Advertisment

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା; ୩ ମୃତ

ଜଳେଶ୍ୱର(ଅଜିତ୍‌ ଦାସ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଖାଳମୁହାଣି ଛକ ନିକଟରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ତିନି ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଦୁଇ ଜଣ ହେଲେ ଶଙ୍କର ପଣ୍ଡିତ ଓ ଗଙ୍ଗାଧର ପାତ୍ର।  ଅନ୍ୟଜଣଙ୍କ ପରିଚୟ ଜଣାପଡ଼ି ନାହିଁ। ଶଙ୍କର ଓ ଗଙ୍ଗାଧରଙ୍କ ଘର ସାନମଇଂଷାଡ଼ି ଗାଁରେ। ଆଜି ସକାଳ ପ୍ରାୟ ୧୦ଟା ୩୦ରେ ଦୁର୍ଘଟଣା ଘଟିଥିଲା। ଶଙ୍କର ଓ ଗଙ୍ଗାଧର ଏକ ବାଇକ୍‌ରେ ସାନମଇଂଷାଡ଼ିରୁ ବାଲିଆପାଳ ଯାଉଥିଲେ। […]

ଅଦ୍ୟତନ ହୋଇଛି
ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା; ୩ ମୃତ

accident

Advertisment

ଜଳେଶ୍ୱର(ଅଜିତ୍‌ ଦାସ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଖାଳମୁହାଣି ଛକ ନିକଟରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ତିନି ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଦୁଇ ଜଣ ହେଲେ ଶଙ୍କର ପଣ୍ଡିତ ଓ ଗଙ୍ଗାଧର ପାତ୍ର।  ଅନ୍ୟଜଣଙ୍କ ପରିଚୟ ଜଣାପଡ଼ି ନାହିଁ। ଶଙ୍କର ଓ ଗଙ୍ଗାଧରଙ୍କ ଘର ସାନମଇଂଷାଡ଼ି ଗାଁରେ।

Advertisment

ଆଜି ସକାଳ ପ୍ରାୟ ୧୦ଟା ୩୦ରେ ଦୁର୍ଘଟଣା ଘଟିଥିଲା। ଶଙ୍କର ଓ ଗଙ୍ଗାଧର ଏକ ବାଇକ୍‌ରେ ସାନମଇଂଷାଡ଼ିରୁ ବାଲିଆପାଳ ଯାଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଆଉ ଏକ ବାଇକ୍‌ ସହ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଏତେ ଜୋରରେ ଦୁଇଟି ବାଇକ୍ ପିଟି ହୋଇଥିଲେ ଯେ ଘଟଣାସ୍ଥଳରେ ହିଁ ତିନି ଜଣଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe