arrest
ଗୁଣପୁର(ଇନ୍ଦ୍ରଜିତ୍ କୁମାର ପଣ୍ଡା): ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଖେଳା ଯାଉଥିବା ବେଳେ ଏଥିପାଇଁ ବେଟିଂ କରିବା ଅଭିଯୋଗରେ ୩ ଜଣ ବ୍ୟକ୍ତିଙ୍କୁ ରାୟଗଡ଼ା ଜିଲ୍ଲା ଗୁଣପୁର ପୁଲିସ୍ ଗିରଫ କରିଛି। ସେମାନେ ହେଲେ ଗୁଣପୁର ଥାନା ଅନ୍ତର୍ଗତ ସୁଭଦ୍ରାପୁରର ପିଚିକି ଇଶ୍ୱର ରାଓ, ଜେଲ୍ପେଟା ସାହିର ଡାଟି ରମେଶ ଓ ବାଉରୀ ଦାହିର ସନ୍ତୋଷ ବାଉରୀ।ସେମାନଙ୍କଠାରୁ ପୁଲିସ୍ ୧ଲକ୍ଷ ୨୬ ହଜାର ଟଙ୍କା, ୬ଟି ମୋବାଇଲ, ୩ଟି ଏଟିଏମ୍ କାର୍ଡ ଓ ଦୁଇଟି ବାଇକ୍ ଜବତ କରିଛି।
ଏହି ୩ ଜଣ ଅନ୍ ଲାଇନ୍ରେ ବେଟିଂ କରୁଥିବା ଖବର ପାଇ ପୁଲିସ୍ ଗତକାଲି ସେମାନଙ୍କୁ ପଚରାଉଚରା କରିଥିଲା। ଏହାପରେ ଆଜି ସେମାନଙ୍କୁ ଗିରଫ କରିଛି।
ଏହି ତିନି ଜଣ ବ୍ୟକ୍ତି ମହିଳା ସୁପର ଲିଗ୍ ଓ ପାକିସ୍ତାନର ସୁପର ଲିଗ୍ରେ ମଧ୍ୟ ବେଟିଂ କରିଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ଏହି ଘଟଣାରେ ସଂପୃକ୍ତି ଥିବା ପ୍ରାୟ ୧୫ ଜଣ ଫେରାର୍ ଥିବା ଜଣାପଡ଼ିଛି। ଏହି ବେଟିଂର ଚେର ହ୍ରାଇଦ୍ରାବାଦ ଓ ଛତିଶଗଡ଼କୁ ଲମ୍ୱିଥିବା ପୁଲିସ୍ ଅନୁମାନ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/03/arrest-12333.jpg)