ଡଙ୍ଗାବୁଡ଼ି ଘଟଣା: ଦେବଦୂତ ସାଜିଲେ ୩ ଝିଅ, ମରଣ ମୁହଁରୁ ଟାଣି ଆଣିଲେ ଜୀବନ

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ମହାନଦୀ ମୁହାଣର ନିପାଣିଆରେ ଡଙ୍ଗାବୁଡ଼ି ଘଟଣା ପରେ ନିଃଶବ୍ଦ ହୋଇଯାଇଛି କୁଜଙ୍ଗର ହସିନା ଗାଁ। ୭ ଶିଶୁଙ୍କ ସମେତ ୯ଜଣଙ୍କ ସଲିଳ ସମାଧିରେ ସ୍ତବ୍ଧ ହୋଇଯାଇଛି ସାରା ଅଞ୍ଚଳ। କାଲିଠୁ କାହାରି ଘରେ ଚୁଲି ଜଳିନି, କି କାହା ଆଖିରୁ ଲୁହ ଶୁଖିନି। ସେପଟେ ହୁକିଟୋଲାରେ ଗଲାକାଲିର ସେ କଳା ସଞ୍ଜରେ ନିଜ ଜୀବନକୁ ପାଣି ଛ଼ଡ଼ାଇ ଅଦ୍ୟମ ସାହସର ସହ ଦେବଦୂତ ସାଜି ଅନେକଙ୍କ ଜୀବନ ବଞ୍ଚାଇଥିବା ୩ଜଣ […]

photo

photo

Rakesh Mallick
  • Published: Thursday, 03 January 2019
  • Updated: 03 January 2019, 10:50 PM IST

Sports

Latest News

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ମହାନଦୀ ମୁହାଣର ନିପାଣିଆରେ ଡଙ୍ଗାବୁଡ଼ି ଘଟଣା ପରେ ନିଃଶବ୍ଦ ହୋଇଯାଇଛି କୁଜଙ୍ଗର ହସିନା ଗାଁ। ୭ ଶିଶୁଙ୍କ ସମେତ ୯ଜଣଙ୍କ ସଲିଳ ସମାଧିରେ ସ୍ତବ୍ଧ ହୋଇଯାଇଛି ସାରା ଅଞ୍ଚଳ। କାଲିଠୁ କାହାରି ଘରେ ଚୁଲି ଜଳିନି, କି କାହା ଆଖିରୁ ଲୁହ ଶୁଖିନି। ସେପଟେ ହୁକିଟୋଲାରେ ଗଲାକାଲିର ସେ କଳା ସଞ୍ଜରେ ନିଜ ଜୀବନକୁ ପାଣି ଛ଼ଡ଼ାଇ ଅଦ୍ୟମ ସାହସର ସହ ଦେବଦୂତ ସାଜି ଅନେକଙ୍କ ଜୀବନ ବଞ୍ଚାଇଥିବା ୩ଜଣ ଝିଅଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ସେମାନଙ୍କ ସାହସ ଓ ଉଦ୍ୟମ ଯୋଗୁ ବହୁ ଯାତ୍ରୀ ମରଣ ମୁହଁରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।

ଏହି ତିନି ସାହସୀ ଝିଅ ହେଲେ, ଡଙ୍ଗାରେ ଥିବା ଶୁଭସ୍ମିତା ସାହୁ ଏବଂ ମୁହାଁଣ ମୁହଁରେ ଥାଇ ଡଙ୍ଗା ବୁଡ଼ି ଘଟଣା ଜାଣିବା ପରେ ନଦୀକୁ ଡେଇଁ ଲୋକଙ୍କ ଜୀବନ ବଞ୍ଚାଇଥିବା ଦୁଇ ଭଉଣୀ ବବିତା ଗିରି ଓ ପୂର୍ଣ୍ଣିମା ଗିରି।

ନିଜ ସହ ଅନ୍ୟଙ୍କୁ ବଞ୍ଚାଇଲେ ଶୁଭସ୍ମିତା

ଗତକାଲିର ସେହି କାଳଡଙ୍ଗାରେ ଥିଲେ ଶୁଭସ୍ମିତା। ଡଙ୍ଗା ବୁଡ଼ି ଯିବା ପରେ ଅନ୍ୟଙ୍କ ପରି ସେ ମଧ୍ୟ ନିଜକୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। କିଟିମିଟି ଅନ୍ଧାର ସାଙ୍ଗକୁ ଅକାତ କାତ ପାଣି, ଆଉ ମୃତ୍ୟୁ ସହ ଲଢ଼ି ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ। ଖାଲି ନିଜକୁ ବଞ୍ଚାଇ ପଳାଇ ଆସି ନଥିଲେ ଶୁଭସ୍ମିତା। ଅକାତକାତ ପାଣିରେ ଥାଇ ବି ଅଦମ୍ୟ ସାହସ ଦେଖାଇ ପାରୁପର୍ଯ୍ୟନ୍ତ ଚେଷ୍ଟା କରି ୮ରୁ ୧୦ଜଣଙ୍କ ଜୀବନ ବଞ୍ଚାଇ ଦେଇଥିଲେ।

ସେ କାଳ ରାତିର କଥା ଶୁଭସ୍ମିତା ଯେତେବେଳେ କହି ଚାଲିଥିଲେ, ଶୁଣୁଥିବା ଲୋକଙ୍କ ଛାତିର ସ୍ପନ୍ଦନ ଯେମିତି ଦୁଇଗୁଣା ହୋଇଯାଉଥିଲା।’

ଶୁଭସ୍ମିତା କହିଛନ୍ତି, “ନିଜକୁ ବଞ୍ଚାଇବା ସହ ଏକ କୁନି ପୁଅକୁ ବଞ୍ଚାଇ ଥିଲି। ଏହାପରେ ଦୁଇ ଜଣ ଝିଅଙ୍କୁ ଡଙ୍ଗା ଉପରକୁ ପଠାଇବାକୁ ସକ୍ଷମ ହେଲି। ଏହାପରେ ଡଙ୍ଗା ଉପରେ ଚଢ଼ି ଦେଖିଲି ପାଣିରେ ମୋ ବୋଉ ଓ ଅନ୍ୟ କିଛି ଯାତ୍ରୀ ରହି ଯାଇଛନ୍ତି। ଡଙ୍ଗାରେ ଥାଇ ସେମାନଙ୍କ ଆଦକୁ ହାତ ବଢ଼ାଇ ସେମାନଙ୍କୁ ଟାଣି ଡଙ୍ଗାରେ ବସାଇଥିଲି।”

ଅନ୍ୟଙ୍କ ପାଇଁ ଅନ୍ଧାରରେ ନଦୀକୁ ଡେଇଁ ପଡ଼ିଲେ ଦୁଇ ଭଉଣୀ

କେବଳ ଶୁଭସ୍ମିତା ନୁହନ୍ତି, ଏହି କାଳ ରାତିରେ ବୁଡ଼ି ଯାଉଥିବା ଯାତ୍ରୀଙ୍କ ପାଇଁ ଦେବଦୂତ ସାଜିଥିଲେ କୂଳରେ ଛିଡା ହୋଇଥିବା ଦୁଇ ଭଉଣୀ ବବିତା ଗିରି ଓ ପୂର୍ଣ୍ଣିମା ଗିରି।

ହଠାତ୍ ନଈକୂଳିଆ ନିସ୍ତବ୍ଧତା ଆଉ ଅନ୍ଧାର ଚିରି ଭାସି ଆସିଥିଲା ଆକୁଳ ଚିତ୍କାର। ସେତିକି ବେଳେ ମୁହାଣ ମୁହଁରେ ମରଣ ଆଁରେ ଥିବା ଯାତ୍ରୀଙ୍କୁ ବଞ୍ଚାଇବାକୁ ନଦୀକୁ ଡେଇ ପଡ଼ିଥିଲେ ବବିତା ଏବଂ ପୂର୍ଣ୍ଣିମା। ହାଡ଼ଥରା ଜାଡ଼, ଅନ୍ଧାର ଆଉ ଜୁଆରିଆ ନଈକୁ ଖାତିର ନକରି, ଡେଇଁ ପଡ଼ିଥିଲେ ପାଣି ଭିତରକୁ। ଆଉ ଛୋଟ ଛୋଟ ପିଲାଙ୍କ ସମେତ ୧୦ରୁ ଅଧିକ ଲୋକଙ୍କ ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ।

ପୂର୍ଣ୍ଣିମା କହିଛନ୍ତି, “ସମସ୍ତେ ବଞ୍ଚି ଯାଇଥିଲେ ବହୁତ ଭଲ ହୋଇଥାନ୍ତା। ୧୦ ଜଣଙ୍କ ଭିତରୁ ଏବେ ବି ଜଣେ ମିଳୁନାହାନ୍ତି। ସେଥିପାଇଁ ଦୁଃଖ ଲାଗୁଛି।” ସେହିପରି ବବିତା କହିଛନ୍ତି, “ଡଙ୍ଗୀ ବୁଡ଼ି ଯାଉଥିବା ଦେଖି ଆମେ ଦୁଇ ଭଉଣୀ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲୁ। ପାଣିରେ ପଶି ୧୦ରୁ ୧୫ ଜଣଙ୍କୁ କୂଳକୁ ଆଣିଲୁ।”

https://youtu.be/4SsWbl4iZ1s

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos