Advertisment

ଅଧ୍ୟାପକ ଜିଦ୍‌ରେ ଅଟଳ, ବିଧାୟକଙ୍କୁ ଭେଟି ଶିକ୍ଷକ କହିଲେ ଆମ କଥା ଅଲୋଚନା ହେଉ

ବିଧାନସଭା ଚାଲିଥିବା ବେଳେ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି ଶିକ୍ଷକ ଆନ୍ଦୋଳନ।

ଅଦ୍ୟତନ ହୋଇଛି
teachers of 662 category college

teachers of 662 category college

Advertisment

ବିଧାନସଭା ଚାଲିଥିବା ବେଳେ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି ଶିକ୍ଷକ ଆନ୍ଦୋଳନ। ପରୀକ୍ଷା ପରିଚାଳନା ଟେନସନଠୁ ବଳିଗଲାଣି ପରୀକ୍ଷକଙ୍କ ଟେନସନ୍। କାହିଁକି ନା ଦିନକ ପରେ  ଯୁକ୍ତ ଦୁଇ ପରୀକ୍ଷା। ଏପଟେ ଜିଦରେ ଅଟଳ ଅଧ୍ୟାପକ। ରାଜ୍ୟ ସରକାର ଦାବି ପୂରଣ ନକଲେ ସେମାନେ ଆନ୍ଦୋଳନରୁ ହଟିବେନି, ପରୀକ୍ଷାକୁ ଯିବେନି କି ଖାତା ଦେଖିବେନି ବୋଲି ଚେତାବନୀ ଦେଇଛନ୍ତି। ସେପଟେ ଆଲୋଚନା ଆଉ ସମାଧାନ ନକରି ପିଲାଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଆନ୍ଦୋଳନରୁ ଓହରି ଯିବାକୁ ନିବେଦନ କରିଛନ୍ତି ଗଣ ଶିକ୍ଷାମନ୍ତ୍ରୀ। ଅନ୍ୟପଟେ ଆଜି ସମସ୍ତ ବିଧାୟକ ଏବଂ ମନ୍ତ୍ରୀମାନଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛି ମିଳିତ ପ୍ରାଥମିକ ଶିକ୍ଷକ ସଂଘ। ନିବେଦନ କରିଛି ଆମ ସମସ୍ୟା ଆଲୋଚନା ହେଉ।

Advertisment

ଅଧ୍ୟାପକମାନଙ୍କ ବିକ୍ଷୋଭ ୧୫ ଦିନରେ ପହଞ୍ଚିଛି। ୩ଥର ସମାବେଶ ପରେ ଶେଷରେ ପରୀକ୍ଷା ବର୍ଜନ ନିଷ୍ପତ୍ତି ନିଆଯାଇଛି। ନ୍ୟାୟ ଆଉ ଅଧିକାର ପାଇଁ ଅଧ୍ୟାପକମାନେ ଏହି ଚରମ ନିଷ୍ପତ୍ତି ନେଇଛନ୍ତି। ହେଲେ ସରକାର ନିରବ। ନା ଆଲୋଚନା କରୁଛନ୍ତି, ନା ସମାଧାନର ବାଟ ଖୋଲୁଛନ୍ତି। ଫଳରେ ସରକାର ଆଉ ୬୬୨ ବର୍ଗ କଲେଜ ଅଧ୍ୟାପକ ଓ କର୍ମଚାରୀ ମହାସଂଘ ମଧ୍ୟରେ ଏକପ୍ରକାର ମୁକାବିଲା ପରିସ୍ଥିତି ଉପୁଜିଛି। 

ସେପଟେ ଦିନକ ପରେ ଯୁକ୍ତ ଦୁଇ ପରୀକ୍ଷା। କଲେଜଗୁଡିକରେ ପ୍ରଶ୍ନ ପତ୍ର ମଧ୍ୟ ପହଞ୍ଚି ସାରିଛି। ହେଲେ ପରୀକ୍ଷକ ବା ଅଧ୍ୟାପକମାନେ କିନ୍ତୁ ଏବେ ବି ରାଜରାସ୍ତାରେ। ସମାନ ଗ୍ରେଡ୍‌କୁ ସମାନ ଦରମା, ସପ୍ତମ ବେତନ କମିଶନ ଲାଗୁ, ପେନସନ ଲାଗୁ ଭଳି ୪ଦଫା ଦାବିରେ ଆନ୍ଦୋଳନରେ ବସିଛନ୍ତି। ଅନ୍ୟପଟେ ଗଣଶିକ୍ଷା ମନ୍ତ୍ରୀ ନିବେଦନ କରିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅଧ୍ୟାପକମାନେ ସହଯୋଗ କରନ୍ତୁ।

Advertisment

କିନ୍ତୁ ଯଦି ଅଧ୍ୟାପକମାନେ ଏହାକୁ ନମାନନ୍ତି ତେବେ ଏତେ ସଂଖ୍ୟକ ଅଧ୍ୟାପକଙ୍କ ଅନୁପସ୍ଥିତିରେ ସରକାର ପରୀକ୍ଷା ପରିଚାଳନା କରିବେ କେମିତି?  କାହିଁକିନା ଯୁକ୍ତ ୨ ପରୀକ୍ଷାରେ ପାଖାପାଖି ୭୦ ପ୍ରତିଶତ ସେଣ୍ଟର ୬୬୨ ବର୍ଗ କଲେଜରେ ହେଉଛି। 

