Advertisment

ତିନି ଦିନିଆ ଟାଟା ଷ୍ଟିଲ୍ ଭୁବନେଶ୍ୱର ସାହିତ୍ୟୋତ୍ସବ ଉଦଯାପିତ

ଭୁବନେଶ୍ୱର: ଟାଟା ଷ୍ଟିଲ୍ ଭୁବନେଶ୍ୱର ସାହିତ୍ୟୋତ୍ସବର ଚତୁର୍ଥ ସଂସ୍କରଣ ଆଜି ଉଦଯାପିତ ହୋଇଛି ଓ ଏଥି ସହିତ ସାହିତ୍ୟ ଓ ରଚନାତ୍ମକ ସନ୍ଧାନର ତିନିଦିନିଆ ଉତ୍ସବ ପାଳନ ଶେଷ ହୋଇଛି। ଏହି ଉତ୍ସବ ବିଭିନ୍ନ ପ୍ରସଙ୍ଗଭିତ୍ତିକ ଅଧିବେଶନରେ ଭରପୂର ଥିଲା ଯେଉଁଥିରେ ସାହିତ୍ୟଠାରୁ ଆରମ୍ଭ କରି ମଞ୍ଚ, ନୃତ୍ୟ, ସଙ୍ଗୀତ, ସାମ୍ବାଦିକତା ଓ ପରଫରର୍ମିଂ ଆର୍ଟ ଭଳି ଅନେକ ବିଷୟ ଉପରେ ଆଲୋକପାତ କରାଯାଇଥିଲା। ଗତକାଲି ନିଜ ଲେଖା ପାଇଁ ମିଳିଥିବା ପ୍ରେରଣା ବିଷୟରେ ଏକ ମନୋମୁଗ୍ଧକର […]

ତିନି ଦିନିଆ ଟାଟା ଷ୍ଟିଲ୍ ଭୁବନେଶ୍ୱର ସାହିତ୍ୟୋତ୍ସବ ଉଦଯାପିତ

litirary

Advertisment

ଭୁବନେଶ୍ୱର: ଟାଟା ଷ୍ଟିଲ୍ ଭୁବନେଶ୍ୱର ସାହିତ୍ୟୋତ୍ସବର ଚତୁର୍ଥ ସଂସ୍କରଣ ଆଜି ଉଦଯାପିତ ହୋଇଛି ଓ ଏଥି ସହିତ ସାହିତ୍ୟ ଓ ରଚନାତ୍ମକ ସନ୍ଧାନର ତିନିଦିନିଆ ଉତ୍ସବ ପାଳନ ଶେଷ ହୋଇଛି। ଏହି ଉତ୍ସବ ବିଭିନ୍ନ ପ୍ରସଙ୍ଗଭିତ୍ତିକ ଅଧିବେଶନରେ ଭରପୂର ଥିଲା ଯେଉଁଥିରେ ସାହିତ୍ୟଠାରୁ ଆରମ୍ଭ କରି ମଞ୍ଚ, ନୃତ୍ୟ, ସଙ୍ଗୀତ, ସାମ୍ବାଦିକତା ଓ ପରଫରର୍ମିଂ ଆର୍ଟ ଭଳି ଅନେକ ବିଷୟ ଉପରେ ଆଲୋକପାତ କରାଯାଇଥିଲା।

Advertisment

ଗତକାଲି ନିଜ ଲେଖା ପାଇଁ ମିଳିଥିବା ପ୍ରେରଣା ବିଷୟରେ ଏକ ମନୋମୁଗ୍ଧକର ଅଧିବେଶନରେ ଆଲୋଚନା କରିଥିବା କିମ୍ବଦନ୍ତୀ ଲେଖକ ରସ୍କିନ ବଣ୍ଡ ଆଜି ସାମ୍ବାଦିକତା କ୍ଷେତ୍ରରେ ଲେଖା ପାଇଁ କ’ଣ ଆବଶ୍ୟକ ତାହା ଉପରେ ଆଲୋଚନା କରିିଥିଲେ। ରିପୋର୍ଟ ଓ ଚିନ୍ତାଧାରା ଭିତ୍ତିକ ଲେଖା ଲେଖିବାର କଳା ଏବଂ ପାଠକମାନଙ୍କୁ ଆକର୍ଷିତ କରିବା ପାଇଁ କିଭଳି ଭାଷା ଓ ଶବ୍ଦର ଖେଳ ଲୋଡ଼ା, ସେ ବିଷୟରେ ଆଲୋଚନା କରିଥିଲେ।

ବିଶିଷ୍ଟ ଲେଖକ ଆତିସ ତାସିରଙ୍କ ଅଧିବେଶନ ଭାଷା ପାଇଁ ଲେଖକ-ସାମ୍ବାଦିକତାଙ୍କ ପ୍ରେମ ଉପରେ ପର୍ଯ୍ୟବସିତ ଥିଲା। ସଂସ୍କୃତର ମୂଳକୁ ବୁଝିବା ପାଇଁ ସେ କିଭଳି ପବିତ୍ର ସହର ବାରାଣସୀ ଯାତ୍ରା କରିଥିଲେ ତାହାକୁ ସେ ଆମୂଳଚୂଳ ବର୍ଣ୍ଣନା କରିଥିଲେ।

Advertisment

ଏହି ତିନିଦିନିଆ ମହୋତ୍ସବର ଉଦଯାପନୀ ଦିବସରେ ଏଭଳି କିଛି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯାହା ଏକ ସାହିତ୍ୟୋତ୍ସବ ପାଇଁ ସ୍ୱତନ୍ତ୍ର ଥିଲା। ବିଶିଷ୍ଟ ପକ୍ଷୀ ବିଶେଷଜ୍ଞ ବିକ୍ରମ ଗ୍ରେୱାଲ୍ ଏକ ଅଧିବେଶନର ପରିଚାଳନା କରିଥିଲେ ଯାହା ନିରନ୍ତର ଭବିଷ୍ୟତ ବିଷୟରେ ଭାବିବା ପାଇଁ ଲୋକମାନଙ୍କୁ ବାଧ୍ୟ କରିଥିଲା। ସେ ସଂରକ୍ଷଣର ଗୁରୁତ୍ୱ ଓ ସ୍ଥାନୀୟ ଅଞ୍ଚଳର ସ୍ୱଦେଶୀ ଜୀବମାନଙ୍କ ସୁରକ୍ଷାର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ।

ଓଡ଼ିଶାର ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପାଇଁ ପ୍ରତିବଦ୍ଧତା ଦର୍ଶାଇବାକୁ ଯାଇ ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ନେଇ ତିନିଟି ଅଧିବେଶନର ଆୟୋଜନ କରାଯାଇଥିଲା ଯାହା ଇତିହାସ ଓ ପରିଚୟ ଉପରେ ପର୍ଯ୍ୟବସିତ ଥିଲା। ଉଦଯାପନୀ ସମାରୋହରେ ପୁରସ୍କାରପ୍ରାପ୍ତ ଗାୟିକା ରେଖା ଭରଦ୍ୱାଜ ତାଙ୍କର ଲୋକପ୍ରିୟ ଗୀତଗୁଡ଼ିକୁ ପରିବେଷଣ କରିବା ବେଳେ ସମସ୍ତେ ବିମୋହିତ ହୋଇପଡ଼ିଥିଲେ।

“ଭୁବନେଶ୍ୱର ଲୋକମାନଙ୍କ ଏଭଳି ସମର୍ଥନ ମିଳିଥିବା ଦେଖି ବହୁତ ଖୁସି ଲାଗୁଛି ବୋଲି ଟାଟା ଷ୍ଟିଲର ଉପସଭାପତି(କଞ୍ଚାମାଲ) ଅରୁଣ ମିଶ୍ର କହିଛନ୍ତି। ସେ କହିଛନ୍ତି, “ଟାଟା ଷ୍ଟିଲର ନିରନ୍ତର ଅଭିବୃଦ୍ଧିର ବାହକ ହେଉଛି ସମାଜ ସହିତ ଏହାର ଜାରି ରହିଥିବା ସଂପୃକ୍ତି। ଏହି ସାହିତ୍ୟୋତ୍ସବ ଯାହା ସମୟ ସହିତ ବଡ଼ ଓ ବ୍ୟାପକ ହେଉଛି ଏହି ପ୍ରତିବଦ୍ଧତାର ଏକ ପ୍ରମୁଖ ଦିଗ। ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ଟାଟା ଷ୍ଟିଲ୍ ପାଇଁ ସୌଭାଗ୍ୟର ବିଷୟ ଓ ଅଂଶଗ୍ରହଣ ଜରିଆରେ ସେମାନଙ୍କ ସମର୍ଥନ ଜାରି ରଖିଥିବା ଓଡ଼ିଶାବାସୀଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଆମେ ପୁଣି ଥରେ ଆସନ୍ତା ବର୍ଷ ଫେରିବୁ ଓ ଏହି କାର୍ଯ୍ୟକ୍ରମକୁ ଆହୁରି ଅଧିକ ଉଚ୍ଚତାକୁ ନେଇଯିବୁ।’’

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe