଡି ମନ୍ତ୍ରୀଙ୍କର ଏମିତି ସମ୍ମାନ ! ସେପଟେ ଜୁଇ ଜଳୁଥିଲା, ଏପଟେ ଛୁଟିରେ ବି ସରକାରୀ କାମ କରୁଥିଲେ

Pratap-Jena

ସାଲେପୁର (ମନୋଜ ଆଚାର୍ଯ୍ୟ): ମହାନ ଜନନାୟକ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶେଷକୃତ୍ୟ ପାଇଁ ଗତ ଶୁକ୍ରବାର ଓଡ଼ିଶାରେ, ରାଜ୍ୟ ସରକାର ସରକାରୀ ଛୁଟି ଘୋଷଣା କରିବା ସହ ସବୁପ୍ରକାର ସରକାରୀ କାର୍ଯ୍ୟକ୍ରମ ବାତିଲ କରିଥିଲେ। ଅଟଳଜୀଙ୍କୁ ସମ୍ମାନ ଜଣାଇ ସବୁ ସ୍କୁଲ୍‌ କଲେଜ ଓ ସରକାରୀ ଅଫିସ୍‌ ବନ୍ଦ ରହିଥିଲା। ପୂର୍ବରୁ ଠିକ୍ ହୋଇଥିବା ସଭାସମିତି ଓ କାର୍ଯ୍ୟକ୍ରମକୁ ବାତିଲ୍ କରାଯାଇଥିଲା। କିନ୍ତୁ ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ମନ୍ତ୍ରୀ ଏହି ମହାନ ଜନନେତାଙ୍କୁ ସମ୍ମାନ ଜଣେଇବାକୁ ଉଚିତ୍ ମନେକଲେ ନାହିଁ।

Advertisment

କଥାଟା ସ୍ପଷ୍ଟ ହୋଇଗଲେ ଭଲ ହେବ। ସ୍ୱାସ୍ଥ୍ୟ, ଆଇନ୍‌, ସୂଚନା ଓ ଲୋକସମ୍ପର୍କ ବିଭାଗର ବରିଷ୍ଠ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା। ତାଙ୍କ ନିର୍ବାଚନ ମଣ୍ଡଳୀ କଟକ ଜିଲ୍ଲାର ମାହାଙ୍ଗାରେ ଏବେ ଚର୍ଚ୍ଚା ହେଉଛି ଯେ, ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ତାଙ୍କର ତିଳେ ହେଲେ ସମ୍ମାନ ନାହିଁ।

କାରଣ ଠିକ୍ ଯେତେବେଳେ ଅଟଳଜୀଙ୍କ ମରଶରୀରକୁ ମୁଖାଗ୍ନି ଦିଆଯାଉଥିଲା, ଠିକ୍ ସେତିକିବେଳେ ସେ ନିଜ ଏରିଆରେ ଜଳସମ୍ପଦ ବିଭାଗ ନର୍ଥ ଡିଭିଜନ୍‌ର କାମ ତଦାରଖ କରୁଥିଲେ। ନିଜେ ବୁଲି ବୁଲି କାମ ଦେଖିବାରେ ସମସ୍ୟା ନଥିଲା। ସେ କିନ୍ତୁ ଛୁଟି ସତ୍ୱେ ସମସ୍ତ ସରକାରୀ ଅଫିସରଙ୍କୁ ସାଙ୍ଗରେ ନେଇ ସାଇଟ୍ ବୁଲୁଥିଲେ।

Advertisment

[caption id="attachment_266198" align="aligncenter" width="837"]publive-imageବାଜପେୟୀଙ୍କ ଅମର ଆତ୍ମାକୁ ସମ୍ମାନ ଜଣାଇ ଯେଉଁଦିନ ରାଜ୍ୟ ସରକାର ଛୁଟି ଘୋଷଣା କରିଥିଲେ, ସେଇଦିନ ସରକାରୀ ଅଫିସରଙ୍କୁ ଡାକି ନିଜ ଏରିଆରେ ସରକାରୀ କାମ କରୁଛନ୍ତି ମନ୍ତ୍ରୀ[/caption]

ଡେପୁଟି ଏକ୍‌ଜିକ୍ୟୁଟିଭ୍ ଇଞ୍ଜିନିୟର ପ୍ରଦୀପ ନାୟକ, ବାଲିଚନ୍ଦ୍ରପୁର ଜଳସମ୍ପଦ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ହରେକୃଷ୍ଣ ଓଝା, ଓସିସିର ସିନିୟର ମ୍ୟାନେଜର ଓ ଜେନେରାଲ ମ୍ୟାନେଜର ଏବଂ ତାଙ୍କର କିଛି ସମର୍ଥକଙ୍କୁ ନେଇ ନିଜ ମଧୁପୁର-ବାସୁଦେବପୁର ଗେଙ୍ଗୁଟି ନଦୀବନ୍ଧ କାର୍ଯ୍ୟର ସମୀକ୍ଷା କରିଥିଲେ। କେବେଳ ସେତିକି ନୁହେଁ, ଉନ୍ନତିକରଣ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା ବି କରିଥିଲେ।

ବାଜପେୟୀଙ୍କ ଶେଷକୃତ୍ୟ ପାଇଁ ଯେ ସମସ୍ତ ସରକାରୀ କାର୍ଯ୍ୟକୁ ତାଙ୍କରି ସରକାର ବାତିଲ୍ କରିଥିଲେ, ସେ କଥା ମନ୍ତ୍ରୀ ପ୍ରତାପ ଜେନା ଭୁଲିଗଲେ। ଲୋକେ ଚର୍ଚ୍ଚା କରୁଛନ୍ତି, ନା ତାଙ୍କର ବାଜପେୟୀଙ୍କ ସ୍ୱର୍ଗତ ଆତ୍ମା ପ୍ରତି ସମ୍ମାନ ଅଛି, ନା ନିଜ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପ୍ରତି ସମ୍ମାନ ଅଛି।

ଏରିଆରେ ଉନ୍ନତିକରଣ କାମର ସମୀକ୍ଷା କରିବାଟା ଖରାପ ନୁହେଁ, କିନ୍ତୁ ମନ୍ତ୍ରୀ ବୋଧହୁଏ ଉଚିତ ସମୟଟିକୁ ଭୁଲିଗଲେ। କାରଣ ଯେଉଁ ସମୟରେ ବାଜପେୟୀଙ୍କ ଚିତା ଜଳୁଥିଲା, ଠିକ୍ ସେହି ସମୟରେ ସରକାରଙ୍କର ଜଣେ ବରିଷ୍ଠ ମନ୍ତ୍ରୀ ହିସାବରେ ସରକାରୀ ଅଫିସରଙ୍କୁ ଧରି ଏଭଳି କାର୍ଯ୍ୟକ୍ରମ ରଖିବା କଣ ଉଚିତ ହେଲାକି??.