ଭଙ୍ଗା ଘରେ ଏମାନଙ୍କ ଜୀବନ

  • Published: Wednesday, 12 April 2023
  • , Updated: 12 April 2023, 04:45 PM IST

ଏ ଘରେ ମଣିଷ ରୁହନ୍ତି। ଏଇଠି ଖାଆନ୍ତି ଏଇଠି ହିଁ ଶୁଅନ୍ତି। ଝଡ଼ ଆସେ ବତାସ ବି ଆସେ, ମେରୁଦଣ୍ଡ ଭାଙ୍ଗି ଗଲେ ବି ମାଟିର ମଣିଷ ଏହି ଝାଟିମାଟି ଘରେ ରହିବାକୁ ବାଧ୍ୟ ହୋଇଥାଏ। ଏଇଠି ନରହିଲେ ଆଉ କେଉଁଠି ରହିବ। ଖରାପ ହେଉକି ଭଲ, ମଣିଷକୁ ମୁଣ୍ଡ ଗୁଞ୍ଜିବାକୁ ବାସଗୃହଟିଏ ଅତ୍ୟନ୍ତ ଜରୁରୀ ହୋଇଥାଏ। ସରକାରୀ ଯୋଜନାକୁ ଉପହାସ କରୁଥିବା ଏ ହେଉଛି ଏହାର ଏକ ଦୃଶ୍ୟ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ କରଞ୍ଜିଆ ଗାଁର ଭୁମିଜ ସାହିର କଥା। ଗରିବ ପରିବାରଙ୍କ ପାଇଁ ସରକାରଙ୍କ କାହିଁ କେତେ ଯୋଜନା ହେଲେ ସେଥିରୁ ଗୋଟିଏ ବି ଫଳପ୍ରଦ ହେଉନାହିଁ। ଏମାନଙ୍କ ଭାଗ୍ୟରେ ସେ ସୁଃଖ ନାହିଁ ଯେ, ପକ୍କାଘରେ ରାତି କାଟିବେ। 

Related story