Advertisment

ଲଜ୍ଜା: ଗଣ ଦୁଷ୍କର୍ମ ପୀଡ଼ିତା ନାବାଳିକା ୭ ମାସର ଗର୍ଭବତୀ

ଜଳେଶ୍ୱର (ଅଜିତ କୁମାର ଦାସ): ସମାଜ ପାଇଁ ଲଜ୍ଜା। ପୁଣି ଜଣେ ନାବାଳିକାକୁ ଗଣ ଦୁଷ୍କର୍ମ। ଘରେ ବାପା-ମାଆ ନଥିବାର ସୁଯୋଗ ନେଇ ୫ ଅଭିଯୁକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକା ଗର୍ଭବତୀ ହୋଇଥିବା ଜଣାପଡ଼ିବା ପରେ ଘଟଣା ପଦାକୁ ଆସିଥିଲା। ଆଜି ଏମିତି ଦୁଇ ଦୁଇଟି ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ଅଭିଯୋଗରୁ ପ୍ରକାଶ, ୧୬ ବର୍ଷୀୟ ନାବାଳିକାଙ୍କ ବାପା ଓ ମାଆ ଭୋଗରାଇ ଅଞ୍ଚଳରେ ଏକ […]

ଅଦ୍ୟତନ ହୋଇଛି
ଲଜ୍ଜା: ଗଣ ଦୁଷ୍କର୍ମ ପୀଡ଼ିତା ନାବାଳିକା ୭ ମାସର ଗର୍ଭବତୀ

3-pic

Advertisment

ଜଳେଶ୍ୱର (ଅଜିତ କୁମାର ଦାସ): ସମାଜ ପାଇଁ ଲଜ୍ଜା। ପୁଣି ଜଣେ ନାବାଳିକାକୁ ଗଣ ଦୁଷ୍କର୍ମ। ଘରେ ବାପା-ମାଆ ନଥିବାର ସୁଯୋଗ ନେଇ ୫ ଅଭିଯୁକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକା ଗର୍ଭବତୀ ହୋଇଥିବା ଜଣାପଡ଼ିବା ପରେ ଘଟଣା ପଦାକୁ ଆସିଥିଲା। ଆଜି ଏମିତି ଦୁଇ ଦୁଇଟି ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି।

Advertisment

ଅଭିଯୋଗରୁ ପ୍ରକାଶ, ୧୬ ବର୍ଷୀୟ ନାବାଳିକାଙ୍କ ବାପା ଓ ମାଆ ଭୋଗରାଇ ଅଞ୍ଚଳରେ ଏକ ଇଟା ଭାଟିରେ କାମ କରନ୍ତି। ଘରେ ନାବାଳିକା ଭଉଣୀ ଓ ତାଙ୍କ ବଡ଼ ଭାଇ ରୁହନ୍ତି। ବଡ଼ ଭାଇଙ୍କ ଅନୁପସ୍ଥିତିରେ ୫ ଜଣ ଯୌନ ପିପାସୁ ରାକ୍ଷସ ଘରେ ପଶି ନାବାଳିକାକୁ ଜଣେ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଭୟରେ ନାବାଳିକା ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହୁନଥିଲା।

ତେବେ ନାବାଳିକାଙ୍କ ଦେହ ଅସୁସ୍ଥ ହେବାରୁ ସେ ୭ ମାସର ଗର୍ଭବତୀ ହୋଇଥିବା ଜଣାପଡ଼ିଥିଲା। ପରେ ମାମଲାକୁ ଗାଁରେ ସମାଧାନ କରିବାକୁ ଉଦ୍ୟମ କରାଯାଇଥିଲା। ମାତ୍ର ସଫଳ ନହେବାରୁ ଗତ ୮ ତାରିଖରେ ନାବାଳିକାଙ୍କ ବାପା ଏନେଇ ରାଇବଣିଆ ଥାନାରେ ଅଭିଯୋଗ କରିଥିଲେ।

Advertisment

ପୁଲିସ ମାମଲା ରୁଜୁ କରିବା ପରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ମିଥୁନ୍‌ ହାଁସଦା (୩୦), ପରାନ୍‌ ସୋରେନ୍‌(୩୮) ଓ କାନ୍ଦୁ ମୁର୍ମୁ(୫୫)ଙ୍କୁ ଗିରଫ କରିଛି। ଅନ୍ୟ ଦୁଇ ଅଭିଯୁକ୍ତ ଏବେ ସୁଦ୍ଧା ଫେରାର ଅଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe