/odisha-reporter/media/post_attachments/uploads/2020/06/govt-2.jpg)
hospital
ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ସହରର ବରପାଲିପଡ଼ା ସ୍ଥିତ ରାଜେନ୍ଦ୍ର କ୍ଲବ୍ ନିକଟରେ ଗତକାଲି ରାତିରେ ବଜ୍ରାଘାତରେ ତିନି ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନେ ତିନି ସାଙ୍ଗ।
Advertisment
ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଘଟଣା ଘଟିଥିଲା। ଏହି ତିନି ସାଙ୍ଗ ରାଜେନ୍ଦ୍ର କ୍ଲବ୍ ନିକଟରେ ଥିବା ଆର.ଏନ.ସିଂଦେଓଙ୍କ ସମାଧି ପୀଠରେ ବସି ଗପସପ ହେଉଥିବା ବେଳେ ବଜ୍ରପାତ ହୋଇଥିଲା।
ଏହି ତିନି ଯୁବକ ହେଲେ ବରପାଲିପଡ଼ାର କ୍ଷମାନିଧି ସ୍ୱାଇଁ, ସୁଶୀଲ ପଧାନ ଏବଂ ବୀରେନ୍ଦ୍ର ସ୍ୱାଇଁ। ସେମାନଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ୍ ଓ ହସପିଟାଲ୍ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
