Advertisment

ରକ୍ଷଣଶୀଳତାର ବାଡ଼ ଭାଙ୍ଗିଲେ ତିନି ଭଉଣୀ, ବାପାଙ୍କ ଶବକୁ ଦେଲେ କାନ୍ଧ

ମାଲକାନଗିରି(ଜିତେନ୍ଦ୍ର ବେଉରା): ବାପାଙ୍କ ମୃତ୍ୟୁ ପରେ ମଶାଣି ଯାଏଁ ଶବକୁ କାନ୍ଧେଇ ବୋହି ନେଲେ ଦୁଇ ଭଉଣୀ। ସବୁଠୁ ବଡ଼ ଭଉଣୀ ସେମାନଙ୍କୁ ସମସ୍ତ କାମରେ ସହଯୋଗ କଲେ। ଜୁଈରେ ଶୋଇଥିବା ବାପାଙ୍କ ମୁହଁରେ ମୁଖାଗ୍ନି ଦେଲେ ସାନ ଝିଅ। ଏହାକୁ ନେଇ ଗତ ଦୁଇଦିନ ହେଲା ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଚର୍ଚ୍ଚା ଲାଗି ରହିଛି। ତିନି ଭଉଣୀଙ୍କ ଏପରି କାମକୁ ସ୍ଥାନୀୟ ଲୋକଙ୍କ ଭରପୂର ସମର୍ଥନ ଦେଇଥିବା ଦେଖିବାକୁ ମିଳିଛି। ସମାଜବିଜ୍ଞାନୀ ମଧ୍ୟ ଝିଅଙ୍କ […]

ଅଦ୍ୟତନ ହୋଇଛି
ରକ୍ଷଣଶୀଳତାର ବାଡ଼ ଭାଙ୍ଗିଲେ ତିନି ଭଉଣୀ, ବାପାଙ୍କ ଶବକୁ ଦେଲେ କାନ୍ଧ

malkangiri

Advertisment

ମାଲକାନଗିରି(ଜିତେନ୍ଦ୍ର ବେଉରା): ବାପାଙ୍କ ମୃତ୍ୟୁ ପରେ ମଶାଣି ଯାଏଁ ଶବକୁ କାନ୍ଧେଇ ବୋହି ନେଲେ ଦୁଇ ଭଉଣୀ। ସବୁଠୁ ବଡ଼ ଭଉଣୀ ସେମାନଙ୍କୁ ସମସ୍ତ କାମରେ ସହଯୋଗ କଲେ। ଜୁଈରେ ଶୋଇଥିବା ବାପାଙ୍କ ମୁହଁରେ ମୁଖାଗ୍ନି ଦେଲେ ସାନ ଝିଅ। ଏହାକୁ ନେଇ ଗତ ଦୁଇଦିନ ହେଲା ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଚର୍ଚ୍ଚା ଲାଗି ରହିଛି। ତିନି ଭଉଣୀଙ୍କ ଏପରି କାମକୁ ସ୍ଥାନୀୟ ଲୋକଙ୍କ ଭରପୂର ସମର୍ଥନ ଦେଇଥିବା ଦେଖିବାକୁ ମିଳିଛି। ସମାଜବିଜ୍ଞାନୀ ମଧ୍ୟ ଝିଅଙ୍କ ଏପରି କାର୍ଯ୍ୟକୁ ସମର୍ଥନ ଜଣାଇଛନ୍ତି।

Advertisment

ମାଲକାନଗିରି ଜିଲ୍ଲା କୁମୁଟିଗୁଡ଼ା ଗାଁର ସୁକାନ୍ତ ଚନ୍ଦ୍ର ପଟ୍ଟନାୟକ ଜଣେ ସାଇକେଲ୍‌ ଦୋକାନୀ। ସେଥିରୁ ସେ ଯାହା ଉପାର୍ଜନ କରନ୍ତି, ସେଥିରେ ପୂରା ପରିବାର ଚଳେ। ପରିବାର କହିଥିଲେ ସୁକାନ୍ତଙ୍କ ପତ୍ନୀ ଓ ତିନି ଝିଅ। ବଡ଼ ଝିଅ ବାହା ହୋଇଯାଇ ଥିବାରୁ ଦୁଇ ଝିଅ ପାଖରେ ଥିଲେ।

publive-imageଦିନେ ହଠାତ ସୁକାନ୍ତ ପଟ୍ଟନାୟକ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ କୋରାପୁର ସହିଦ୍‌ ଲକ୍ଷ୍ମଣ ନାଏକ ମେଡିକାଲ୍‌ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଲା।

Advertisment

ବାପାଙ୍କ ମୃତ୍ୟୁ ପାଇ ଘରେ ପହଞ୍ଚିଲେ ବିବାହିତ ବଡ଼ ଝିଅ। ସେତେବେଳକୁ ଅବିବାହିତ ଦୁଇ ଭଉଣୀ ବାପାଙ୍କ କୋକେଇକୁ କାନ୍ଧେଇ ମଶାଣିକୁ ନେଇଯାଇଥିଲେ। ଶ୍ମଶାନରେ ବିବାହିତ ବଡ଼ଭଉଣୀ ସବୁ କ୍ରିୟାକର୍ମ କଲେ। ଆଉ ଶେଷରେ ଘଟମାଠିଆ ଧରି ଜୁଈ ଚାରିପାଖେ ବୁଲିଲେ, ପରମ୍ପରାକୁ ପଛ କରି ମୁଖାଗ୍ନି ଦେଲେ ସାନଝିଅ ସଂଗୀତା। ଆଉ ବାପାଙ୍କ ଶେଷ ଇଚ୍ଛା ପୂରଣ କଲେ। ତେବେ ବଡ଼ କଥା ହେଉଛି ତିନିଝିଅଙ୍କ ସଂସ୍କାରମୁଖୀ ଏହି ବଡ଼ ପଦକ୍ଷେପକୁ ସ୍ଥାନୀୟ ଲୋକ ବିପୁଳ ସମର୍ଥନ ଦେଇଛନ୍ତି।

publive-imageଝିଅ ଶବ କାନ୍ଧେଇବା କିମ୍ବା ମୁଖାଗ୍ନି ଦେବାର ଭଳି ଘଟଣା ମାଲକାନଗିରି ଜିଲ୍ଲାରେ ପ୍ରଥମ ବୋଲି କୁହାଯାଉଛି। ହେଲେ ୧୪ ବର୍ଷ ତଳେ ସମାନ କାରଣ ପାଇଁ ଚର୍ଚ୍ଚାକୁ ଆସିଥିଲେ ଆଉ ଜଣେ ସାହସୀ ଝିଅ ତଥା ଅଭିନେତ୍ରୀ ମଧୁମିତା ମହାନ୍ତି। ସେତେବେଳେ ମଧୁମିତା ତାଙ୍କ ବାପା ତଥା ପ୍ରତିଷ୍ଠିତ ସାହିତ୍ୟିକ ଶରତ ମହାନ୍ତିଙ୍କୁ ମୁଖାଗ୍ନି ଦେଇ ପରିବର୍ତ୍ତନର ନୂଆ ଧାରା ସୃଷ୍ଟି କରିଥିଲେ।

ସମାଜଶାସ୍ତ୍ରୀ ପଣ୍ଡିତ ବୀରେନ୍ଦ୍ର ପଣ୍ଡା କହିଛନ୍ତି,“ବେଦର ସଂସ୍କାର ଅନୁସାରେ ଝିଅମାନେ ବାପାଙ୍କୁ ମୁଖାଗ୍ନି ଦେଇପାରିବେ ଓ ସଂସ୍କାର କାର୍ଯ୍ୟ କରିପାରିବେ। ଏଥିରେ କୌଣସି ପ୍ରତିବନ୍ଧକ ନାହିଁ। ଯେଉଁମାନେ ବେଦ ବିଷୟରେ ଜାଣିନଥିବେ, ସେମାନେ ହୁଏତ ବିରୋଧ କରିଥାଇପାରନ୍ତି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe