ବର୍ଷକ ଭିତରେ ପୁରୀ ଓ ଭୁବନେଶ୍ୱରବାସୀଙ୍କୁ ୧୩ କୋଟିର ଚୂନ ଲଗାଇଛନ୍ତି ସାଇବର ଠକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷକ ଭିତରେ ପୁରୀ ଓ ଭୁବନେଶ୍ୱରର ସାଧାରଣ ଲୋକଙ୍କୁ ପ୍ରାୟ ୧୩ କୋଟି ଟଙ୍କାର ଚୂନ ଲଗାଇଛନ୍ତି ସାଇବର ଠକ। ରାଜଧାନୀ ଭୁବନେଶ୍ୱର ସାଇବର ଥାନାର ସୂଚନା ମୁତାବକ, ଚଳିତ ବର୍ଷ ୧୨ କୋଟି ୯୬ ଲକ୍ଷ ୩୫ ହଜାର ୭୮୧ ଟଙ୍କା ଠକାମୀ ନେଇ ପୁଲିସ ନିକଟରେ ଅଭିଯୋଗ ହୋଇଥିବା ବେଳେ ମାତ୍ର ୧ କୋଟି ୨୩ ଲକ୍ଷ ୨ ହଜାର ୮୦୪ ଟଙ୍କା ଲୋକଙ୍କ ପାଖକୁ ଫେରିଛି। ଯେତେବେଳେ କି […]

cyber-crime

  • Published: Friday, 30 December 2022
  • , Updated: 30 December 2022, 05:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷକ ଭିତରେ ପୁରୀ ଓ ଭୁବନେଶ୍ୱରର ସାଧାରଣ ଲୋକଙ୍କୁ ପ୍ରାୟ ୧୩ କୋଟି ଟଙ୍କାର ଚୂନ ଲଗାଇଛନ୍ତି ସାଇବର ଠକ। ରାଜଧାନୀ ଭୁବନେଶ୍ୱର ସାଇବର ଥାନାର ସୂଚନା ମୁତାବକ, ଚଳିତ ବର୍ଷ ୧୨ କୋଟି ୯୬ ଲକ୍ଷ ୩୫ ହଜାର ୭୮୧ ଟଙ୍କା ଠକାମୀ ନେଇ ପୁଲିସ ନିକଟରେ ଅଭିଯୋଗ ହୋଇଥିବା ବେଳେ ମାତ୍ର ୧ କୋଟି ୨୩ ଲକ୍ଷ ୨ ହଜାର ୮୦୪ ଟଙ୍କା ଲୋକଙ୍କ ପାଖକୁ ଫେରିଛି। ଯେତେବେଳେ କି ସାଇବର ଠକଙ୍କ ହାତକୁ ଚାଲିଯିବା ପୂର୍ବରୁ ପୁଲିସ ୨ କୋଟି ୭୦ ଲକ୍ଷ ଟଙ୍କାକୁ ସୁରକ୍ଷା ଦେଇପାରିଥିଲା।

ପୁଲିସ ଉଦ୍ୟମରେ ଠକାମୀର ଶିକାର ଲୋକଙ୍କ ପଖକୁ ଫେରିଥିବା ରାଶି ମାତ୍ର ୧୦ ପ୍ରତିଶତ। ସେହିପରି ଠକେଇ ତଦନ୍ତ ବେଳେ ୧ କୋଟି ୪୬ ଲକ୍ଷ ଟଙ୍କା ଜବତ ହୋଇଛି।

ପୁଲିସ ନିକଟକୁ ମୋଟ ୩୮୧୧ ଠକେଇ କଲ୍‌ ଆସିଥିଲା। ତା’ ଭିତରେ ଅର୍ଥନୈତିକ ଠକେଇ କଲ ୩୨୪୬ ଆସିଥିବା ବେଳେ ସୋସିଆଲ ମିଡ଼ିଆ ସମ୍ବନ୍ଧୀୟ ତବେଜି କଲ ୫୬୫ ଆସିଛି। ଆସିଥିବା କଲ୍‌ ଭିତରୁ ଚଳିତ ବର୍ଷ ୫୩ଟିର ମାମଲା ରୁଜୁ ହୋଇଥିବା ବେଳେ ଏହା ମଧ୍ୟରୁ ୨୭ ମାମଲା ଚିହ୍ନଟ ହୋଇପାରିଛି। ଏହି ମାମଲାରେ ୩୮ ଜଣ ଗିରଫ ହୋଇଛନ୍ତି।

କ୍ରେଡିଟ କାର୍ଡ ସମ୍ବନ୍ଧୀୟ ଠକେଇ ସର୍ବାଧିକ ହୋଇଛି। ବିହାର, କୋଲକାତା, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ଅଧିକ ଠକେଇ କଲ ଆସୁଛି। ଏହି ରାଜ୍ୟମାନଙ୍କରେ ଠକମାନେ ରହି ଓଡ଼ିଶାରେ ଠକେଲ ଜାଲ ପକାଉଛନ୍ତି। ଚଳିତ ବର୍ଷ ଓଡ଼ିଶାର ବାଲେଶ୍ୱର, ମୟୂରଭଞ୍ଜ, କେଉଁଝର ଜିଲ୍ଲାରୁ ସର୍ବାଧିକ ପ୍ରିଏକ୍ଟିଭେଟଡ ସିମ୍‌ ରାଜ୍ୟ ବାହାରକୁ ଚାଲାଣ ହୋଇଛି। ଏହା ଜରିଆରେ ଠକମାନେ ସାଧାରଣ ଓ ନିରୀହ ଲୋକଙ୍କୁ ଠକୁଛନ୍ତି।

ଭୁବନେଶ୍ୱର ସାଇବର  ଥାନା ଆଇଆଇସି ରଶ୍ମିତା ଜେନା କହିଛନ୍ତି, ସାଇବର ଲୁଟେରାଙ୍କ ଠାରୁ ନିଜର ସୁରକ୍ଷା ନିମନ୍ତେ ସାଧାରଣ ଲୋକେ ନିଜ ବ୍ୟକ୍ତିଗତ ତଥ୍ୟ କାହାରିକୁ ନ ଦିଅନ୍ତୁ ନାହିଁ। ବ୍ୟାଙ୍କ, ଏଟିଏମ୍, କ୍ରେଡିଟ୍‌କାର୍ଡ ସମ୍ବନ୍ଧିତ ତଥ୍ୟ ଆଦାନପ୍ରଦାନ ବେଳେ ସତର୍କତା ଅବଲମ୍ବନ କରନ୍ତୁ। ଫୋନ୍‌ ଯୋଗେ କେବେହେଲେ ବି ବ୍ୟାଙ୍କ ପକ୍ଷରୁ ତଥ୍ୟ ପଚରା ଯାଇ ନ ଥାଏ। ଲୋକେ ସଜାଗ ହେଲେ ଠକାମୀରୁ ମୁକ୍ତି ପାଇପାରିବେ।

Related story