୬୬୨ ବର୍ଗ କଲେଜ ଅଧ୍ୟାପକ ଓ କର୍ମଚାରୀ ମହାସଂଘ ସଭାପତି ଗୋଲକ ନାୟକ ଓ ସାଧାରଣ ସମ୍ପଦକ ସତାବୁଦ୍ଦିନ ଅହମ୍ମଦ କହିଛନ୍ତି, ରାଜ୍ୟ ସରକାର ବହୁ ବଡ଼ବଡ଼ କଥାକୁ ଚୁଟ୍‌କିରେ ସମାଧାନ କରି ଦେଉଛନ୍ତି। ମାତ୍ର ଅଧ୍ୟାପକଙ୍କ ସମସ୍ୟାର ସମାଧାନ କରୁନାହାନ୍ତି। ଏହା ସେମିତି କିଛି ବଡ଼ ଦାବି ନୁହେଁ। ଯଦି ସରକାର ଠୋସ୍ ପଦକ୍ଷେନ ନ ନିଅନ୍ତି ତେବେ ଅଧ୍ୟାପକମାନେ ପରୀକ୍ଷା ବର୍ଜନ କରିବେ। ଏଥିପାଇଁ ରାଜ୍ୟ ସରକାର, ମୁଖ୍ୟ ଶାସନ ସଚିବ, ଉଚ୍ଚଶିକ୍ଷା ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଦାୟୀ ରହିବେ। ସେମାନଙ୍କୁ ଜନସାଧାରଣ ଓ ଛାତ୍ରଛାତ୍ରୀ କ୍ଷମା ଦେବେନି।

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଏହି ଦାବିକୁ ନେଇ ଅନେକ ଥର ମୁଖ୍ୟ ଶାସନ ସଚିବ ସ୍ତରରେ ଅଲୋଚନା ହୋଇଛି। ତେଣୁ ଅଧ୍ୟାପକମାନେ ଏଭଳି ଦାବିକୁ ନେଇ ପରୀକ୍ଷାରେ ସାମିଲ ହେବେ ନାହିଁ ବୋଲି ନିଷ୍ପତ୍ତି ନେବାରୁ ବିରତ ରହିବେ ବୋଲି ଆଶା ଓ ଅନୁରୋଧ ରହିଛି।

ସରକାରଙ୍କ ବିରୋଧରେ ରାଜରାସ୍ତାକୁ କେବଳ ଅଧ୍ୟାପକ ଆସିନାହାନ୍ତି। ମିଳିତ ପ୍ରାଥମିକ ଶିକ୍ଷକ ସଂଘ ମଧ୍ୟ ଆଜି ସମସ୍ତ ବିଧାୟକ ଏବଂ ମନ୍ତ୍ରୀଙ୍କ ବାସଭବନ ଆଗରେ ପ୍ରତିବାଦ କରି ଦେଇଛନ୍ତି ଦାବିପତ୍ର। ରାଜ୍ୟରୁ ଠିକା ପ୍ରଥା ଉଚ୍ଛେଦ କରି ସରକାର ବାହା ବାହା ନେଉଥିବା ବେଳେ ପ୍ରଥାମିକ ବିଦ୍ୟାଳୟ ଶିକ୍ଷକ ନିଯୁକ୍ତିରେ କାହିଁକି ଚୁକ୍ତି ପ୍ରଥା ରହିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏହା ସହ ୬ ବର୍ଷ ଠିକା ନିଯୁକ୍ତିକୁ ମୂଳ ଚାକିରି ଭାବେ ଗଣନା ଏବଂ ପେନସନ ବ୍ୟବସ୍ଥା ଲାଗୁ କରିବା ପାଇଁ ଆଜି ବିଧାୟକମାନଙ୍କୁ ଶିକ୍ଷକମାନେ ଦାବିପତ୍ର ଦେଇଛନ୍ତି। ଏହି ପ୍ରସଙ୍ଗକୁ ବିଧାନସଭାରେ ଆଲୋଚନା କରି ଗଣଶିକ୍ଷା ବିଭାଗକୁ ପ୍ରଶ୍ନ କରିବାକୁ ସେମାନେ ନିବେଦନ କରିଛନ୍ତି।

School teacher ଶିକ୍ଷକମାନେ ବିଧାୟକମାନଙ୍କୁ ଭେଟି ଦାବିପତ୍ର ଦେଉଛନ୍ତି।

ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସଂପାଦକ ବିଜୟ କୁମାର ନାୟକ କହିଛନ୍ତି, ସରକାର ଠିକା ନିଯୁକ୍ତି ଉଚ୍ଛେଦ ଘୋଷଣା କଲେ ସତ; ହେଲେ ୨୦୦୧ ମସିହାରେ ହୋଇଥିବା ଠିକା ନିଯୁକ୍ତିକୁ ଭୁଲିଗଲେ।

ଗୋଟିଏ ପଟେ ଶିକ୍ଷାକୁ ଗୁରୁତ୍ୱ ଦେଇ ସରକାର ଭିତ୍ତିଭୂମିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବଜେଟରେ ଶିକ୍ଷା ବିଭାଗକୁ ଅଧିକ ଅନୁଦାନ ଦିଆଯାଉଥିବା ମଧ୍ୟ କହୁଛନ୍ତି। ହେଲେ ପ୍ରତିବର୍ଷ ପରୀକ୍ଷା ବେଳେ ଶିକ୍ଷକ ଆଉ ଅଧ୍ୟାପକମାନେ ଏମିତି ସରକାରଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ନଜରକୁ ଆସୁଛି। ଯାହା ଶିକ୍ଷା ଏବଂ ଶିକ୍ଷକଙ୍କ ପ୍ରତି ସରକାରଙ୍କ ଆନ୍ତରିକତାର ପୋଲ୍ ଖୋଲି ଦେଇଛି।

Teacher Agitation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe