Advertisment

କାନ୍ଥ ନିର୍ମାଣକୁ ନେଇ ଦୁଇ ପରିବାର ମଧ୍ୟରେ ମାର୍‌ପିଟ୍‌, ୩ ଗୁରୁତର

ଆସିକା (ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ସୁମନ୍ତପଲ୍ଲୀ ଗାଁରେ ଘର କାନ୍ଥ ନିର୍ମାଣକୁ ନେଇ ଦୁଇ ପରିବାର ମଧ୍ୟରେ ଝଗଡ଼ ହୋଇ ମାର୍‌ପିଟ୍ ହୋଇଛି। ଏଥିରେ ଗୋଟିଏ ପରିବାରର ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ  ବାଲିଶିରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଘର କାନ୍ଥ ନିର୍ମାଣ ନେଇ ଦୁଇ ପରିବାର ମଧ୍ୟରେ ପୂର୍ବରୁ ତିକ୍ତତା ଥିଲା। ହେଲେ ଗତକାଲି ଏହା ଭୟଙ୍କର […]

ଅଦ୍ୟତନ ହୋଇଛି
କାନ୍ଥ ନିର୍ମାଣକୁ ନେଇ ଦୁଇ ପରିବାର ମଧ୍ୟରେ ମାର୍‌ପିଟ୍‌, ୩ ଗୁରୁତର

berhampur

Advertisment

ଆସିକା (ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ସୁମନ୍ତପଲ୍ଲୀ ଗାଁରେ ଘର କାନ୍ଥ ନିର୍ମାଣକୁ ନେଇ ଦୁଇ ପରିବାର ମଧ୍ୟରେ ଝଗଡ଼ ହୋଇ ମାର୍‌ପିଟ୍ ହୋଇଛି। ଏଥିରେ ଗୋଟିଏ ପରିବାରର ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ  ବାଲିଶିରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁଯାୟୀ, ଘର କାନ୍ଥ ନିର୍ମାଣ ନେଇ ଦୁଇ ପରିବାର ମଧ୍ୟରେ ପୂର୍ବରୁ ତିକ୍ତତା ଥିଲା। ହେଲେ ଗତକାଲି ଏହା ଭୟଙ୍କର ରୂପ ନେଇଥିଲେ। ଗତକାଲି ସକାଳେ ପ୍ରଥମେ ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ରାତି ପ୍ରାୟ ସାଢ଼େ ଏଗାରଟା ବେଳେ ଦୁଇ ପରିବାର ସଦସ୍ୟଙ୍କ ମଧ୍ୟରେ ପୁଣି ଏ କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ତା’ପରେ ଗୋଟିଏ ପରିବାର ଅନ୍ୟ ଏକ ପରିବାରକୁ ଆକ୍ରମଣ କରିଥିଲା। ଫଳରେ ସେହି ପରିବାରର ୩ ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ଆସିକା ପୁଲିସ୍‌ ଘଟଣାରେ ପହଞ୍ଚିଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe