Advertisment

ସୂତାକଳରେ ଅଗ୍ନିକାଣ୍ଡ; ୩ ଓଡ଼ିଆ ମୃତ

ଯାଜପୁର (ଗୁଲାମ ଗସ୍‌): ଗୁଜରାଟର ଅହମଦାବାଦ ସ୍ଥିତ ଏକ ସୂତାକଳରେ ଅଗ୍ନିକାଣ୍ଡ ଘଟି ୩ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ  ଦୟାନିଧି ଖୁଣ୍ଟିଆ, ଚିନ୍ମୟ ଖୁଣ୍ଟିଆ ଓ କାମେଶ ସିଂ। ସମସ୍ତଙ୍କ ଘର ଯାଜପୁର ସଦର ଥାନା ଅନ୍ତର୍ଗତ ଜମଧର ପଞ୍ଚାୟତରେ। ଅହମଦାବାଦର ଏକ ସୂତାକଳରେ ଦୁଇବର୍ଷ ହେଲା ସେମାନେ କାମ କରୁଥିଲେ। ଗତକାଲି ଅପରାହ୍ଣରେ ସେମାନେ କାମ କରୁଥିବା ସମୟରେ ସୂତାକଳରେ ହଠାତ୍‌ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ନିଆଁରେ ପୋଡ଼ି ହୋଇ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ସୂତାକଳରେ ଅଗ୍ନିକାଣ୍ଡ; ୩ ଓଡ଼ିଆ ମୃତ

fair

ଯାଜପୁର (ଗୁଲାମ ଗସ୍‌): ଗୁଜରାଟର ଅହମଦାବାଦ ସ୍ଥିତ ଏକ ସୂତାକଳରେ ଅଗ୍ନିକାଣ୍ଡ ଘଟି ୩ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ  ଦୟାନିଧି ଖୁଣ୍ଟିଆ, ଚିନ୍ମୟ ଖୁଣ୍ଟିଆ ଓ କାମେଶ ସିଂ। ସମସ୍ତଙ୍କ ଘର ଯାଜପୁର ସଦର ଥାନା ଅନ୍ତର୍ଗତ ଜମଧର ପଞ୍ଚାୟତରେ।

Advertisment

ଅହମଦାବାଦର ଏକ ସୂତାକଳରେ ଦୁଇବର୍ଷ ହେଲା ସେମାନେ କାମ କରୁଥିଲେ। ଗତକାଲି ଅପରାହ୍ଣରେ ସେମାନେ କାମ କରୁଥିବା ସମୟରେ ସୂତାକଳରେ ହଠାତ୍‌ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ନିଆଁରେ ପୋଡ଼ି ହୋଇ ଏହି ତିନି ଜଣଙ୍କ ମୃତ୍ୟ ଘଟିଥିଲା।

ଏନେଇ ଗତକାଲି ସନ୍ଧ୍ୟାରେ ପରିବାର ଲୋକେ ଖବର ପାଇବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ମୃତ ଶରୀରଗୁଡ଼ିକୁ ଗାଁକୁ ଫେରେଇ ଆଣିବା ପାଇଁ ମୃତକଙ୍କ ପରିବାର ଲୋକେ ଜିଲ୍ଲା ପ୍ରଶାସନ ନିକଟରେ ନିବେଦନ କରିଛନ୍ତି। ଯାଜପୁରର ଭାରପ୍ରାପ୍ତ ଜିଲ୍ଲାପାଳ ଇନ୍ଦ୍ରମଣି ନାୟକ ଓ ଯାଜପୁର ବ୍ଲକ ବିଡ଼ିଓ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ଏଥିସହ ମର ଶରୀର ଫେରାଇ ଆଣିବାକୁ ଉଦ୍ୟମ କରାଯାଉଛି ବୋଲି ଭାରପ୍ରାପ୍ତ ଜିଲାପାଳ ସୂଚନା ଦେଇଛନ୍ତି।

Advertisment