Advertisment

ହଜାର ହଜାର ସରକାରୀ କର୍ମଚାରୀଙ୍କୁ ଦରମା ମିଳିବା ନେଇ ଅନିଶ୍ଚିତତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟର ବିଭାଗୀୟ ମୁଖ୍ୟ ଦପ୍ତରରେ ଗତ ୧୫ଦିନ ଧରି ଚାଲିଥିବା କର୍ମଚାରୀଙ୍କ ଆନ୍ଦୋଳନକୁ ବିଜେପି ସମର୍ଥନ କରିଛି। ଏପଟେ ଆନ୍ଦୋଳନ ଯୋଗୁ ରାଜ୍ୟର ସମସ୍ତ ବିଭାଗୀୟ ମୁଖ୍ୟ ଦପ୍ତର, ଆରଡିସି ଓ ଟ୍ରେଜେରୀ ଅଫ ଆକାଉଣ୍ଟସ୍ ଆଦିରେ କାର୍ଯ୍ୟ କରୁଥିବା ତଳଠୁ ଉପର ପର୍ଯ୍ୟନ୍ତ ହଜାର ହଜାର କର୍ମଚାରୀଙ୍କ ଦରମା ମିଳିବାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଦରମା ପ୍ରସ୍ତୁତ କରିବା ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କ ଆନ୍ଦୋଳନ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ଅପରାହ୍ନରେ […]

ଅଦ୍ୟତନ ହୋଇଛି
ହଜାର ହଜାର ସରକାରୀ କର୍ମଚାରୀଙ୍କୁ ଦରମା ମିଳିବା ନେଇ ଅନିଶ୍ଚିତତା

dharmendra with agitating govt employeess 123

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟର ବିଭାଗୀୟ ମୁଖ୍ୟ ଦପ୍ତରରେ ଗତ ୧୫ଦିନ ଧରି ଚାଲିଥିବା କର୍ମଚାରୀଙ୍କ ଆନ୍ଦୋଳନକୁ ବିଜେପି ସମର୍ଥନ କରିଛି। ଏପଟେ ଆନ୍ଦୋଳନ ଯୋଗୁ ରାଜ୍ୟର ସମସ୍ତ ବିଭାଗୀୟ ମୁଖ୍ୟ ଦପ୍ତର, ଆରଡିସି ଓ ଟ୍ରେଜେରୀ ଅଫ ଆକାଉଣ୍ଟସ୍ ଆଦିରେ କାର୍ଯ୍ୟ କରୁଥିବା ତଳଠୁ ଉପର ପର୍ଯ୍ୟନ୍ତ ହଜାର ହଜାର କର୍ମଚାରୀଙ୍କ ଦରମା ମିଳିବାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଦରମା ପ୍ରସ୍ତୁତ କରିବା ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କ ଆନ୍ଦୋଳନ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

Advertisment

ଆଜି ଅପରାହ୍ନରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ବରିଷ୍ଠ ନେତାମାନେ ସଚିବାଳୟ ପଛପଟ ନ’ତାଲାରେ ଆନ୍ଦୋଳନରତ କର୍ମଚାରୀଙ୍କ ନିକଟରେ ପହଞ୍ଚି ସେମାନଙ୍କର ଦାବିକୁ ସମର୍ଥନ ଜଣାଇଛନ୍ତି। କର୍ମଚାରୀମାନଙ୍କ ଦାବିକୁ ନିଜେ ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

କର୍ମଚାରୀମାନେ ୧୫ଦିନ ହେଲା କଲମଛାଡ଼ ଆନ୍ଦୋଳନ କରିବାକୁ ନେଇ ଶ୍ରୀ ପ୍ରଧାନ ଉଦବେଗ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ବାଁ ହାତରେ ଦସ୍ତଖତ କରିଥିବା କାମକୁ ଡାହାଣ ହାତ ମାନୁନି ବୋଲି ମତ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେବାର ୪-୫ମାସ ବିତିଯାଇଥିଲେ ମଧ୍ୟ କେଉଁ ଅଧିକାରୀମାନେ ଏଥିରେ ବାଧକ ସାଜୁଛନ୍ତି ତାହା ମୁଖ୍ୟମନ୍ତ୍ରୀ ବିଚାର କରିବା ଉଚିତ ବୋଲି କହିଥିଲେ।

Advertisment

publive-imageମୁଖ୍ୟମନ୍ତ୍ରୀ ଯେଉଁ ଫାଇଲରେ ଦସ୍ତଖତ କରୁଛନ୍ତି ତାକୁ ଆଉ କେହି ଶକ୍ତିଶାଳୀ ବ୍ୟକ୍ତି କିପରି ଅଟକାଉଛନ୍ତି ତାହା ସେ ବୁଝିପାରୁନଥିବା କହିବା ସହ ତୁରନ୍ତ ସମାଧାନର ବାଟ ବାହାର କରିବାକୁ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ର ଆହ୍ୱାନ କରିଛନ୍ତି।

ଅପରପକ୍ଷରେ ନ’ତାଲା ବିଭାଗୀୟ ମୁଖ୍ୟ ଦପ୍ତର କର୍ମଚାରୀ ସଂଘ ନେତା ମିହିର କୁମାର ଜେନା କହିଛନ୍ତି ଯେ, ସରକାରଙ୍କ ସହ ଆଲୋଚନା କରିବାର ପ୍ରଶ୍ନ ଉଠୁନି। ସେମାନଙ୍କର ଦାବିକୁ ମୁଖ୍ୟମନ୍ତ୍ରୀ ପୂର୍ବରୁ ମାନି ନେଇଛନ୍ତି ଓ ଏନେଇ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। କିନ୍ତୁ ଜିଏ ଓ ଅର୍ଥ ବିଭାଗ ଏହାର ତର୍ଜମା କରିବା ନାଁରେ ଉକ୍ତ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁନାହାନ୍ତି।

ଜୁନମାସରେ ସେମାନଙ୍କର ଦାବିକୁ ତୁରନ୍ତ ପୂରଣ କରାଯିବ ବୋଲି ମୁଖ୍ୟ ସଚିବ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାହା ସେ କଲେନି। ତେଣୁ ଯେପର୍ଯ୍ୟନ୍ତ ସେମାନଙ୍କର ଦାବି ପୂରଣ କରାଯିବାର ସରକାରୀ ବିଜ୍ଞପ୍ତି ପ୍ରକାଶ ନପାଇଛି, ସେପର୍ଯ୍ୟନ୍ତ ଆଲୋଚନା କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ବିଭାଗୀୟ ମୁଖ୍ୟ ଦପ୍ତର କର୍ମଚାରୀମାନେ ରାଜ୍ୟ ସଚିବାଳୟର କର୍ମଚାରୀଙ୍କ ଭଳି ଦରମା ଓ ସୁବିଧା ଦୀର୍ଘ ଦିନରୁ ଦାବି କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe