Advertisment

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ! ନାଗପୁରରେ ରହୁଛି ମାଷ୍ଟର ମାଇଣ୍ଡ: ଚିଠିକୁ ନେଇ ହଇଚଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ହେଉଛି। ଅପରାଧୀମାନେ ହେଉଛନ୍ତି ସୁପାରି କିଲର। ଏମାନେ କୌଣସି ଛୋଟମୋଟ ଗୁଣ୍ଡା ନୁହନ୍ତି ବରଂ ଅତ୍ୟାଧୁନିକ ଅସ୍ତ୍ରସହ ସହ ଏକେ-୪୭ ରାଇଫଲ ବ୍ୟବହାରକାରୀ ହାଇପ୍ରୋଫାଇଲ କ୍ରିମିନାଲ। ଏହି ମର୍ମରେ ଏକ ଧମକପୂର୍ଣ୍ଣ ଚିଠି ନବୀନ ନିବାସକୁ ଆସିଥିବା ଜଣାଯାଇଛି। ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କୁ ସତର୍କ ରହିବା ପାଇଁ ଚିଠିରେ ଅବଗତ କରାଯାଇଛି। ତେବେ ଚିଠିଟି ମିଳିବା ପରେ ରାଜ୍ୟ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ […]

author-image
Tapas Behera
ଅଦ୍ୟତନ ହୋଇଛି
ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପୁରସ୍କୃତ କରିବ ପେଟା, ପୁରସ୍କାରର ନାମ ‘ହିରୋ ଟୁ ଆନିମଲ୍ସ’

Naveen-Peta-award

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ହେଉଛି। ଅପରାଧୀମାନେ ହେଉଛନ୍ତି ସୁପାରି କିଲର। ଏମାନେ କୌଣସି ଛୋଟମୋଟ ଗୁଣ୍ଡା ନୁହନ୍ତି ବରଂ ଅତ୍ୟାଧୁନିକ ଅସ୍ତ୍ରସହ ସହ ଏକେ-୪୭ ରାଇଫଲ ବ୍ୟବହାରକାରୀ ହାଇପ୍ରୋଫାଇଲ କ୍ରିମିନାଲ।

Advertisment

ଏହି ମର୍ମରେ ଏକ ଧମକପୂର୍ଣ୍ଣ ଚିଠି ନବୀନ ନିବାସକୁ ଆସିଥିବା ଜଣାଯାଇଛି। ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କୁ ସତର୍କ ରହିବା ପାଇଁ ଚିଠିରେ ଅବଗତ କରାଯାଇଛି। ତେବେ ଚିଠିଟି ମିଳିବା ପରେ ରାଜ୍ୟ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ଡିଜି, ଆଇଜି, ଗୁଇନ୍ଦା ନିର୍ଦ୍ଦେଶକ ଏବଂ କମିଶନେରେଟ ପୁଲିସକୁ ଏବାବଦରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ ଚିଠି କରାଯାଇ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି।

publive-image

ଏଥିସହ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଚିଠିଟି ବେନାମୀ ବୋଲି ଜଣାପଡ଼ିଛି। ଉକ୍ତ ଚିଠିରେ ଉଲ୍ଲେଖ ଅଛି ଯେ, ମୁଖ୍ୟମନ୍ତ୍ରୀ-କିଛି ସୁପାରି କିଲର ଯେକୌଣସି ସମୟରେ ଆପଣଙ୍କ ଉପରେ ଆକ୍ରମଣ କରିପାରନ୍ତି। ଯେଉଁ ଅପରାଧୀମାନେ ଏମିତି କାଣ୍ଡ ଭିଆଇବା ପାଇଁ ଯୋଜନା କରୁଛନ୍ତି ସେମାନେ ବିଭିନ୍ନ ରାଜ୍ୟର କାର ସବୁ ବ୍ୟବହାର କରୁଛନ୍ତି।

Advertisment

publive-image

ଏସବୁ ଗାଡ଼ିର ନମ୍ବର ସବୁ ଚିଠିରେ ଉଲ୍ଲେଖ ରହିଛି। ସେଗୁଡ଼ିକ ମଧ୍ୟରେ ଓଡ଼ିଶା, ଛତିଶଗଡ଼, ପଞ୍ଜାବ ଆଦି ରାଜ୍ୟର ରହିଛି। ଏପରିକି ଉକ୍ତ ଅପରାଧୀ ଗୋଷ୍ଠୀର ମାଷ୍ଟର ମାଇଣ୍ଡ ନାଗପୁରରେ ରହୁଛି ବୋଲି ଚିଠିରେ ଉଲ୍ଲେଖ ରହିଛି। ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି। ଚିଠିଟି ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ :VLW ଙ୍କୁ ବିଚ୍‌ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଲେ ମହିଳା

Naveen Patnaik