kjr
କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ ଘଟଣାରେ ପୁଲିସ୍ ୩ ଜଣ ଯୁବକଙ୍କୁ ଅଟକ ରଖିଛି। ଏଥିସହ ଏକ କାର୍ ଜବତ କରିଛି।
ସୂଚନା ଅନୁସାରେ, ଗତକାଲି ଛାତ୍ରୀ ଜଣକ ସାଇକେଲ ଯୋଗେ କଲେଜରୁ ଘରକୁ ଫେରୁଥିବା ବେଳେ ୪ ଜଣ ଦୁର୍ବୃତ୍ତ ତାଙ୍କୁ ଉଠାଇ ନେଇଥିଲେ। ଏହି ସମୟରେ ଛାତ୍ରୀଙ୍କ ଜଣକ ଚିତ୍କାର କରିଥିଲା । ଯାହାକୁ ଶୁଣି ସେଠାରେ ଥିବା ଜଣେ ବ୍ୟକ୍ତି ପୁଲିସକୁ ଖବର ଦେଇଥିଲେ । ଏହାପରେ ତୁରୁମୁଙ୍ଗା ପୁଲିସ ବିଭିନ୍ନ ରାସ୍ତାକୁ ସିଲ୍ କରି ଖୋଜା ଖୋଜି କରିଥିଲା । ତେବେ ଘଟଗାଁ ଥାନା ଅଞ୍ଚଳରୁ ଛାତ୍ରୀଙ୍କୁ ଅପହରଣ କରି ନିଆଯାଇଥିବା ଗାଡ଼ିକୁ ପୁଲିସ୍ ଠାବ କରିଛି। ଏଥିସହ ଏହି ଘଟଣାରେ ସଂପୃକ୍ତ ଥିବା ୩ ଜଣଙ୍କୁ ପୁଲିସ୍ ଅଟକ ରଖି ପଚରାଉଚୁରା କରୁଛି। ହେଲେ ବର୍ତ୍ତମାନ ଯାଏ ଅପହୃତ ଯୁବତୀ ଓ ଜଣେ ଯୁବକର ପତ୍ତା ମିଳିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/02/kjr-122.jpg)