ପୋଖରୀରେ ବୁଡ଼ିଗଲେ ତିନି ଭଉଣୀ

ବାରିପଦା (ମାଣିକ ଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ସଦର ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ମହିଳାଙ୍କ ଆଗରେ ତାଙ୍କ ଦୁଇ ଝିଅ ଓ ଝିଆରୀ ବୁଡ଼ି ଯାଇଛନ୍ତି। ମୃତ ତିନି ଭଉଣୀ ହେଲେ ପାର୍ବତୀ ମୁର୍ମୁ (୧୨), ରାଜଶ୍ରୀ ମୁର୍ମୁ (୮) ଓ କାବି ମୁର୍ମୁ (୧୦)। ଏହି ଘଟଣା ସଦର ଥାନା ଅନ୍ତର୍ଗତ ବଡ଼ବିଲା ତାଡ଼ିସାହିରେ ଘଟିଛି। ଆଜି ସକାଳେ ପାଲ ମୁର୍ମୁଙ୍କ ସ୍ତ୍ରୀ ଦୁଇ ଝିଅ ପାର୍ବତୀ ଓ ରାଜଶ୍ରୀ […]

baripada1

Rakesh Mallick
  • Published: Tuesday, 11 September 2018
  • , Updated: 11 September 2018, 06:23 AM IST

ବାରିପଦା (ମାଣିକ ଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ସଦର ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ମହିଳାଙ୍କ ଆଗରେ ତାଙ୍କ ଦୁଇ ଝିଅ ଓ ଝିଆରୀ ବୁଡ଼ି ଯାଇଛନ୍ତି।
ମୃତ ତିନି ଭଉଣୀ ହେଲେ ପାର୍ବତୀ ମୁର୍ମୁ (୧୨), ରାଜଶ୍ରୀ ମୁର୍ମୁ (୮) ଓ କାବି ମୁର୍ମୁ (୧୦)।

ଏହି ଘଟଣା ସଦର ଥାନା ଅନ୍ତର୍ଗତ ବଡ଼ବିଲା ତାଡ଼ିସାହିରେ ଘଟିଛି।
ଆଜି ସକାଳେ ପାଲ ମୁର୍ମୁଙ୍କ ସ୍ତ୍ରୀ ଦୁଇ ଝିଅ ପାର୍ବତୀ ଓ ରାଜଶ୍ରୀ ଏବଂ ଝିଆରୀ କାବିଙ୍କୁ ନେଇ ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେ।
ଗାଧୋଉ ଥିବା ବେଳେ ତିନି ଭଉଣୀ ହଠାତ୍‌ ବୁଡ଼ି ଯାଇଥିଲେ। ମହିଳା ଜଣଙ୍କ ଚିତ୍କାର କରି ଅନ୍ୟମାନଙ୍କୁ ଡାକିବା ସହ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ।
ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରି ବାରିପଦା ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Related story