Advertisment

ବଜ୍ରପାତରେ ଚାଲିଗଲା ୩ ଜୀବନ

ଯାଜପୁର (ଗୁଲାମ ଗସ): ରାଜ୍ୟର ପୃଥକ ପୃଥକ ସ୍ଥାନରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି। ମୃତକଙ୍କ ମଧ୍ୟରୁ ୨ ଜଣ ଯାଜପୁର ଜିଲ୍ଲାର ହୋଇଥିବା ବେଳେ ଜଣେ ବାଲେଶ୍ୱର ଜିଲ୍ଲାର। ଯାଜପୁର ଜିଲ୍ଲାରୁ ଯେଉଁ ୨ ଜଣଙ୍କ ମୃତ୍ୟୁ ଘଟିଛି, ସେମାନେ ହେଉଛନ୍ତି- ଚନ୍ଦନ ମଲିକ (୧୬) ଓ ବାଞ୍ଛାନିଧି ମଲିକ (୨୦)। ସେମାନଙ୍କ ଘର ଧର୍ମଶାଳା ବ୍ଲକ୍‌ ମଧୁପୁରଗଡ଼ ପଞ୍ଚାୟତ ଅନ୍ତର୍ଗତ ଭୁବନପୁର ଗାଁରେ। ବାବନ ମଲିକଙ୍କ […]

ଅଦ୍ୟତନ ହୋଇଛି
ବଜ୍ରପାତ; ୨ ମୃତ ଓ ୭ ଆହତ

lightning

Advertisment

ଯାଜପୁର (ଗୁଲାମ ଗସ): ରାଜ୍ୟର ପୃଥକ ପୃଥକ ସ୍ଥାନରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି। ମୃତକଙ୍କ ମଧ୍ୟରୁ ୨ ଜଣ ଯାଜପୁର ଜିଲ୍ଲାର ହୋଇଥିବା ବେଳେ ଜଣେ ବାଲେଶ୍ୱର ଜିଲ୍ଲାର।

Advertisment

ଯାଜପୁର ଜିଲ୍ଲାରୁ ଯେଉଁ ୨ ଜଣଙ୍କ ମୃତ୍ୟୁ ଘଟିଛି, ସେମାନେ ହେଉଛନ୍ତି- ଚନ୍ଦନ ମଲିକ (୧୬) ଓ ବାଞ୍ଛାନିଧି ମଲିକ (୨୦)। ସେମାନଙ୍କ ଘର ଧର୍ମଶାଳା ବ୍ଲକ୍‌ ମଧୁପୁରଗଡ଼ ପଞ୍ଚାୟତ ଅନ୍ତର୍ଗତ ଭୁବନପୁର ଗାଁରେ।

ବାବନ ମଲିକଙ୍କ ପୁଅ ଚନ୍ଦନ ଓ ସୁଲେଖ ମଲିକଙ୍କ ପୁଅ ବାଞ୍ଛାନିଧି ଆଜି ଗାଁ ନିକଟ ବିଲକୁ ଘାସ କାଟିବାକୁ ଯାଇଥିଲେ। ସେହି ସମୟରେ ହଠାତ୍ ବଜ୍ରପାତ ହୋଇଥିଲା।

Advertisment

ଗାଁ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ବାଲେଶ୍ୱର ଜିଲ୍ଲାରେ ଯେଉଁ ଯୁବକଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି ସେ ସୋର ବ୍ଲକ୍ ଖଇରା ଥାନା କଳଖୁଣ୍ଟା ଗାଁର ବାସିନ୍ଦା ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe