Advertisment

ବିଧାୟକ ଓ ଉପବାଚସ୍ପତିଙ୍କୁ ହତ୍ୟା ଧମକ, ଜଣେ ଅଟକ

ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ଵର ଜିଲ୍ଲା ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ଓ ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କୁ ମିଳିଲା ହତ୍ୟା ଧମକ। କେହି ଦୁର୍ବୃତ୍ତ ଫୋନ କରି ଏହି ସୂଚନା ଦେଇଛି। ଏନେଇ ବିଧାୟକ ବାଲେଶ୍ଵର ଏସପିଙ୍କୁ ଜଣାଇବା ପରେ ଯାଜପୁରର ଜଣ ବ୍ୟକ୍ତିକୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ସୂଚନା ମୁତାବକ, ଆଜି ସକାଳ ସାଢ଼େ ୮ଟାରେ ବିଧାୟକଙ୍କ ମୋବାଇଲ ନମ୍ବରକୁ ଏକ ଫୋନ୍ ଆସିଥିଲା। ସେତେବେଳେ ବିଧାୟକ ସ୍ନାନ କରୁଥିଲେ। ବାରମ୍ବାର ଫୋନ […]

author-image
Niranjan Mishra
ଅଦ୍ୟତନ ହୋଇଛି
ବିଧାୟକ ଓ ଉପବାଚସ୍ପତିଙ୍କୁ ହତ୍ୟା ଧମକ, ଜଣେ ଅଟକ

mla

ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ଵର ଜିଲ୍ଲା ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ଓ ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କୁ ମିଳିଲା ହତ୍ୟା ଧମକ। କେହି ଦୁର୍ବୃତ୍ତ ଫୋନ କରି ଏହି ସୂଚନା ଦେଇଛି। ଏନେଇ ବିଧାୟକ ବାଲେଶ୍ଵର ଏସପିଙ୍କୁ ଜଣାଇବା ପରେ ଯାଜପୁରର ଜଣ ବ୍ୟକ୍ତିକୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି।

Advertisment

ସୂଚନା ମୁତାବକ, ଆଜି ସକାଳ ସାଢ଼େ ୮ଟାରେ ବିଧାୟକଙ୍କ ମୋବାଇଲ ନମ୍ବରକୁ ଏକ ଫୋନ୍ ଆସିଥିଲା। ସେତେବେଳେ ବିଧାୟକ ସ୍ନାନ କରୁଥିଲେ। ବାରମ୍ବାର ଫୋନ ଆସିବାରୁ  ତାଙ୍କ ଡ୍ରାଇଭର୍ ଫୋନ୍ ଉଠାଇ ଥିଲେ। ପରେ ଫୋନ କରୁଥିବା ଦୁର୍ବୃତ୍ତ ଜରୁରୀ କଥା ବିଧାୟକଙ୍କ ସହ ଅଛି ବୋଲି କହିବା ପରେ ବିଧାୟକ ଫୋନ ଧରି କ’ଣ ହୋଇଛି ବୋଲି ପଚାରି ଥିଲେ। ଫୋନ କରୁଥିବା ବ୍ୟକ୍ତି  କହିଥିଲେ ଯେ, ବସ୍ତା ଅଞ୍ଚଳରୁ ୩ ଜଣ ଲୋକ ତାଙ୍କୁ ହତ୍ୟା ପାଇଁ ସୁପାରିଦେବାକୁ ଆସିଛନ୍ତି। ସେ ତାଙ୍କୁ ଅଟକି ରଖିଛନ୍ତି। ତୁରନ୍ତ ବିଧାୟକ ଆସନ୍ତୁ।

ତେବେ ସେମାନେ କିଏ ଓ ତୁମେ କିଏ ବୋଲି ବିଧାୟକ ପଚାରିଥିଲେ। ସମ୍ପୃକ୍ତ ବ୍ୟକ୍ତି ଫୋନ୍‌ରେ କୌଶଳ କ୍ରମେ କହିଥିଲା ଯେ, ସେ ୩ ଜଣଙ୍କୁ ନେଇ ବିଧାୟକଙ୍କ ପାଖରେ ପହଞ୍ଚାଇବ। ଏଥିନିମନ୍ତେ  କାରରେ ଯିବାକୁ ପଡ଼ିବ। କାର୍‌ରେ ତେଲ ପକାଇବାକୁ ଟଙ୍କା ଦେଲେ, ସେ ସେମାନଙ୍କୁ ନେଇକରି ଯିବ।

Advertisment

ପରେ ବିଧାୟକ ଏ ସଂକ୍ରାନ୍ତରେ ଏସପି ସୁଧାଂଶୁ ମିଶ୍ରଙ୍କୁ ସୂଚନା ଦେଇଥିଲେ। ଏସପି ତୁରନ୍ତ ଏ ବାବଦରେ ତଦନ୍ତ କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲା। କିଛି ସମୟ ପରେ ଯାଜପୁରର ଜଣେ ଦୁର୍ବୃତ୍ତକୁ ପୁଲିସ ଧରି ପଚରାଉଚାରା ଚଳାଇଛି। ଏଭଳି ଘଟଣାକୁ ନେଇ ବିଧାୟକ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

ସେପଟେ ଅନୁରୂପ ଭାବେ ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କୁ ମଧ୍ୟ ଏକ ଧମକ ମିଳିଛି। ଏହି ଘଟଣା ବସ୍ତାରେ ଅଲୋଚନାର ବିଷୟ ହୋଇଛି। ବସ୍ତା ପୁଲିସ ବିଧାୟକଙ୍କ ମୁକୁଳିସି ବାସ ଭବନରେ ପହଞ୍ଚି ତଦନ୍ତ ଜାରି ରଖିଛି।