Advertisment

ଘର ଭିତରେ ମଦର ଭଣ୍ଡାର, ଖସିଗଲେ ମାଫିଆ

ଆଠଗଡ( ନୀଳକାନ୍ତ ଦୋରା): ବାହାରୁ ଦେଖିଲେ ସୁନ୍ଦର ଦୁଇ ମହଲା ଘର, ଆଉ ଭିତରେ ଚାଲିଛି ଦେଶି ମଦର କୁଟିର ଶିଳ୍ପ।  ଘର ଭିତରେ ବ୍ୟାରେଲ ବ୍ୟାରେଲ ମଦ। ଯୁଆଡେ ଆଖିବୁଲାଇବ ସିଆଡେ ଥୁଆ ହୋଇଛି ମଦ। ଏଦୃଶ୍ୟ କଟକ ତିଗିରିଆ ଥାନା ଭିରୁଡା ଗାଁରୁ ସାମ୍ନାକୁ ଆସିଛି। ଭିରୁଡ଼ା ଗାଁରେ ଅବକାରୀ ବିଭାଗ ଓ ପୁଲିଲର ମିଳିତ ଚଢାଉରେ ହଜାର ହଜାର ଲିଟର ଦେଶୀମଦ ଓ ପୋଚ ନଷ୍ଟ କରାଯାଇଛି। କେବଳ ସେତିକି ନୁହେଁ ମଦ […]

ଘର ଭିତରେ ମଦର ଭଣ୍ଡାର, ଖସିଗଲେ ମାଫିଆ

country-liquor

Advertisment

ଆଠଗଡ( ନୀଳକାନ୍ତ ଦୋରା): ବାହାରୁ ଦେଖିଲେ ସୁନ୍ଦର ଦୁଇ ମହଲା ଘର, ଆଉ ଭିତରେ ଚାଲିଛି ଦେଶି ମଦର କୁଟିର ଶିଳ୍ପ।  ଘର ଭିତରେ ବ୍ୟାରେଲ ବ୍ୟାରେଲ ମଦ। ଯୁଆଡେ ଆଖିବୁଲାଇବ ସିଆଡେ ଥୁଆ ହୋଇଛି ମଦ। ଏଦୃଶ୍ୟ କଟକ ତିଗିରିଆ ଥାନା ଭିରୁଡା ଗାଁରୁ ସାମ୍ନାକୁ ଆସିଛି। ଭିରୁଡ଼ା ଗାଁରେ ଅବକାରୀ ବିଭାଗ ଓ ପୁଲିଲର ମିଳିତ ଚଢାଉରେ ହଜାର ହଜାର ଲିଟର ଦେଶୀମଦ ଓ ପୋଚ ନଷ୍ଟ କରାଯାଇଛି।

Advertisment

କେବଳ ସେତିକି ନୁହେଁ ମଦ ପ୍ରସ୍ତୁତ ପାଇଁ ରଖାଯାଇଥିବା ସାମଗ୍ରୀକୁ ମଧ୍ୟ ନଷ୍ଟ କରାଯାଇଛି।  ବିରାଟ ଅଟ୍ଟାଳିକା ମାନଙ୍କରେ ଛାତ ଉପରେ ପାଣିଟାଙ୍କିର ଭ୍ରମ ସୃଷ୍ଟି କରି ଓ ମାଟି ତଳେ ସମ୍ପ ଟାଙ୍କି ନିର୍ମାଣ କରି ଏବଂ ଗୁପ୍ତ କୋଠରୀରେ ଅଭିନବ ଉପାୟରେ ପୋଚ ଗଛିତ ରଖିଥିବା ଚଢ଼ାଉ ବେଳେ ଜଣାପଡ଼ିଥିଲା।

ଏକ ଚାଳଛପର ଘରର ଆଟୁ ଭିତରେ ମଧ୍ୟ ବ୍ୟାରେଲଭର୍ତ୍ତି ମଦ ଗଚ୍ଛିତ ଥିବା ଜଣାପଡିଥିଲା। ସମସ୍ତ ମଦ ଓ ପୋଚକୁ  ଜବତ କରି ବାହାରେ ଢ଼ାଳି ପୁଲିସ ନଷ୍ଟ କରିଛି।  ତେବେ ମଦ ମାଫିଆମାନେ ଚଢ଼ାଉର ସୁରାକ ପାଇ ଖସି ପଳାଇଥିବା ଜଣାପଡ଼ିଛି।

Advertisment

ଘରେ ତାଲା ପଡ଼ିଥିବା ଦେଖି ସନ୍ଦେହ କରିଥିଲା ଅବକାରୀ ବିଭାଗ ଓ ଫ୍ଲାଇଂ ସ୍କ୍ୱାଡ୍। ଏହାପରେ ଚଢାଉ କରିଥିଲା ଅବକାରୀ ଟିମ୍। ଏହି ଗାଁରେ ଅବକାରୀ ବିଭାଗ ପ୍ରତି ସପ୍ତାହରେ ଚଢ଼ାଉ କରାଯାଉଛି। ତେବେ ପ୍ରତି ସପ୍ତାହରେ ଚଢ଼ାଉ ହେଲେ ମଧ୍ୟ ପୁଲିସ ଖାତିର ନକରି ମଦ ପ୍ରସ୍ତୁତ ହେବା ବନ୍ଦ ହେଉନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe