Advertisment

ପ୍ରେମ ମାମଲାରୁ ଗୁଳିମାଡ଼ ଓ ବଚସାରୁ ଛୁରାମାଡ଼

ପୁରୀ(ଓଡ଼ିଶା ରିପୋର୍ଟର): ମଙ୍ଗଳବାର ରାତିରେ ପୁରୀର କାକୁଡ଼ିଖାଇ ଛକରେ ହୋଇଥିବା ଗୁଳିକାଣ୍ଡ ମାମଲା ପ୍ରେମ ଓ ପରବର୍ତ୍ତି ବିବାଦରୁ ଘଟିଛି। ମାମଲାର ମୁଖ୍ୟ ଅଭିଯୁକ୍ତ ଚନ୍ଦନ ବାରିକଙ୍କ ବାପା ଲକ୍ଷ୍ମୀଧର ଏନେଇ କହିଥିବା ଭିଡ଼ିଓରୁ ସୂଚନା ମିଳିଛି। ସେ ଆହୁରି ଚାଞ୍ଚଲ୍ୟକର ବୟାନ ଦେଇ କହିଛନ୍ତି, ମୃତକଙ୍କ ଭଉଣୀ ସହ ତାଙ୍କ ପୁଅର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଝିଅ ସାତମାସର ଗର୍ଭବତି ଥିବା ବେଳେ ଦୁହେଁ ଲୁଚି ପଳାଇବାକୁ ଚେଷ୍ଟା କରି ଧରାପଡ଼ିଥିଲେ। ପରେ ସମ୍ପୃକ୍ତ […]

ପ୍ରେମ ମାମଲାରୁ ଗୁଳିମାଡ଼ ଓ ବଚସାରୁ ଛୁରାମାଡ଼

Bullate-firing

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ମଙ୍ଗଳବାର ରାତିରେ ପୁରୀର କାକୁଡ଼ିଖାଇ ଛକରେ ହୋଇଥିବା ଗୁଳିକାଣ୍ଡ ମାମଲା ପ୍ରେମ ଓ ପରବର୍ତ୍ତି ବିବାଦରୁ ଘଟିଛି। ମାମଲାର ମୁଖ୍ୟ ଅଭିଯୁକ୍ତ ଚନ୍ଦନ ବାରିକଙ୍କ ବାପା ଲକ୍ଷ୍ମୀଧର ଏନେଇ କହିଥିବା ଭିଡ଼ିଓରୁ ସୂଚନା ମିଳିଛି। ସେ ଆହୁରି ଚାଞ୍ଚଲ୍ୟକର ବୟାନ ଦେଇ କହିଛନ୍ତି, ମୃତକଙ୍କ ଭଉଣୀ ସହ ତାଙ୍କ ପୁଅର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଝିଅ ସାତମାସର ଗର୍ଭବତି ଥିବା ବେଳେ ଦୁହେଁ ଲୁଚି ପଳାଇବାକୁ ଚେଷ୍ଟା କରି ଧରାପଡ଼ିଥିଲେ। ପରେ ସମ୍ପୃକ୍ତ ଝିଅ ସହ ପୁଅର ବିବାହ ନିମନ୍ତେ ଚେଷ୍ଟା କରାଯାଇଥିଲା। ହେଲେ ଅପରପକ୍ଷ ପରିବାର ସମାସ୍କନ୍ଦ ହୋଇ ନ ଥିବା କହି ତାଙ୍କୁ ଘରୁ ବିତାଡ଼ିତ କରିଦେଇଥିଲେ। ପରେ କଟକରେ ଝିଅର ଗର୍ଭ ନଷ୍ଟ କରିଥିଲେ। ପୁଅ ଠାରୁ ଏଥିନିମନ୍ତେ ୧୫ ହଜାର ଟଙ୍କା ନେଇଥିଲେ। ଏହି ଘଟଣା ପରେ ଅପରପକ୍ଷ ସର୍ବଦା ପୁଅକୁ ବିଭିନ୍ନ ଧମକଚମକ ଦେଉଥିଲେ। ଯାହାକୁ ନେଇ ଉତ୍ତ୍ୟକ୍ତ ହୋଇ ପୁଅ ଏପରି କାଣ୍ଡ ଭିଆଇଛି। କୌଣସି ଅଘଟଣ ନ ଘଟାଇବାକୁ କହିବା ସତ୍ତ୍ୱେ ପୁଅ ଶୁଣିଲାନି ବୋଲି ସେ କହିଛନ୍ତି।

Advertisment

ତେଣେ ପୁଲିସ ଏହି ମାମଲାରେ ଅଭିଯୁକ୍ତ ୩ ଜଣଙ୍କୁ ଅଟକ ରଖିଛି। ସେହିପରି ବଡ଼ଦାଣ୍ଡର ମାଉସୀ ମା’ ମନ୍ଦିର ନିକଟରେ ହୋଇଥିବା ଛୁରାମାଡ଼ ମାମଲାରେ ଅଭିଯୁକ୍ତ ୩ ଜଣଙ୍କୁ ପୁଲିସ ଗିରଫ କରିଛି। ଏନେଇ ପୁରୀ ଏସପି କେ.ବିଶାଲ ସିଂହ ବୁଧବାର ସୂଚନା ଦେଇଛନ୍ତି।

ଶ୍ରୀ ସିଂହ କହିଛନ୍ତି, ଗୁଳିକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଚନ୍ଦନ ବାରିକ ସହ ଆଉ ୨ ଅଟକ ଅଛନ୍ତି। ଏତଲାରେ ୩ ଜଣଙ୍କ ନାଁ ରହିଥିଲା। ପାରିବାରିକ ବିବାଦକୁ ନେଇ ଗୁଳିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ବନ୍ଧୁକ କେଉଁଠୁ ଆସିଲା ତାର ତଦନ୍ତ ଚାଲିଛି। ଏନେଇ ୫ ଜଣିଆ ଟିମ ଗଠନ ହୋଇଛି। ସେହିପରି ଛୁରା ମାଡ଼ ମାମଲାରେ ଦୀପୁ ବେହେରା, ବିବୁନା ଭୋଇ ଓ ଶିବୁନା ପାତ୍ରକୁ ଗିରଫ କରାଯାଇଛି। ସାମାନ୍ୟ ଯୁକ୍ତି ତର୍କରୁ ଏହି ଘଟଣା ବଡ଼ରୂପ ନେଇଥିବା ଜଣାପଡ଼ିଛି।

Advertisment

ସୂଚନାଯୋଗ୍ୟ ଯେ, ପୁରୀ ଏମାର ମଠ ନିକଟ କାକୁଡ଼ିଖାଇ ଛକରେ ଗୁଳିମାଡ଼ରେ ତଳୁଛ ସାହିର ସେବାୟତ ଶିବରାମ ପାତ୍ରଙ୍କ ମୃତ୍ୟୁ ଘଟିଥିଲା। ସେ ବାଇକ ଯୋଗେ ଘରୁ ଆସୁଥିବା ସମୟରେ ଦୁର୍ବୁତ୍ତମାନେ ତାଙ୍କ ମୁଣ୍ଡ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ।‌ ଘଟଣାସ୍ଥଳରୁ ତାଙ୍କର ବାଇକ ଓ ମୋବାଇଲ ବ୍ଲୁ ଟୁଥ୍ ମିଳିଥିଲା। ଗୁଳି ମାଡ଼ କରିଥିବା ମୁଖ୍ୟ ଅଭିଯୁକ୍ତ ଚନ୍ଦନ ବାରିକକୁ ପୁଲିସ ଅଟକ ରଖିଥିବା ବେଳେ ତା’ ଠାରୁ ଗୋଟିଏ ବନ୍ଧୁକ ଗତକାଲି ରାତିରେ ହିଁ ଜବତ ହୋଇଥିଲା। ସେପଟେ ଛୁରା ମାଡ଼ ମାମଲାରେ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ସହ ଅଭିଯୁକ୍ତମାନଙ୍କର ଦୁଇ ଦିନ ତଳେ କିଛି ବ୍ୟକ୍ତିଗତ ଘଟଣାକୁ ନେଇ ବାକ ବିତଣ୍ଡା ହୋଇଥିଲା। ଯାହା ବଢ଼ିବାରୁ ଏହି ଘଟଣା ଘଟିଛି। ଛୁରା ମାଡ଼ରେ  ଲୋକନାଥ ରୋଡ ଷଣ୍ଢ ଯାଗା ଅଞ୍ଚଳର ସୂର୍ଯ୍ୟନାରାୟଣ ତ୍ରିପାଠୀ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ପୁରୀ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe