Advertisment

Building Collapse: ଆଜବେଷ୍ଟସ ଘର ଉପରେ ଭୁଶୁଡ଼ି ପଡ଼ିଲା ପୁରୁଣା କୋଠାର ବାଲକୋନି; ଚାଲିଗଲା ୩ ଜୀବନ

ସହରର ମଣି ସାହୁ ଛକରେ ଏହି ଘଟଣା ଘଟିଛି। ଏହି କୋଠାଟି ବହୁ ପୁରୁଣା। କୋଠାଟିରେ କେହି ରହୁନାହାନ୍ତି। ଏହାର ଏକ ବାଲକୋନି ଭୁଶୁଡ଼ି ତଳେ ଥିବା ଏକ ଆଜବେଷ୍ଟସ ଘରେ ପଡ଼ିଥିଲା। ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି।

8881
Advertisment

କଟକରେ ଶନିବାର ଅପରାହ୍ନରେ ଘଟିଛି ବଡ଼ ଅଘଟଣ। ଏକ ପୁରୁଣା ୩ ମହଲା କୋଠାର ଏକ ବାଲକୋନି ଭୁଶୁଡ଼ି ପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଗୋଟିଏ ପରିବାରର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ ଅଛନ୍ତି। ମୃତକମାନେ ହେଉଛନ୍ତି ଅବଦୁଲ ଜଲିଲ, ଅବଦୁଲ ଜାଇଦା ଓ ସେମାନଙ୍କ ପରିବାରର ଜଣେ ୫ ବର୍ଷର ଶିଶୁ।

Advertisment

ସହରର ମଣି ସାହୁ ଛକରେ ଏହି ଘଟଣା ଘଟିଛି। ଏହି କୋଠାଟି ବହୁ ପୁରୁଣା। କୋଠାଟିରେ କେହି ରହୁନାହାନ୍ତି। ଏହାର ଏକ ବାଲକୋନି ଭୁଶୁଡ଼ି ତଳେ ଥିବା ଏକ ଆଜବେଷ୍ଟସ ଘରେ ପଡ଼ିଥିଲା। ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଏହି ପୁରୁଣା କୋଠା ଚାରିପଟେ ଆହୁରି ଘର ଅଛି। କିନ୍ତୁ ଯେଉଁ ଘର ଉପରେ ଭୁଶୁଡ଼ି ଥିବା ଏକ ବାଲକୋନିର ବଡ଼ ଅଂଶ ପଡ଼ିଥିଲା, ତାହା ଠିକ୍ କୋଠା ତଳେ ରହିଥିଲା। ଏହି ଘଟଣା ଘଟିବା ପରେ କୋଠା ପାଖାପାଖି ଅନ୍ୟ ଘରଗୁଡ଼ିକରେ ରହୁଥିବା ଲୋକେ ଭୟଭୀତ ହୋଇଯାଇଛନ୍ତି। କାରଣ ଆଉ ଯେ ଅଘଟଣ ନ ଘଟିବ କିଏ କହିବ। 

Advertisment

ସୂଚନା ଅନୁଯାୟୀ, ଏହି ଘରଟିକୁ ଭାଙ୍ଗିବାକୁ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ଏଯାବତ୍ କାହିଁକି ଘରଟିକୁ ଭଙ୍ଗା ଯାଇନାହିଁ, ସେ ନେଇ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକେ ଏଥିପାଇଁ ପ୍ରଶାସନ ଓ ଘର ମାଲିକଙ୍କୁ ଦାୟୀ କରିଛନ୍ତି। କଟକରେ ୨୦୦ରୁ ଅଧିକ ପୁରୁଣା ଘରକୁ ଭାଙ୍ଗିବାକୁ ନିର୍ଦ୍ଦେଶ ହୋଇଥିଲେ ହେଁ, ଏଯାଏ ପ୍ରଶାସନ ଏଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଯଦି ମଣି ସାହୁ ଛକ ସ୍ଥିତ ଏହି କୋଠାଟିକୁ ଠିକ୍ ସମୟରେ ଭାଙ୍ଗି ଦିଆଯାଇଥା’ନ୍ତା, ତା’ହେଲେ ୩ ଜଣଙ୍କ ଜୀବନ ଯାଇନଥା’ନ୍ତା ବୋଲି ଲୋକେ କହୁଛନ୍ତି। ଏଥିପାଇଁ ସେମାନେ ପ୍ରଶାସନର ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି।      
 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe