/odisha-reporter/media/post_attachments/uploads/2019/09/rkl.jpg)
rkl
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଅସହ୍ୟ ହେଲା ବାପାଙ୍କ ଗାଳି ଓ ମାଡ଼। ଶେଷରେ ତିନି ଭଉଣୀ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଆଜି ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଞ୍ଚଳରେ ଘଟିଛି। ତିନିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରାଉରକେଲା ସରକାରୀ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି।
ବୀରମିତ୍ରପୁର ଥାନା ପାତାଳକାଣ୍ଡ ଗାଁରେ ବାସ କରନ୍ତି ପେଡ୍ରି ସୁରିନ୍। ତାଙ୍କର ପରିବାର କହିଲେ ବାପା, ମାଆ, ପତ୍ନୀ ଓ ୩ ଝିଅ। ଦିନ ମଜୁରିଆ ଭାବେ କାମ କରି ଚଳନ୍ତି ପୂରା ପରିବାର। ପିଲାମାନେ ଛୋଟ ଥିବା ବେଳେ ପେଡ୍ରିଙ୍କ ମାଡ଼ ଓ ଗାଳି ସହିନପାରି ତାଙ୍କ ପତ୍ନୀ ଛାଡ଼ି ପଳାଇ ଯାଇଛନ୍ତି। ପତ୍ନୀ ଗଲା ପରେ ପେଡ୍ରି ମାନସିକ ଭାରସାମ୍ୟ ହରାଇ ନିଶା ସେବନ କରୁଥିବା ଅଭିଯୋଗ ହେଉଛି। ଏପରିକି ନିଜର ବଢ଼ିଲା ଝିଅମାନଙ୍କୁ ପ୍ରତିଦିନ ମାଡ଼ ମାରୁଛନ୍ତି।
ତେବେ ମାଡ଼ ଅସହ୍ୟ ହେବାରୁ ତିନି ଭଉଣୀ ସ୍ୱାତି, ମଝିଆଁ ସେହେଲ ଓ ସାନ ଜେଲି ଆଜି ଫିନାଇଲ୍ ପିଇ ଦେଇଛନ୍ତି। ପେଡ୍ରିଙ୍କ ସାନ ଭାଇର ସ୍ତ୍ରୀ ଆନିମା ସୁରିନ୍ ଗୁରୁତର ଅବସ୍ଥାରେ ତିନି ଭଉଣୀଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ମେଡ଼ିକାଲ୍ରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
