ଆଜିଠୁ ଲାଗୁ ହେବାକୁ ଥିଲା ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ କଟକଣା, କିନ୍ତୁ ...

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ପୂର୍ବ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଆଜିଠୁ ଲାଗୁ ହେବାକୁ ଥିଲା ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ କଟକଣା। ହେଲେ ଚଳିତ ମାସ ଦୁର୍ଗା ପୂଜା ପଡ଼ୁଥିବାରୁ ଏହାକୁ ୧ ମାସ ପର୍ଯ୍ୟନ୍ତ କୋହଳ କରିଦେଇଛନ୍ତି ରାଜ୍ୟ ସରକାର।  ଫଳରେ ଏହାକୁ ଚଳିତ ମାସ ୩୧ ତାରିଖ ଯାଏ ଘୁଞ୍ଚାଇ ଦିଆଯାଇଥିବା ସ୍ପଷ୍ଟ କରିଛନ୍ତି ସରକାର । ଏହି ମାସେ ଭିତରେ ସଂପୃକ୍ତ ଡିଲର ବିକିଥିବା ଗାଡ଼ିରୁ ଅଣ HSRP ପ୍ଲେଟ୍ କାଢ଼ି HSRP […]

nmb-1-1..

nmb-1-1..

Niharika Rout
  • Published: Tuesday, 01 October 2019
  • Updated: 01 October 2019, 09:29 AM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ପୂର୍ବ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଆଜିଠୁ ଲାଗୁ ହେବାକୁ ଥିଲା ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ କଟକଣା। ହେଲେ ଚଳିତ ମାସ ଦୁର୍ଗା ପୂଜା ପଡ଼ୁଥିବାରୁ ଏହାକୁ ୧ ମାସ ପର୍ଯ୍ୟନ୍ତ କୋହଳ କରିଦେଇଛନ୍ତି ରାଜ୍ୟ ସରକାର।  ଫଳରେ ଏହାକୁ ଚଳିତ ମାସ ୩୧ ତାରିଖ ଯାଏ ଘୁଞ୍ଚାଇ ଦିଆଯାଇଥିବା ସ୍ପଷ୍ଟ କରିଛନ୍ତି ସରକାର ।

ଏହି ମାସେ ଭିତରେ ସଂପୃକ୍ତ ଡିଲର ବିକିଥିବା ଗାଡ଼ିରୁ ଅଣ HSRP ପ୍ଲେଟ୍ କାଢ଼ି HSRP ପ୍ଲେଟ୍ ଦେବେ । ଯଦି ଡିଲର ଧାର୍ଯ୍ୟ ସମୟ ଭିତରେ HSRP ପ୍ଲେଟ୍ ନ ଦିଅନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବହନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି ।  HSRP ବିନା ଗାଡ଼ି କ୍ରେତାଙ୍କୁ ସ୍ମାର୍ଟ କାର୍ଡ ରେଜିଷ୍ଟ୍ରେଶନ ସାର୍ଟିଫିକେଟ (RC) ମିଳିପାରିବ ନାହିଁ ବୋଲି ମଧ୍ୟ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

ଅପରପକ୍ଷେ  ୨୦୧୮ ବର୍ଷରେ ସାରା ରାଜ୍ୟରେ  ୩.୩୫ ଲକ୍ଷ ଲର୍ଣ୍ଣର ଲାଇସେନ୍ସ ପ୍ରଦାନ କରାଯାଇଥିଲା । କିନ୍ତୁ ନୂଆ ମୋଟର ଭେଇକିଲ୍‌ ଆକ୍ଟ ଲାଗୁ ହେବା ପରେ କେବଳ ସେପ୍ଟେମ୍ବରରେ ରାଜ୍ୟରେ ୧.୨୩ ଲକ୍ଷ ଲର୍ଣ୍ଣର ଲାଇସେନ୍ସ ଦିଆଯାଇଥିବା ପରିବହନ ବିଭାଗ ସୂଚନା ଦେଇଛି। ଭୁବନେଶ୍ୱରରେ କେବଳ ୨୪ ହଜାର ଲାଇସେନ୍ସ ଦିଆଯାଇଛି ।

ଦଲାଲ ଧରପଗଡ଼ ଅଭିଯାନରେ ଗତକାଲି ସାରା ରାଜ୍ୟରୁ ୨୬ ଦଲାଲଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୮ ଜଣ ଆରଟିଓ ଦଲାଲ ହୋଇଥିବା ବେଳେ ୮ଜଣ ମେଡିକାଲ ଦଲାଲ ଅଛନ୍ତି । ତେବେ ଭୁବନେଶ୍ୱରରୁ ସର୍ବାଧିକ ୮ଜଣ ଆରଟିଓ ଦଲାଲ ଗିରଫ ହୋଇଥିବା ପୁଲିସ୍‌ ସୂଚନା ଦେଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos