Advertisment

୬୫ କିମି ପଦଯାତ୍ରା ପରେ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଶତାଧିକ ଆଦିବାସୀଙ୍କ ଧାରଣା

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ୬୫ କିଲୋମିଟର ପଦଯାତ୍ରା ପରେ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଧାରଣା ଦେଉଛନ୍ତି ହଜାର ହଜାର ଆଦିବାସୀ। ହେଲେ ଜିଲ୍ଲାପାଳ ଏହି ଆଦିବାସୀଙ୍କ ଦାବିପତ୍ର ନେଉନାହାନ୍ତି। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ଏଭଳି ପଦକ୍ଷେପକୁ ବିରୋଧ କରାଯାଇ ଆଜି ଅନିର୍ଦ୍ଦିଷ୍ଟକାଳ ଆନ୍ଦୋଳନ ଡାକରା ଦେଇଛନ୍ତି ଆଦିବାସୀ। ଚୂନପଥର ଖଣି ସମ୍ପ୍ରସାରଣକୁ ବିରୋଧ କରି ଆଦିବାସୀମାନେ ଏହି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗ୍ରାମସଭା ନ କରି ଚୂନପଥର ଖଣି ସମ୍ପ୍ରସାରଣ ହେଉଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି। ୪ ଦିନ ହେବ […]

ଅଦ୍ୟତନ ହୋଇଛି
୬୫ କିମି ପଦଯାତ୍ରା ପରେ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଶତାଧିକ ଆଦିବାସୀଙ୍କ ଧାରଣା

andolanakari

Advertisment

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ୬୫ କିଲୋମିଟର ପଦଯାତ୍ରା ପରେ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଧାରଣା ଦେଉଛନ୍ତି ହଜାର ହଜାର ଆଦିବାସୀ। ହେଲେ ଜିଲ୍ଲାପାଳ ଏହି ଆଦିବାସୀଙ୍କ ଦାବିପତ୍ର ନେଉନାହାନ୍ତି। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ଏଭଳି ପଦକ୍ଷେପକୁ ବିରୋଧ କରାଯାଇ ଆଜି ଅନିର୍ଦ୍ଦିଷ୍ଟକାଳ ଆନ୍ଦୋଳନ ଡାକରା ଦେଇଛନ୍ତି ଆଦିବାସୀ।

Advertisment

ଚୂନପଥର ଖଣି ସମ୍ପ୍ରସାରଣକୁ ବିରୋଧ କରି ଆଦିବାସୀମାନେ ଏହି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗ୍ରାମସଭା ନ କରି ଚୂନପଥର ଖଣି ସମ୍ପ୍ରସାରଣ ହେଉଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି। ୪ ଦିନ ହେବ ଲୋକେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବାକୁ ଧାରଣା ଚଳାଇଛନ୍ତି। ହେଲେ ଜିଲ୍ଲାପାଳ ଆଦିବାସୀଙ୍କ ଠାରୁ ଦାବିପତ୍ର ନେବାକୁ ନ ଆସିବାରୁ ଆଜି ବିଶାଳ ପଦଯାତ୍ରା ପରେ ଧାରଣା ଆରମ୍ଭ ହୋଇଛି।

ସୂଚନା ମୁତାବକ, ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକର କେଶ୍ରାମାଲ, ଝଗରପୁର, ଅଲଣ୍ଡା, କୁକୁଡ଼ା ଏବଂ କୂତ୍ରା ବ୍ଲକ ଖଟଙ୍ଗ ପଞ୍ଚାୟତର ୭୧୭ ଏକର ଜମି ଅଧିଗ୍ରହଣ କରିବ ଓସିଏଲ୍। ଏହାକୁ ସ୍ଥାନୀୟ ଆଦିବାସୀମାନେ ପ୍ରବଳ ବିରୋଧ କରିଆସୁଛନ୍ତି। ହେଲେ ବିରୋଧ ସତ୍ତ୍ୱେ ପ୍ରଶାସନ ଅଧିଗ୍ରହଣ ପ୍ରକ୍ରିୟାକୁ ଆଗଉଥିବାରୁ ଏହାର ପ୍ରତିବାଦ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଗତ ୧୮ ତାରିଖରୁ ସେମାନେ ରାଜଗାଙ୍ଗପୁର କେଶ୍ରାମାଲରୁ ପଦଯାତ୍ରାରେ ବାହାରି ଆଜି ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଫିସ ଆଗରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଦିବାସୀଙ୍କ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କା। ତେବେ ଏନେଇ ପ୍ରଶାସନ କିମ୍ବା କମ୍ପାନୀର ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

ଏନେଇ ଜଣେ ଅନ୍ଦୋଳନକାରୀ କହିଛନ୍ତି, ଜୀବନ ଦେବୁ ପଛେ ଇଞ୍ଚେ ହେଲେ ଜମି ଦେବୁ ନାହିଁ। ଆଦିବାସୀ ଡାଲମିଆ ଭାରତ ସିମେଣ୍ଟ ବା ଓସିଏଲର ଚୂନ ପଥର ଖଣି ସମ୍ପ୍ରସାରଣ କରାଇ ଦିଆଯିବ ନାହିଁ। ସରକାରଙ୍କ ବିଧିବ୍ୟବସ୍ଥା ଅନୁସାରେ ଗ୍ରାମ ସଭା ପରେ ସମ୍ପ୍ରସାରଣ ପଦକ୍ଷେପ ନିଆଯିବା କଥା। ହେଲେ ଏହା କରାଯାଇନି। ଏହି ସମ୍ପ୍ରସାରଣ ହେଲେ ୧୧ଶହ ଆଦିବାସୀ ବିସ୍ଥାପିତ ହେବେ। ସେମାନଙ୍କ ଜଙ୍ଗଲଜମି ନଷ୍ଟ ହେବ। ମାତ୍ର ପ୍ରଭାବିତ ଲୋକଙ୍କ କଥା ଶୁଣିବାକୁ ସରକାର ନାରାଜ। ସେମାନଙ୍କ ସାମ୍ବିଧାନିକ ଅଧିକାର ଉପରେ ଅଘାତ ହେଉଥିବାରୁ ଏହାକୁ ବିରୋଧ କରି ଅନ୍ଦୋଳନ କରାଯାଉଛି। ସରକାର ନ ଶୁଣିଲେ ଅନ୍ଦୋଳନ ବ୍ୟାପକ କରାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe