Advertisment

ଏହି ମହିଳାଙ୍କ ସାମ୍ନାରେ ସମସ୍ତେ ଅସହାୟ! ନେହୁରା ହେଲେ ପ୍ରିଜାଇଡିଂ ଅଫିସର, ଚୁପ୍ ରହିଲେ ଏଏସ୍‌ପି

ଚାନ୍ଦବାଲି (ବାସୁଦେବ ଦାସ): ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଭଳି ତୃତୀୟ ପର୍ଯ୍ୟାୟରେ ମଧ୍ୟ ବିଭିନ୍ନ ସ୍ଥାନରେ ବିଶୃଙ୍ଖଳା ଓ ହିଂସାକାଣ୍ଡ ଘଟିଛି। ଅନେକ ସ୍ଥାନରେ ରିଗିଂ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି। ଆଉ ତା’ ଭିତରେ ଭଦ୍ରକ ଜିଲ୍ଲା ତିହିଡ଼ିରୁ ଯେଉଁ ଚିତ୍ର ଆସିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ଏକ ବୁଥ୍‌ରେ ଜଣେ ମହିଳା ଅନ୍ୟ ମହିଳାଙ୍କ ଭୋଟ୍ ଦେଉଥିବା ଦେଖିବାକୁ ମିଳିଛି। ପୋଲିଂ ଅଫିସରଙ୍କ ଠାରୁ ଧରି ପୁଲିସ୍ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଏହି ମହିଳାଙ୍କ ସାମ୍ନାରେ ସମସ୍ତେ ଅସହାୟ! ନେହୁରା ହେଲେ ପ୍ରିଜାଇଡିଂ ଅଫିସର, ଚୁପ୍ ରହିଲେ ଏଏସ୍‌ପି

woman

ଚାନ୍ଦବାଲି (ବାସୁଦେବ ଦାସ): ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଭଳି ତୃତୀୟ ପର୍ଯ୍ୟାୟରେ ମଧ୍ୟ ବିଭିନ୍ନ ସ୍ଥାନରେ ବିଶୃଙ୍ଖଳା ଓ ହିଂସାକାଣ୍ଡ ଘଟିଛି। ଅନେକ ସ୍ଥାନରେ ରିଗିଂ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି। ଆଉ ତା’ ଭିତରେ ଭଦ୍ରକ ଜିଲ୍ଲା ତିହିଡ଼ିରୁ ଯେଉଁ ଚିତ୍ର ଆସିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ଏକ ବୁଥ୍‌ରେ ଜଣେ ମହିଳା ଅନ୍ୟ ମହିଳାଙ୍କ ଭୋଟ୍ ଦେଉଥିବା ଦେଖିବାକୁ ମିଳିଛି। ପୋଲିଂ ଅଫିସରଙ୍କ ଠାରୁ ଧରି ପୁଲିସ୍ କର୍ମଚାରୀ, ସମସ୍ତେ ଏହାକୁ ଦେଖୁଥିଲେ। କିନ୍ତୁ କେହି ଅଟକାଉ ନଥିଲେ। ଆଉ ଯେତେବେଳେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନେ ଏହାକୁ ନେଇ ପ୍ରଶ୍ନ କଲେ ସେତେବେଳେ ଉକ୍ତ ମହିଳା ଜଣଙ୍କ ରୋବାବ୍ ଦେଖାଇଥିଲେ ଓ ଉକ୍ତ ସ୍ଥାନ ଛାଡ଼ି ଯିବାକୁ ଚେତାବନୀ ଦେଇଥିଲେ।

Advertisment

ଏହି ଘଟଣା ଘଟିଛି ତିହିଡ଼ିର ଫତେପୁର ପଞ୍ଚାୟତ ବଡ଼ଗାଲୋ ବିଦ୍ୟାଳୟରେ ୪ ନମ୍ବର ବୁଥ୍‌ରେ। ଏଠାରେ ଖୋଲାଖୋଲି ରିଗିଂ ହେଉଥିଲା। ଜଣେ ମହିଳା ବାରମ୍ବାର ବୁଥ୍ ଭିତରକୁ ଯାଉଥିଲେ ଓ ଅନ୍ୟ ମହିଳାଙ୍କ ବାଲାଟ୍ ପେପର ନେଇ ନିଜେ ଭୋଟ୍ ଦେଉଥିଲେ। ଏମିତିକି ସେ ମହିଳା ଭୋଟରଙ୍କୁ ନିଜେ ଭୋଟ୍ କେନ୍ଦ୍ର ଭିତରକୁ ନେଇ ଯାଉଥିଲେ।

[caption id="attachment_715092" align="aligncenter" width="650"]vote ଜଣେ ଭୋଟରଙ୍କ ପାଇଁ ଉକ୍ତ ମହିଳା ଭୋଟ୍ ଦେଉଛନ୍ତି।[/caption]

Advertisment

ପ୍ରିଜାଇଡିଂ ଅଫିସର ତାଙ୍କୁ ବାରଣ କରିଥିଲେ। କିନ୍ତୁ ସଂପୃକ୍ତ ମହିଳା ଜଣଙ୍କ ଶୁଣି ନଥିଲେ। ଶେଷରେ ପ୍ରିଜାଇଡିଂ ଅଫିସର ଆସି ପୁଲିସଙ୍କ ଆଗରେ ନେହୁରା ହୋଇଥିଲେ। ଏଥିରେ ହସ୍ତକ୍ଷେପ କରି ତାଙ୍କ ଚାକିରି ବଞ୍ଚାଇ ଦେବାକୁ ସେ ହାତ ଯୋଡ଼ି ଉପସ୍ଥିତ ପୁଲିସ୍ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ପୁଲିସ୍ ତାଙ୍କୁ ବୁଝାଇସୁଝାଇ ଭିତରକୁ ପଠାଇ ଦେଇଥିଲା। କିନ୍ତୁ ଉକ୍ତ ମହିଳାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ।

ଓଲଟି ଏହି ମହିଳା ଜଣଙ୍କ ଏଏସ୍‌ପି ଓ ଅନ୍ୟ ପୁଲିସ୍ ଅଧିକାରୀଙ୍କ ଉପସ୍ଥିତି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବୁଥ୍ ପରିସରରୁ ଚାଲିଯିବାକୁ ଚେତାବନୀ ଦେଇଥିଲେ। ନ ହେଲେ ସ୍ଥିତି ଖରାପ ହେବ ବୋଲି କହିଥିଲେ। ସେହିପରି ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ମଧ୍ୟ ସେ ଭୋଟ୍ ଦେବାକୁ ଦେଇ ନଥିଲେ।

ଏହି ପୂରା ଘଟଣା ପୁଲିସ୍‌ ସମ୍ମୁଖରେ ଘଟିଥିଲେ ବି ଉପସ୍ଥିତ ଏଏସ୍‌ପି ଯତୀନ ପଣ୍ଡା ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଏଠାରେ ସେମିତି କିଛି ଘଟିନି। ଏଠାରେ ଶାନ୍ତିଶୃଙ୍ଖଳାର ସହିତ ନିର୍ବାଚନ ହୋଇଛି।

Odisha Panchayat Election 2022