କ୍ୱାରେଣ୍ଟାଇନ୍‌ ନିୟମ ନମାନିଲେ ଗିରଫ କରାଯିବ: ଅସିତ୍ ତ୍ରିପାଠୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାହାରୁ ଆସୁଥିବା ପ୍ରବାସୀ କ୍ୱାରେଣ୍ଟାଇନ୍‌ ନିୟମ ନମାନିଲେ କ଼ଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଏମିତିକି ଦୂର ଜିଲ୍ଲାରେ ସଂପୃକ୍ତ ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ। ତାଙ୍କର କ୍ୱାରେଣ୍ଟାଇନ୍ ଅବଧି ବୃଦ୍ଧି ସହ ସରକାରୀ ସହାୟତା ଦିଆଯିବନି। ଏଥିସହ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଆଜି କହିଛନ୍ତି। ସେ କହିଛନ୍ତି, ସରପଞ୍ଚମାନେ ନିଜ ନିଜ ଅଞ୍ଚଳର ତଦାରଖ କରିବେ। ଯଦି କେହି ନ ମାନନ୍ତି ଜିଲ୍ଲାପାଳ କିମ୍ବା ଅନ୍ୟ ଅଧିକାରୀଙ୍କୁ […]

asit

Jyoshna Pradhan
  • Published: Sunday, 03 May 2020
  • , Updated: 03 May 2020, 03:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାହାରୁ ଆସୁଥିବା ପ୍ରବାସୀ କ୍ୱାରେଣ୍ଟାଇନ୍‌ ନିୟମ ନମାନିଲେ କ଼ଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଏମିତିକି ଦୂର ଜିଲ୍ଲାରେ ସଂପୃକ୍ତ ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ। ତାଙ୍କର କ୍ୱାରେଣ୍ଟାଇନ୍ ଅବଧି ବୃଦ୍ଧି ସହ ସରକାରୀ ସହାୟତା ଦିଆଯିବନି। ଏଥିସହ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଆଜି କହିଛନ୍ତି।

ସେ କହିଛନ୍ତି, ସରପଞ୍ଚମାନେ ନିଜ ନିଜ ଅଞ୍ଚଳର ତଦାରଖ କରିବେ। ଯଦି କେହି ନ ମାନନ୍ତି ଜିଲ୍ଲାପାଳ କିମ୍ବା ଅନ୍ୟ ଅଧିକାରୀଙ୍କୁ ଜଣାଇବେ। ଯେଉଁମାନେ ଖିଲାପ କରିବେ ଆଜିଠୁ କାର୍ଯ୍ୟାନୁଷ୍ଠାନ ହେବ।

ଏହା ସହ ଶ୍ରୀ ତ୍ରିପାଠୀ କହିଛନ୍ତି, ବିନା ପାସ୍‌ରେ ଓଡ଼ିଶା ସୀମାକୁ ବସ୍ ଗୁଡ଼ିକୁ‌ ପ୍ରବେଶ ଅନୁମତି ମିଳିବନି। ସେହିପରି ପାସ୍‌ ଥିଲେ ବି ବସ୍‌ରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଥିଲେ ପ୍ରବେଶ ଅନୁମତି ମିଳିବନି। ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଥିବା ବସ୍‌କୁ ଫେରାଇ ଦିଆଯିବ। ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଧାର୍ଯ୍ୟ ରୁଟ୍‌ରୁ ଅଲଗା ରାସ୍ତାରେ ଯିବା ମନା। ଧାର୍ଯ୍ୟ ରୁଟ୍‌ରେ ନ ଗଲେ ବସ୍‌ ସିଜ୍‌ ହେବ।

 

Related story