Advertisment

ରାଜଧାନୀରେ ଏବର୍ଷ ଆତ୍ମହତ୍ୟା କଲେଣି ୨୨୬ ଜଣ, ଅଧିକାଂଶ ଯୁବପିଢ଼ି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ବଢ଼ୁଛି ଆତ୍ମହତ୍ୟା ଜନିତ ମୃତ୍ୟୁ ସଂଖ୍ୟା। ଯାହାକୁ କମିଶନରେଟ ପୁଲିସ ଚିନ୍ତାରେ। କାହିଁକି ବଢ଼ୁଛି ଆତ୍ମହତ୍ୟା ? ଏହାକୁ ରୋକିବାରେ ପୁଲିସ ଓ ସରକାର କାହିଁକି ହେଉଛନ୍ତି ବିଫଳ ? ସରକାରଙ୍କ ଅପାରଗତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲେ ହେଁ ସମସ୍ତେ ଚୁପ୍ କାହିଁକି? ତଥ୍ୟ କହୁଛି ୨୦୨୦ରେ କେବଳ ରାଜଧାନୀରେ ୩୧୦ ଜଣ ଆତ୍ମହତ୍ୟା କରିଛନ୍ତି। ୨୦୨୧ରେ ୨୮୨ଟି ଘଟଣା ସାମ୍ନାକୁ ଆସିଛି। ସେହିପରି ଚଳିତ ବର୍ଷ ଏଯାବତ୍ ୨୨୬ ଟି […]

ଅଦ୍ୟତନ ହୋଇଛି
ରାଜଧାନୀରେ ଏବର୍ଷ ଆତ୍ମହତ୍ୟା କଲେଣି ୨୨୬ ଜଣ, ଅଧିକାଂଶ ଯୁବପିଢ଼ି

hanging

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ବଢ଼ୁଛି ଆତ୍ମହତ୍ୟା ଜନିତ ମୃତ୍ୟୁ ସଂଖ୍ୟା। ଯାହାକୁ କମିଶନରେଟ ପୁଲିସ ଚିନ୍ତାରେ। କାହିଁକି ବଢ଼ୁଛି ଆତ୍ମହତ୍ୟା ? ଏହାକୁ ରୋକିବାରେ ପୁଲିସ ଓ ସରକାର କାହିଁକି ହେଉଛନ୍ତି ବିଫଳ ? ସରକାରଙ୍କ ଅପାରଗତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲେ ହେଁ ସମସ୍ତେ ଚୁପ୍ କାହିଁକି?

Advertisment

ତଥ୍ୟ କହୁଛି ୨୦୨୦ରେ କେବଳ ରାଜଧାନୀରେ ୩୧୦ ଜଣ ଆତ୍ମହତ୍ୟା କରିଛନ୍ତି। ୨୦୨୧ରେ ୨୮୨ଟି ଘଟଣା ସାମ୍ନାକୁ ଆସିଛି। ସେହିପରି ଚଳିତ ବର୍ଷ ଏଯାବତ୍ ୨୨୬ ଟି ଘଟଣା ଘଟିଛି। ଆତ୍ମହତ୍ୟା କରୁଥିବା ବ୍ୟକ୍ତି ମଧ୍ୟରେ ଅଧିକାଂଶ ୧୮ ରୁ ୩୦ ବର୍ଷର ବୋଲି ଜଣା ପଡିଛି। କଣ ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ଯୁବପିଢି?

ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସୌମେନ୍ଦ୍ର ପଠାରେଙ୍କ ମତରେ ଆର୍ଥିକ ପରିସ୍ଥିତି, ପ୍ରେମ ଜନିତ ବ୍ୟାପାର, ପାରିବାରିକ ସମସ୍ୟା ଭଳି ପ୍ରମୁଖ କାରଣ ପାଇଁ ଆତ୍ମହତ୍ୟା ବଢୁଛି। ସଠିକ୍ ଭାବରେ କାଉସେଲିଂ ହେଲେ ଏହାକୁ ସାମାନ୍ୟ ପ୍ରତିହତ କରିହେବ।

Advertisment

ବଢୁଥିବା ଆତ୍ମହତ୍ୟାକୁ ଦେଖିଲେ ଏନ୍ସିଆରବିର ସଦ୍ୟତମ ରିପୋର୍ଟ ବେଶ ଚିନ୍ତା ଜନକ। ରାଜ୍ୟରେ ପ୍ରତିଦିନ ହାରାହାରି ଆତ୍ମହତ୍ୟା କରୁଛନ୍ତି ୧୫ରୁ ଅଧିକ ଲୋକ। ୨୦୨୦ରେ ରାଜ୍ୟରେ ୫ ହଜାର ୫୪୬ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୨୧ରେ ଏହି ସଂଖ୍ୟା ୫ ହଜାର ୬୫୧ରେ ପହଞ୍ଚିଛି। ରିପୋର୍ଟ ଅନୁସାରେ ରାଜ୍ୟରେ ଗତବର୍ଷ ପାରିବାରିକ ସମସ୍ୟାରୁ ୪ ହଜାର ୩୩ ଜଣ ଆତ୍ମହତ୍ୟା କରିଥିବା ବେଳେ ପରୀକ୍ଷାରେ ବିଫଳତା କାରଣରୁ ୧୩୫ ଜଣ, ବିବାହ ଜନିତ ସମସ୍ୟାରୁ ୧୩୪ ଜଣ, ପ୍ରେମ ଜନିତ କାରଣରୁ ୧୩୨ ଏବଂ ପରକୀୟା ପ୍ରୀତିରୁ ୧୩ ଜଣ ଆତ୍ମହତ୍ୟା କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe