Advertisment

ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ତିନି ରଥ

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ପହଞ୍ଚିଲା ତିନି ରଥ। ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ସିଂହଦ୍ୱାର ସମ୍ମୁଖରେ ଲାଗିଲା। ତିନି ରଥ ପହଞ୍ଚିବା ପରେ ସେବାୟତମାନେ ଗାଇଥିଲେ ଗୀତଗୋବିନ୍ଦ। ଶହ ଶହ ସେବାୟତ ଏକସ୍ୱରରେ ଗାଇଲେ ଗୀତଗୋବିନ୍ଦ। ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ଫେରୁଛନ୍ତି ମହାପ୍ରଭୁ। ନିର୍ଦ୍ଧାରିତ ସମୟର ୪ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ବାହୁଡ଼ା ପହଣ୍ଡି। ପ୍ରଥମେ ସୁଦର୍ଶନ, ପରେ ପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଟାହିଆ ହଲାଇ ଝୁଲି ଝୁଲି […]

ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ତିନି ରଥ

Ratha-Yatra.jpg

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ପହଞ୍ଚିଲା ତିନି ରଥ। ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ସିଂହଦ୍ୱାର ସମ୍ମୁଖରେ ଲାଗିଲା। ତିନି ରଥ ପହଞ୍ଚିବା ପରେ ସେବାୟତମାନେ ଗାଇଥିଲେ ଗୀତଗୋବିନ୍ଦ। ଶହ ଶହ ସେବାୟତ ଏକସ୍ୱରରେ ଗାଇଲେ ଗୀତଗୋବିନ୍ଦ।

Advertisment

ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ଫେରୁଛନ୍ତି ମହାପ୍ରଭୁ। ନିର୍ଦ୍ଧାରିତ ସମୟର ୪ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ବାହୁଡ଼ା ପହଣ୍ଡି। ପ୍ରଥମେ ସୁଦର୍ଶନ, ପରେ ପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଟାହିଆ ହଲାଇ ଝୁଲି ଝୁଲି ନନ୍ଦିଘୋଷ ରଥକୁ ଆସିଥିଲେ ଜଗତ ଠାକୁର ଜଗନ୍ନାଥ। ଅନ୍ୟ ରିତିନୀତି ପରେ ଶ୍ରୀ ନଅରରୁ ଆସି ଶରଧାବାଲିରେ ପହଁଞ୍ଚିଥିଲେ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ। ଆଉ ତା’ପରେ ଆରମ୍ଭ ହୋଇଥିଲା ଛେରାପହଁରା।

ଛେରାପହଁରା ସରିବା ପରେ ମଧ୍ୟାହ୍ନ ପ୍ରାୟ ୧୨ଟା ୨୦ରେ ଆରମ୍ଭ ହୋଇଥିଲା ରଥଟଣା। ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିଲା। ତା’ ପଛକୁ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଶେଷରେ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ସେବାୟତମାନେ ବର୍ଷାରେ ଭିଜି ଭିଜି ତିନି ରଥକୁ ସିଂହଦ୍ୱାର ସମ୍ମୁଖକୁ ଟାଣି ନେଇଥିଲେ।

Advertisment

ସିଂହଦ୍ୱାର ସମ୍ମୁଖରେ ତିନି ରଥ ପହଞ୍ଚିଲା ପରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ସେବାୟତମାନେ ସମବେତ ଗୀତ ଗୋବିନ୍ଦ ଗାନରେ ଭିଜୁଥିଲା ବଡ଼ଦାଣ୍ଡ। ଶହଶହ ସେବାୟତ ଏକ ସ୍ୱରରେ ଗୀତ ଗୋବିନ୍ଦ କାନ କରିଥିଲେ। ଭକ୍ତ ବିଚରା ବଡ଼ଦାଣ୍ଡକୁ ଯାଇ ନପାରି ନିଜର ପ୍ରିୟ ଠାକୁରଙ୍କ ଟିଭିରେ ଦେଖି ମନ ବୁଝାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe