Advertisment

Elephant Attack: ଢେଙ୍କାନାଳରେ ହାତୀ ଆକ୍ରମଣରେ ୩ ମୃତ, ୩ ଗୁରୁତର

ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ ପୁରୁଷ ନିକଟସ୍ଥ ପାଟପୁରା ଗ୍ରାମ୍ୟ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ। ହଠାତ୍ ଦନ୍ତା ହାତୀଟିଏ ସେମାନଙ୍କୁ ଆକ୍ରମଣ କରିଥିଲା। ୬ ଜଣଙ୍କୁ ଗୁରୁତର ହୋଇ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

Deadbody
Advertisment

ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।  ଢେଙ୍କାନାଳ ସଦର ରେଞ୍ଜ ପାଟପୁରା ଗ୍ରାମ ଜଙ୍ଗଲ ନିକଟରେ ଘଟିଛି ଏହି ଘଟଣା। ୩ ଜଣ ଯାକ ମୃତକ ହେଉଛନ୍ତି ମହିଳା। 

Advertisment

ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ ପୁରୁଷ ନିକଟସ୍ଥ ପାଟପୁରା ଗ୍ରାମ୍ୟ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ। ହଠାତ୍ ଦନ୍ତା ହାତୀଟିଏ ସେମାନଙ୍କୁ ଆକ୍ରମଣ କରିଥିଲା। 

୬ ଜଣଙ୍କୁ ଗୁରୁତର ଅ‍‍‍ବସ୍ଥାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୩ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। 

Advertisment

ମୃତକମାନେ ହେଲେ ଲୋଚାପଲ୍ଲୀ ଗାଁର ଇନ୍ଦୁମତୀ ପ୍ରଧାନ,ଟୁନି ବେହେରା ଓ କୁନ୍ତଳା ପ୍ରଧାନ।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe