Advertisment

ନିଜେ ପ୍ରାର୍ଥୀ ହେଲେ, ଝିଅ ଓ ବୋହୂଙ୍କୁ ବି ପ୍ରାର୍ଥୀ କଲେ

ପାରାଦୀପ (ରମାକାନ୍ତ ନାୟକ): ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଥିବା ବେଳେ ଏହା ମଧ୍ୟରେ ପ୍ରାର୍ଥୀମାନଙ୍କୁ ନେଇ ଅନେକ ରୋଚକ ତଥ୍ୟ ଆସିଛି। କେଉଁଠି ପୂର୍ବତନ ବିଧାୟକ ଜିଲ୍ଲା ପରିଷଦ ସଭ୍ୟ ହେବା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ତ କେଉଁଠି ଏମ୍‌ବିଏ ଓ ଇଞ୍ଜନିୟରିଂ ଡିଗ୍ରୀଧାରୀ ଯୁବକଯୁବତୀ ଓହ୍ଲାଇଛନ୍ତି ନିର୍ବାଚନ ରଣାଙ୍ଗନରେ। ଏମିତି ଏକ ରୋଚକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ପଣ୍ଡୁଆ […]

ଅଦ୍ୟତନ ହୋଇଛି
ନିଜେ ପ୍ରାର୍ଥୀ ହେଲେ, ଝିଅ ଓ ବୋହୂଙ୍କୁ ବି ପ୍ରାର୍ଥୀ କଲେ

Swain Family

Advertisment

ପାରାଦୀପ (ରମାକାନ୍ତ ନାୟକ): ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଥିବା ବେଳେ ଏହା ମଧ୍ୟରେ ପ୍ରାର୍ଥୀମାନଙ୍କୁ ନେଇ ଅନେକ ରୋଚକ ତଥ୍ୟ ଆସିଛି। କେଉଁଠି ପୂର୍ବତନ ବିଧାୟକ ଜିଲ୍ଲା ପରିଷଦ ସଭ୍ୟ ହେବା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ତ କେଉଁଠି ଏମ୍‌ବିଏ ଓ ଇଞ୍ଜନିୟରିଂ ଡିଗ୍ରୀଧାରୀ ଯୁବକଯୁବତୀ ଓହ୍ଲାଇଛନ୍ତି ନିର୍ବାଚନ ରଣାଙ୍ଗନରେ। ଏମିତି ଏକ ରୋଚକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ପଣ୍ଡୁଆ ପଞ୍ଚାୟତର ମୁଣ୍ଡିଦା ଗାଁରେ।

Advertisment

ଏହି ଗାଁର କୈଳାସ ଚନ୍ଦ୍ର ସ୍ୱାଇଁ ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ବେଳେ ତାଙ୍କ ଝିଅ ଶୁଭଶ୍ରୀ ଶୁଭସ୍ମିତା ସମିତି ସଭ୍ୟ ଓ ବୋହୂ ସ୍ୱପ୍ନିତା ସ୍ୱାଇଁ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

କୈଳାସ ଜଣେ ଅବସରପ୍ରାପ୍ତ ସରକାରୀ ଚାକିରିଆ। ଏହା ସହିତ ସେ ଜଣେ ସାହିତ୍ୟିକ ମଧ୍ୟ। ତାଙ୍କ ବୋହୂ ସ୍ୱପ୍ନିତା ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ। ଏବେ ଛାଡ଼ି ଦେଇଛନ୍ତି। ସେହିପରି ଝିଅ ଶୁଭଶ୍ରୀ ଶୁଭସ୍ମିତା ଜୀବ ବିଜ୍ଞାନରେ ସ୍ନାତ୍ତୋକତର ଡିଗ୍ରୀ ପାଇଥିବା ବେଳେ ଏବେ ପିଏଚ୍‌ଡି କରୁଛନ୍ତି।

Advertisment

କୈଳାସ କହିଛନ୍ତି ଯେ ନିଜ ହାତରୁ ସ୍ୱଳ୍ପ ପାଣ୍ଠି ବ୍ୟୟ କରି ସମାଜସେବା କରୁଛନ୍ତି। ରାଜନୀତିକୁ ଆସିଲେ ଅଧିକ ସମାଜସେବା କରିହେବ। ସେ, ତାଙ୍କ ଝିଅ ଓ ବୋହୂ ଯଥାକ୍ରମେ ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ସଦସ୍ୟ ଭାବେ ବିଜୟୀ ହେଲେ ଲୋକଙ୍କ ନିମନ୍ତେ ସରକାରୀ ଯୋଜନାଗୁଡ଼ିକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବାରେ କୌଣସି ଅସୁବିଧା ରହିବନି। ଗୋଟିଏ ବି ଟଙ୍କା ନିଜ ପକେଟକୁ ନେବେନି ବୋଲି ସେ କହିଛନ୍ତି।

Candidates In Focus Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe