Advertisment

୬୨ ଦେଶ ବୁଲି ସାରିଲେଣି ଏହି ଓଡ଼ିଶୀ ନୃତ୍ୟଶିଳ୍ପୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ‘ଓଡ଼ିଶୀ’ ପାଇଁ ସେ ସମ୍ପୂର୍ଣ୍ଣ ସମର୍ପିତ। ଦେଶ ତଥା ବିଦେଶରେ ନୃତ୍ୟ ପରିବେଷଣ କରି ‘ଓଡ଼ିଶୀ’କୁ ବିଶ୍ୱ ଦରବାରେ ଲୋକପ୍ରିୟ କରିବା ପାଇଁ ଅହରହ ଉଦ୍ୟମ ଚଳାଇଥିବା ବ୍ୟକ୍ତିତ୍ୱ ହେଉଛନ୍ତି ଯୁବ ପ୍ରତିଭା ଶାଶ୍ୱତ ଯୋଷୀ। ମାତ୍ର ୧୭ ବର୍ଷର କ୍ୟାରିଅର୍‌ରେ ଶାଶ୍ୱତ ୬୨ଟି ଦେଶ ଭ୍ରମଣ କରିବା ସହ ସେଠାରେ ‘ଓଡ଼ିଶୀ’ ପରିବେଷଣ କରିବାର ସୁଯୋଗ ପାଇ ସାରିଲେଣି। ଏହି ଉଦୀୟମାନ ପ୍ରତିଭା ବିଦେଶ ବୁଲିବା ସହ ଯେତିକି ଦେଶରେ ଷ୍ଟେଜ୍‌ ଶୋ’ କରିଛନ୍ତି, […]

ଅଦ୍ୟତନ ହୋଇଛି
୬୨ ଦେଶ ବୁଲି ସାରିଲେଣି ଏହି ଓଡ଼ିଶୀ ନୃତ୍ୟଶିଳ୍ପୀ

saswat-joshi-6

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): 'ଓଡ଼ିଶୀ' ପାଇଁ ସେ ସମ୍ପୂର୍ଣ୍ଣ ସମର୍ପିତ। ଦେଶ ତଥା ବିଦେଶରେ ନୃତ୍ୟ ପରିବେଷଣ କରି 'ଓଡ଼ିଶୀ'କୁ ବିଶ୍ୱ ଦରବାରେ ଲୋକପ୍ରିୟ କରିବା ପାଇଁ ଅହରହ ଉଦ୍ୟମ ଚଳାଇଥିବା ବ୍ୟକ୍ତିତ୍ୱ ହେଉଛନ୍ତି ଯୁବ ପ୍ରତିଭା ଶାଶ୍ୱତ ଯୋଷୀ। ମାତ୍ର ୧୭ ବର୍ଷର କ୍ୟାରିଅର୍‌ରେ ଶାଶ୍ୱତ ୬୨ଟି ଦେଶ ଭ୍ରମଣ କରିବା ସହ ସେଠାରେ 'ଓଡ଼ିଶୀ' ପରିବେଷଣ କରିବାର ସୁଯୋଗ ପାଇ ସାରିଲେଣି।

Advertisment

ଏହି ଉଦୀୟମାନ ପ୍ରତିଭା ବିଦେଶ ବୁଲିବା ସହ ଯେତିକି ଦେଶରେ ଷ୍ଟେଜ୍‌ ଶୋ' କରିଛନ୍ତି, ବୋଧହୁଏ ତାଙ୍କ ସମସାମୟିକ କୌଣସି ଓଲିଉଡ୍ କଳାକାରଙ୍କ ଭାଗ୍ୟରେ ଏହା ଜୁଟି ନ ଥିବ। ଓଡ଼ିଶୀ ନାଚୁ ନାଚୁ କେତେବେଳେ ଯେ ୬୨ ଦେଶରେ ଏହି ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରି ସାରିଲେଣି, ସେ କଥା ନିଜେ ମଧ୍ୟ ଜାଣି ନାହାନ୍ତି ବୋଲି ଶାଶ୍ୱତ କୁହନ୍ତି।

publive-imageନିକଟରେ ଆୟୋଜିତ 'କୋଣାର୍କ ମହୋତ୍ସବ'ରେ ଶାଶ୍ୱତ ତାଙ୍କ କ୍ୟାରିଅର୍‌ର ୧୦,୦୦୦ତମ ମଞ୍ଚରେ ନୃତ୍ୟ ପରିବେଷଣ କରିଛନ୍ତି। ତାଙ୍କ ଓଡ଼ିଶୀ ନୃତ୍ୟର ଯାତ୍ରା ୨୦୦୧ ମସିହା ଏହି 'କୋଣାର୍କ ମହୋତ୍ସବ'ରୁ ହିଁ ଆରମ୍ଭ ହୋଇଥିଲା। ତେବେ ୧୦.୦୦୦ମଞ୍ଚରେ ନାଚିବାର ସୁଯୋଗ ପାଇ ନିଜକୁ ଗୌରବାନ୍ୱିତ ମନେ କରିବା ସହ ଲୋକଙ୍କ ଭଲ ପାଇବା ନିକଟରେ ଚିର ଋଣୀ ବୋଲି ସେ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe