/odisha-reporter/media/media_files/2026/02/10/deadbody-2026-02-10-14-55-51.jpg)
ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଢେଙ୍କାନାଳ ସଦର ରେଞ୍ଜ ପାଟପୁରା ଗ୍ରାମ ଜଙ୍ଗଲ ନିକଟରେ ଘଟିଛି ଏହି ଘଟଣା। ୩ ଜଣ ଯାକ ମୃତକ ହେଉଛନ୍ତି ମହିଳା।
Advertisment
ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ ପୁରୁଷ ନିକଟସ୍ଥ ପାଟପୁରା ଗ୍ରାମ୍ୟ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ। ହଠାତ୍ ଦନ୍ତା ହାତୀଟିଏ ସେମାନଙ୍କୁ ଆକ୍ରମଣ କରିଥିଲା।
୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୩ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।
Advertisment
ମୃତକମାନେ ହେଲେ ଲୋଚାପଲ୍ଲୀ ଗାଁର ଇନ୍ଦୁମତୀ ପ୍ରଧାନ,ଟୁନି ବେହେରା ଓ କୁନ୍ତଳା ପ୍ରଧାନ।
ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
