Advertisment

୩ କଲରାପତରିଆ ବାଘ ଛାଲ ଜବତ, ଜଣେ ଅଭିଯୁକ୍ତ ଗିରଫ

ଏସଟିଏଫ ସ୍ୱର୍ଗଧାମ ଛକରେ ରେଡ୍ କରି ଅଭିଯୁକ୍ତ ଡମ୍ବୁରଧରକୁ ଧରିଥିଲା। ତା’ଠାରୁ ବାଘ ଛାଲ ଜବତ କରିଛି। ଆଉ ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

Leopard

Leopard

Advertisment

STF କବଜାରେ ବାଘ ଛାଲ ବେପାରୀ। ୩ କଲରାପତରିଆ ବାଘ ଛାଲ ଜବତ ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏସଟିଏଫ। ରାୟଗଡ଼ା-କୋରାପୁଟ ୩୨୬ ଜାତୀୟ ରାଜପଥର ଶିରିଗୁଡ଼ା ସ୍ୱର୍ଗଧାମ ଛକ ନିକଟରୁ ବାଘ ଛାଲ ଜବତ ହୋଇଛି। ଏହି ମାମଲାରେ ଡମ୍ବରୁଧର ମାଝୀକୁ ଗିରଫ କରିଛି ଏସ୍‌ଟିଏଫ। ଗିରଫ ଅଭିଯୁକ୍ତର ଘର ରାୟଗଡା ଟିକିରି ଥାନା ଅଞ୍ଚଳରେ।

Advertisment

ବିଶେଷ ସୂତ୍ରରୁ ଖବରପାଇ ଏସଟିଏଫ ସ୍ୱର୍ଗଧାମ ଛକରେ ରେଡ୍ କରି ଅଭିଯୁକ୍ତ ଡମ୍ବୁରଧରକୁ ଧରିଥିଲା। ତା’ଠାରୁ ବାଘ ଛାଲ ଜବତ କରିଛି। ଆଉ ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ୨୦୨୦ରୁ ଏପର୍ଯ୍ୟନ୍ତ ମୋଟ ୪୦ଟି କଲରାପତରିଆ ବାଘଛାଲ ଜବତ ହୋଇଥିବା ସୂଚନା ଦେଇଛି ଏସଟିଏଫ ।

Odisha Forest Dept Leopard
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe