ପଂଚାୟତ ଭୋଟ୍ : ଆସନ୍ତାକାଲିଠୁ ୩ଦିନ ଧରି ଗଣତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ୩ଦିନ ଧରି ପଂଚାୟତ ନିର୍ବାଚନର ଭୋଟଗଣତି ହେବ । ରାଜ୍ୟର ସମସ୍ତ ୩୧୪ଟି ବ୍ଲକ ମୁଖ୍ୟାଳୟରେ ଆସନ୍ତାକାଲି ସକାଳ ୮ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଏହି ଗଣତି ଅନୁଷ୍ଠିତ ହେବ ଓ ପ୍ରତ୍ୟେକ ୱାର୍ଡର ଭୋଟ୍ ଗଣତି ପରେ ମାଇକ୍ ଯୋଗେ ଫଳାଫଳ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଚଳିତ ପଂଚାୟତ ନିର୍ବାଚନରେ ୩୬୯୭୬ଜଣ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବାବେଳେ ୧.୯୨ଲକ୍ଷ ପ୍ରାର୍ଥୀଙ୍କ ଭାଗ୍ୟ […]

Vote Box

Vote Box

Ordigital Desk
  • Published: Friday, 25 February 2022
  • Updated: 26 February 2022, 06:47 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ୩ଦିନ ଧରି ପଂଚାୟତ ନିର୍ବାଚନର ଭୋଟଗଣତି ହେବ । ରାଜ୍ୟର ସମସ୍ତ ୩୧୪ଟି ବ୍ଲକ ମୁଖ୍ୟାଳୟରେ ଆସନ୍ତାକାଲି ସକାଳ ୮ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଏହି ଗଣତି ଅନୁଷ୍ଠିତ ହେବ ଓ ପ୍ରତ୍ୟେକ ୱାର୍ଡର ଭୋଟ୍ ଗଣତି ପରେ ମାଇକ୍ ଯୋଗେ ଫଳାଫଳ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଚଳିତ ପଂଚାୟତ ନିର୍ବାଚନରେ ୩୬୯୭୬ଜଣ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବାବେଳେ ୧.୯୨ଲକ୍ଷ ପ୍ରାର୍ଥୀଙ୍କ ଭାଗ୍ୟ ଏହି ଗଣତିରେ ନିର୍ଦ୍ଧାରିତ ହେବ।

ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଭୋଟଗଣତି ପାଇଁ ହୋଇଥିବା ବ୍ୟବସ୍ଥା ଅନୁସାରେ, ପ୍ରଥମ ଦିନ ସମସ୍ତ ୩୧୪ଟି ବ୍ଲକର ଜିଲ୍ଲା ପରିଷଦ ଜୋନ୍ ନମ୍ବର ୧ରେ ଭୋଟଗଣତି ହେବ । ଏହି ଜୋନ୍ ଅନ୍ତର୍ଗତ ସମସ୍ତ ପଂଚାୟତର ସରପଂଚ,ସମିତି ସଭ୍ୟ ଓ ୱାର୍ଡମେମ୍ବର ନିମନ୍ତେ ଭୋଟଗଣତି ହେବ । ଗୋଟିଏ ଜୋନ୍ ଅଧୀନରେ ଯେତିକି ପଂଚାୟତ ଥିବ ସେହି ପରିମାଣର ଗଣତି ଟେବୁଲର ବ୍ୟବସ୍ଥା ହୋଇଛି । ପ୍ରଥମେ ୱାର୍ଡମେମ୍ବର, ତା’ପରେ ସରପଂଚ ଓ ସମିତି ସଭ୍ୟ ଏବଂ ଶେଷରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭୋଟ ଗଣତି ହେବ । ପ୍ରତି ୱାର୍ଡର ଗଣତି ସରିବା ପରେ ମାଇକ ଯୋଗେ ତାହା ଘୋଷଣା କରାଯିବ । ଜିଲ୍ଲା ପରିଷଦ ଭୋଟ ଫଳାଫଳ ରାଜ୍ୟ ନିର୍ବାଚନ କମିଶନର ୱେବପୋର୍ଟାଲ ‘ପରିଣାମ’ରେ ଉପଲବ୍ଧ ହେବ । ଏଥିପାଇଁ ପ୍ରତ୍ୟେକ ଭୋଟଗଣତି କେନ୍ଦ୍ରରେ ୨୪ଘଣ୍ଟିଆ ବିଦ୍ୟୁତ ଓ ଇଣ୍ଟରନେଟ୍ ବ୍ୟବସ୍ଥା ସହ ଲ୍ୟାପଟପ୍ ରହିବ । ପ୍ରତ୍ୟେକ ଦିନ ପାଇଁ ଧାର୍ଯ୍ୟ ଜୋନ୍ ୱାରି ଭୋଟ ଗଣତି ନସରିବା ପର୍ଯ୍ୟନ୍ତ ତାହା ବନ୍ଦ ହେବ ନାହିଁ । ଉଦାହରଣ ସ୍ୱରୂପ, ଯଦି କୌଣସି ବ୍ଲକରେ ୪ଟି ଜିଲ୍ଲା ପରିଷଦ ଜୋନ୍ ରହିଛି ତା’ହେଲେ- ପ୍ରଥମ ଦିନ ଗୋଟିଏ ଜୋନ୍ , ଦ୍ୱିତୀୟ ଦିନ ଗୋଟିଏ ଜୋନ୍ ଓ ତୃତୀୟ ବା ଶେଷଦିନରେ ତୃତୀୟ ଓ ଚତୁର୍ଥ ଜୋନ୍ ପାଇଁ ଭୋଟଗଣତି ହେବ । ଯଦି ଗୋଟିଏ ବ୍ଲକରେ ୬ଟି ଜୋନ୍ ଥିବ ତା’ହେଲେ ପ୍ରତ୍ୟେକ ଦିନ ୨ଟି ଲେଖାଏଁ ଜୋନ୍ ପାଇଁ ଭୋଟଗଣତି ହେବ ।

ରାଜ୍ୟର ମୋଟ ୮୫୩ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ବରଗଡ଼ ଜିଲ୍ଲାର ଆମ୍ବୋଭୋନା ବ୍ଲକର ଦୁଇ ନମ୍ବର ଜୋନର ବିଜେଡି ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବାବେଳେ ବାକି ୮୫୨ଟି ଜିଲ୍ଲା ପରିଷଦ ଜୋନରେ ମୋଟ ୩୪୦୭ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି । ମୋଟ ୯୧୮୯୦ଟି ୱାର୍ଡମେମ୍ବର ପଦବୀ(ଢିଙ୍କିଆର ୨୩ଟି ୱାର୍ଡ ବାଦ୍ ଦେଇ) ମଧ୍ୟରୁ ୩୬୫୨୩ଟି ୱାର୍ଡରେ ନିଦ୍ୱର୍ନ୍ଦ୍ୱରେ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି । ସେହିପରି ୬୭୯୩ଟି ପଂଚାୟତର ସରପଂଚ(ଢିଙ୍କିଆକୁ ବାଦ୍ ଦେଇ) ମଧ୍ୟରୁ ୧୨୬ଟି ପଂଚାୟତରେ ସରପଂଚ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବାବେଳେ ୬୭୯୩ଟି ପଂଚାୟତ ସମିତି( ଚନ୍ଦାହାଣ୍ଡି ବ୍ଲକର ୨ ପଂଚାୟତ- କୁହୁଡ଼ି ଓ ଧୋଡ଼ିପାଣିରେ ଗୋଟିଏ ସମିତି ସଭ୍ୟ ପଦବୀ) ମଧ୍ୟରୁ ୩୨୬ଟି ସମିତି ସଭ୍ୟ ପଦବୀକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଚଳିତ ନିର୍ବାଚନରେ ମୋଟ ୨ଲକ୍ଷ ୨୯ହଜାର ୦୬୨ଜଣ ପ୍ରାର୍ଥୀ ବିଭିନ୍ନ୍ ପଦବୀ ନିମନ୍ତେ ଲଢ଼ୁଥିବାବେଳେ ୩୬୯୭୬ଜଣ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବାରୁ ବାକି ୧ଲକ୍ଷ ୯୨ହଜାର ୮୬ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଆସନ୍ତାକାଲିଠୁ ନିର୍ଦ୍ଧାରିତ ହେବ ।

ସୂଚନାଯୋଗ୍ୟ, ପାଂଚ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ଫେବୃୟାରୀ ୧୬ରୁ ୨୪ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ରାଜ୍ୟର ୨କୋଟି ୭୯ଲକ୍ଷ ୩୫ହଜାର ୫୨୫ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବାର ଥିବାବେଳେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୭.୨%, ଦ୍ୱିତୀୟ ପର୍ଯ୍ୟାୟରେ ୭୮.୩%, ତୃତୀୟ ପର୍ଯ୍ୟାୟରେ ୭୮.୬% ଓ ଚତୁର୍ଥ ପର୍ଯ୍ୟାୟରେ ୭୯% ଓ ପଂଚମ ପର୍ଯ୍ୟାୟରେ ୭୬% ମତଦାନ ରେକର୍ଡ କରାଯାଇଛି । ମାତ୍ର ଚଳିତ ପଂଚାୟତ ନିର୍ବାଚନରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯେଭଳି ହିଂସାକାଣ୍ଡ, ବୁଥ ରିଗିଂ ଓ ଅନ୍ୟାନ୍ୟ କାରଣରୁ ନିର୍ବାଚନ ପ୍ରଭାବିତ ହୋଇଛି, ତାହା ଓଡ଼ିଶା ନିର୍ବାଚନ ଇତିହାସରେ ପୂର୍ବରୁ କେବେ ହୋଇନଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story