Advertisment

ଆରମ୍ଭ ହେଲା ୩ ଦିନିଆ ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟ ଉତ୍ସବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଂସ୍କୃତିକ ଦୃଷ୍ଟିକୋଣରୁ ଦେଶର ଅନ୍ୟତମ ସମୃଦ୍ଧ ରାଜ୍ୟରେ ଆଜି ଭରପୁର ଦର୍ଶକଙ୍କ ଉପସ୍ଥିତିରେ ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟ ଉତ୍ସବର ଚତୁର୍ଥ ସଂସ୍କରଣ ଉଦଘାଟିତ ହୋଇଯାଇଛି। ରାଜ୍ୟର ସମୃଦ୍ଧ ଐତିହ୍ୟର ପ୍ରସାର ଲକ୍ଷ୍ୟରେ ଆୟୋଜିତ ହେଉଥିବା ଏହି ୩ ଦିନିଆ ଉତ୍ସବକୁ କବି ଜୟନ୍ତ ମହାପାତ୍ର, ଟାଟା ଷ୍ଟିଲ ଟିକ୍ୟୁଏମ୍ ଓ ଷ୍ଟିଲ ବିଜନେସ୍ ବିଭାଗ ସଭାପତି ଆନନ୍ଦ ସେନ୍, ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମିଳିତ ଭାବେ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ […]

author-image
Rakesh Mallick
ଆରମ୍ଭ ହେଲା ୩ ଦିନିଆ ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟ ଉତ୍ସବ

tata

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଂସ୍କୃତିକ ଦୃଷ୍ଟିକୋଣରୁ ଦେଶର ଅନ୍ୟତମ ସମୃଦ୍ଧ ରାଜ୍ୟରେ ଆଜି ଭରପୁର ଦର୍ଶକଙ୍କ ଉପସ୍ଥିତିରେ ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟ ଉତ୍ସବର ଚତୁର୍ଥ ସଂସ୍କରଣ ଉଦଘାଟିତ ହୋଇଯାଇଛି। ରାଜ୍ୟର ସମୃଦ୍ଧ ଐତିହ୍ୟର ପ୍ରସାର ଲକ୍ଷ୍ୟରେ ଆୟୋଜିତ ହେଉଥିବା ଏହି ୩ ଦିନିଆ ଉତ୍ସବକୁ କବି ଜୟନ୍ତ ମହାପାତ୍ର, ଟାଟା ଷ୍ଟିଲ ଟିକ୍ୟୁଏମ୍ ଓ ଷ୍ଟିଲ ବିଜନେସ୍ ବିଭାଗ ସଭାପତି ଆନନ୍ଦ ସେନ୍, ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମିଳିତ ଭାବେ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖ୍ୟାତନାମା ଅଭିନେତ୍ରୀ ୱାହିଦା ରେହମାନ ଏବଂ ହାସ୍ୟ କଳାକାର ଅଭିଜିତ ଗାଙ୍ଗୁଲୀ ଯୋଗଦେଇଥିଲେ।

Advertisment

ଚଳିତବର୍ଷ ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟୋତ୍ସବରେ ପ୍ରତିଷ୍ଠିତ ଲେଖକ ରସ୍କିନ ବଣ୍ଡ ଓ ପ୍ରତିଷ୍ଠିତ ଗାୟିକା ରେଖା ଭରଦ୍ୱାଜ ଯୋଗ ଦେଉଛନ୍ତି। ଭାସ୍ୟକାରଙ୍କ ମଧ୍ୟରେ ରବିନ୍ଦର ସିଂହ, ଭିନିତ ବାଜପେୟୀ, ଆତିଶ ତସୀର, ଜୟନ୍ତ କ୍ରୀପଲାନୀ, ବିକ୍ରମ ଗ୍ରିୱାଲ, ନିକୋଲାସ ଜେମ୍ସ, ନବୀନ ଦାସ, ସୁଚେତା ମିଶ୍ର, ଇଲିୟାନା ସୀତାରଷ୍ଟି, ମିତ୍ର ଫୁକନ, କିଶ୍ୱର ଦେଶାଇ, ଚାର୍ଲ୍ସ ଆଶୀଷ, ଏନ୍ଏସ୍ ରାମନାଥ, ପ୍ରଜ୍ୱଳ ପାରାଜୁଲାଇ, ଦେବାଶିଷ ପାଣିଗ୍ରାହୀ, ହୁସେନ୍ ହାଇଦ୍ରି, ପ୍ରୀତିଶ ଆଚାର୍ଯ୍ୟ, ଦାଶ ବେନହୁର ଓ ଅନନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।