Advertisment

Accident: ବସ୍‌-ବାଇକ୍ ମୁହାଁମୁହିଁ ଧକ୍କା; ୩ ମୃତ

ବସ୍‌ଟି ରାଇରଙ୍ଗପୁରରୁ ଯଶୀପୁର ଦେଇ କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ସହ ଏହାର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ବାଇକ୍‌ରେ ଥିବା ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିଲା।

Bus & Bike
Advertisment

ବସ୍‌-ବାଇକ୍ ମୁହାଁମୁହିଁ ଧକ୍କା। ଚାଲିଗଲା ୩ ଜଣଙ୍କ ଜୀବନ। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ରାଣୀବନ୍ଧ ନିକଟରେ ୨୨୦ ନମ୍ବର ଜାତୀୟ ରାଜପଥରେ। 

Advertisment

ବସ୍‌ଟି ରାଇରଙ୍ଗପୁରରୁ ଯଶୀପୁର ଦେଇ କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ସହ ଏହାର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ବାଇକ୍‌ରେ ଥିବା ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିଲା। 

ମୁହାଁମୁହିଁ ଧକ୍କା ହେବା ପରେ ବାଇକ୍‌ଟି ବସ୍‌ ତଳେ ପଶି ଯାଇଥିଲା। ଜଣେ ଯୁବକ ବସ୍‌ ଚକା ତଳେ ଚାପି ହୋଇ ରହିଯାଇଥିଲେ।

Advertisment

ଅନ୍ୟପକ୍ଷରେ ପୁରୀ ବଡ଼ଦାଣ୍ଡରେ ଏକ ବୋଲେରୋ ଏକ ସ୍କୁଟିକୁ ଧକ୍କା ଦେଇ କିଛି ବାଟ ଘୋଷାଡ଼ି ନେବାରୁ ଜଣେ ନାବାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ୱୟଙ୍କୁ ପୁରୀ ସଦର ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ମୃତ ନାବାଳକଙ୍କ ନାଁ ଶ୍ରେୟାଂଶ ଦେ। ତାଙ୍କ ଘର ପୁରୀ ଟାଉନ ଥାନା ସ୍ଥିତ କୁମୁଟି ସାହି ଅଞ୍ଚଳରେ। ଶ୍ରେୟାଂଶ ଦେ ତାଙ୍କ ଦାଦା ଓ ଅନ୍ୟ ଜଣେ ବାଳକଙ୍କ ସହିତ ସ୍କୁଟିରେ ବଡ଼ଦାଣ୍ଡରେ ମେଡିକାଲ ଛକ ଆଡ଼ୁ ଆସୁଥିବା ବେଳେ ଭକ୍ତ ସାଲବେଗ ମନ୍ଦିର ନିକଟରେ ଏକ ବୋଲେରୋ ଏହାକୁ ପଛରୁ ଧକ୍କା ଦେଇ ବଳଗଣ୍ଡି ଛକ ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଫଳରେ ଘଟଣାସ୍ଥଳରେ ଶ୍ରେୟାଂଶଙ୍କର ମୃତ୍ୟୁ ଘଟିଥିଲା। 

ଏହି ଦୁର୍ଘଟଣା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଲୋକେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ପୁଲିସ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିବା ସହିତ ଡ୍ରାଇଭରଙ୍କୁ ଥାନାରେ ଅଟକ ରଖିଛି। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାର ଲୋକଙ୍କ ପାଇଁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe